ନନ୍‌-ସିଡ୍ୟୁଲ ବିମାନକୁ ଭୁବନେଶ୍ବରରେ ମିଳିବନି ଅବତରଣ ଅନୁମତି

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ଡିସେମ୍ବର ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। କିନ୍ତୁ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ୍‌’ ପାଇଁ ଏବେ ସରକାର ଚିନ୍ତାରେ ପଡିଛନ୍ତି। ଡେଲଟା ଭାରିଆଣ୍ଟଠାରୁ ‘ଓମିକ୍ରନ୍‌’ ଅଧିକ ମାରାତ୍ମକ ହୋଇଥିବାରୁ ୧୫ରୁ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବ କି ନାହିଁ ସେ ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। ବୈଠକରେ ଭର୍ଚ୍ଚୁଆଲ ମୋଡ୍‌ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେଉରିଆ ଯୋଗଦେଇଥିଲେ।

ଏହି ଅବସରରେ ସେ କହିଥିଲେ, ତାଲିକାଭୁକ୍ତ ଦେଶରୁ ଆସୁଥିବା ବିମାନକୁ ଏବେ ନିଷେଧ କରାଯାଇଛି। ବିଦେଶରୁ ସିଡ୍ୟୁଲ ବିମାନ ଭୁବନେଶ୍ୱର ଆସୁ ନାହିଁ। କୋଭିଡ଼ ସଂକ୍ରମଣ ପରଠାରୁ ସିଡ୍ୟୁଲ ବିମାନ ଚଳାଚଳ ବନ୍ଦ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଡିସେମ୍ବର ୧୫ରେ ଅନ୍ତର୍ଜାତୀୟ ବିମାନ ଯାତ୍ରା ଆରମ୍ଭ ହେବା ପରେ ବିଦେଶରୁ ସିଡ୍ୟୁଲ ବିମାନ ଆସିବାର ସମ୍ଭାବନା ରହିଛି। ତେବେ ଭୁବନେଶ୍ବରକୁ ମାସେ ମଧ୍ୟରେ ସିଡ୍ୟୁଲ ବିମାନ ଆସିବାର ପ୍ରସ୍ତାବ ନାହିଁ। ଯଦି ଆସେ ତେବେ ଯାତ୍ରୀଙ୍କ କରୋନା ପରୀକ୍ଷା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବୁ। ହେଲେ ନନ୍‌-ସିଡ୍ୟୁଲ ବିମାନ ଆସିଲେ ଏହାକୁ ଭୁବନେଶ୍ବରରେ ଅବତରଣ କରିବାକୁ ଦିଆଯିବ ନାହିଁ ବୋଲି ପ୍ରଭାତ ରଞ୍ଜନ ସୂଚନା ଦେଇଛନ୍ତି। ଦିଲ୍ଲୀରୁ ଭୁବନେଶ୍ବର ଆସୁଥିବା ଯାତ୍ରୀଙ୍କର ସ୍କ୍ରିନିଂ କରାଯାଉଛି। ଯଦି ଲକ୍ଷଣ ଦେଖାଯାଏ ତେବେ ସେଠାରେ ସେମାନଙ୍କୁ ଅଟକାଇ ଦିଆଯିବ। ଏଭଳି ସ୍ଥିତିରେ ସଂକ୍ରମଣ ଓଡ଼ିଶା ଆସିବାର ସମ୍ଭାବନା କମ ରହିଛି।

ନୂଆ ଭାରିଆଣ୍ଟ ଉପରେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର କହିଛନ୍ତି, ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କହୁଛି ନୂଆ ଭାରିଆଣ୍ଟ ଉପରେ ଅଧିକ ଷ୍ଟଡିର ଆବଶ୍ୟକତା ରହିଛି। ଏହାର ସଂକ୍ରମଣ କରିବାର କ୍ଷମତା କେତେ, ରୋଗ କରିପାରିବା କ୍ଷମତା କେତେ, ଭ୍ୟାକ୍ସିନ ଏହାକୁ ମୁକାବିଲା କରିବାରେ କେତେ କ୍ଷମତା ରହିଛି, ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବରେ ତଥ୍ୟ ନାହିଁ। ଏନେଇ ପରୀକ୍ଷା ଚାଲିଛି। ଯେହେତୁ ଖବର ଆସୁଛି, ଏହା ଗୋଟିଏ ନୂଆ ଭ୍ୟାରିଆଣ୍ଟ ଓ ୧୩ରୁ ଅଧିକ ମ୍ୟୁଟେସନ ରହିଛି। ତେଣୁ ସମସ୍ତେ ସତର୍କ ରହିବା ଦରକାର ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ଟ୍ୱିନ୍ ସିଟିରେ ମହିଳାଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କଲା କମିସନରେଟ ପୋଲିସ

ଭୁବନେଶ୍ୱର,୧୮।୪: ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଏକ ବଡ ପଦକ୍ଷେପ ନେଇଛି କମିଶନରେଟ୍ ପୋଲିସ୍। ମହିଳା ମାନଙ୍କ ସୁରକ୍ଷା ପାଇଁ ଏଣିକି...

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, ଏହୁ ସବୁ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୮।୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପାଣିପାଗ କେନ୍ଦ୍ରର ଆକଳନ ଅନୁଯାୟୀ ଗୁରୁବାର ଦିନ ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ୱରରେ...

ସତ୍ୟବାଦୀରୁ ମନୋଜ ରଥଙ୍କୁ ପ୍ରାର୍ଥୀ କରିବା ପରେ ପ୍ରସାଦ ହରିଚନ୍ଦନ କହିଲେ…

ଭୁବନେଶ୍ୱର,୧୮।୪: ଆଜି କଂଗ୍ରେସ ଆଉ ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ମାହାଙ୍ଗାରୁ ଦେବେନ୍ଦ୍ର ସାହୁ, ସତ୍ୟବାଦୀରୁ ମନୋଜ ରଥ, ଭୁବନେଶ୍ୱର-ମଧ୍ୟରୁ ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri