Posted inଫୁରସତ

ଦୀପାବଳି ଆନନ୍ଦରେ ଭ୍ରମଣ

ଆଲୋକର ପର୍ବ ଦୀପାବଳିକୁ ବେଶ୍‌ ଉତ୍ସାହର ସହ ପାଳନ କରିଥାନ୍ତି ଦେଶବାସୀ। କେହି କେହି ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦୁଆର, ରାସ୍ତାଘାଟ ସଜାଇବା ସହ ବନ୍ଧୁବାନ୍ଧବଙ୍କ ସଙ୍ଗେ ମଜା ମଜ୍‌ଲିସ୍‌ରେ ଏହି ଶୁଭ ଦିନଟିକୁ ବିତାଇ ଦେଇଥାନ୍ତି ତ ଆଉ କେହି କେହି ବାହାରକୁ କୁଆଡ଼େ ବୁଲିଯିବାକୁ ପ୍ଲାନିଂ କରିଥାନ୍ତି। ଯଦି ଆପଣ ବି ସେମିତି କିଛି ପ୍ଲାନିଂ କରୁଥାନ୍ତି, ତା’ହେଲେ ଆସନ୍ତୁ ଜାଣିବା ଦେଶର କେଉଁ କେଉଁ ସ୍ଥାନକୁ ବୁଲିଗଲେ ଦୀପାବଳି ଛୁଟିର ଭରପୂର୍‌ ଆନନ୍ଦ ଉଠାଇହେବ…

* କୋଲକାତା: ନିଜର ବିବିଧତା, ବିଶେଷତା, ସାହିତ୍ୟ, ସଂସ୍କୃତି ବ୍ୟତିତ ପର୍ବପର୍ବାଣି କ୍ଷେତ୍ରରେ ବି କୋଲକାତା ସବୁବେଳେ ଖାସ୍‌ ରହିଆସିଛି। ଦଶହରା ହେଉ ଅବା ଦୀପାବଳି ପର୍ବକୁ ବେଶ୍‌ ଆନନ୍ଦଉତ୍ସାହର ସହ ପାଳିଥାନ୍ତି ଏଠାକାର ବାସିନ୍ଦା। ଦୀପ ଜାଳି, ରଙ୍ଗୀନ ଆଲୋକମାଳାରେ ଘରଦ୍ୱାର ସଜାଇ, ବନ୍ଧୁବାନ୍ଧବଙ୍କ ସହ ମଜାମଜ୍‌ଲିସ୍‌ରେ ସ୍ଥାନୀୟ ଲୋକେ ଏତେ ମଜ୍ଜି ଯାଇଥାନ୍ତି ଯେ, ପାର୍ବଣର ଋତୁ ଏଠାରେ ଆହୁରି ରଙ୍ଗୀନ ହୋଇ ଉଠେ। ସେହିପରି ଏଠାକୁ ବୁଲି ଆସୁଥିବା ଆଗନ୍ତୁକ ବି ଏଠାରେ ଦୀପାବଳିର ଭରପୂର ମଜା ନେବା ସହ ଏଠାରେ ଥିବା ଅନେକ ମାତା କାଳୀଙ୍କର ମନ୍ଦିର ବୁଲିବାର ଆନନ୍ଦ ମଧ୍ୟ ଲଭିପାରିବେ।

* ବାରଣାସୀ: ଉତ୍ତରପ୍ରଦେଶରେ ଥିବା ଏହି ଆଧ୍ୟାତ୍ମିକ ପର୍ଯ୍ୟଟନସ୍ଥଳୀଟି ଲୋକମୁଖରେ ବନାରସ ତଥା କାଶୀ ନାମରେ ବି ବେଶ୍‌ ପରିଚିତ। ଏହା ଦୁନିଆର ସବୁଠାରୁ ପ୍ରାଚୀନ ତଥା ନିରନ୍ତର ପ୍ରଗତି ପଥରେ ଅଗ୍ରସର ହେଉଥିବା ଏକ ସହର ଭାବେ ମଧ୍ୟ ଜଣାଶୁଣା। ହିନ୍ଦୁ ଧର୍ମର ସବୁଠାରୁ ପବିତ୍ରତମ ସହର ଭାବେ ବି ଏହା ଖ୍ୟାତ। ଏହି ସହରକୁ ନେଇ ହିନ୍ଦୁ ଧର୍ମରେ ଏକ ମାନ୍ୟତା ରହିଛି ଯେ, ଯଦି କୌଣସି ବ୍ୟକ୍ତିଙ୍କର ଏଠାରେ ମୃତ୍ୟୁ ହୋଇଯାଏ କିମ୍ବା ଏଠାରେ କାହାର ଯଦି ଅନ୍ତିମ ସଂସ୍କାର କରାଯାଏ; ତା’ହେଲେ ତାଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। ତେବେ ଦୀପାବଳି ଅବସରରେ ଲକ୍ଷାଧିକ ଦୀପରେ ତଥା ରଙ୍ଗୀନ ଆଲୋକମାଳାରେ ଏଠାକାର ପବିତ୍ର ଘାଟ ସଜାଯାଇଥିବାର ଦୃଶ୍ୟକୁ ଯିଏ ଦେଖିବେ ସିଏ କ୍ଷଣିକରେ ମନ୍ତ୍ରମୁଗ୍ଧ ହୋଇଯିବେ।

* ଜୟପୁର: ‘ପିଙ୍କ୍‌ ସିଟି’ ଭାବେ ପରିଚିତ ରାଜସ୍ଥାନର ଏହି ସହରଟିରେ ବି ଦୀପାବଳିକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ। ଏହା ରାଜସ୍ଥାନର ରାଜଧାନୀ ଭାବେ ବି ପ୍ରସିଦ୍ଧ। ହିନ୍ଦୁ ବାସ୍ତୁକଳାର ଅନେକ ନିଚ୍ଛକ ଉଦାହରଣ ଏହି ସହରରେ ହିଁ ଦେଖିବାକୁ ମିଳେ। ଦୀପାବଳି ଅବସରରେ ଏହି ସହର ଏତେ ଆକର୍ଷଣୀୟ ଭାବେ ସଜେଇ ହୋଇଥାଏ ଯେ, ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ଅସମ୍ଭବ। ତା’ସହିତ ଆଗନ୍ତୁକଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଛୋଟ ବଡ଼ ମେଳାର ବି ଆୟୋଜନ କରାଯାଇଥାଏ ଏହି ସମୟରେ। ସାଧାରଣରେ କହିବାକୁ ଗଲେ ଜୟପୁର ବୁଲିବାର ପ୍ରକୃତ ମଜା ସେତେବେଳେ ଆସେ ଯେବେ ଦୀପାବଳି ଅବସରରେ ଛୁଟି କଟାଇବାର ସୂଯୋଗ ଏଠାରେ ମିଳେ।

* ଦିଲ୍ଲୀ: ପର୍ଯ୍ୟଟନ ଦୃଷ୍ଟି କୋଣରୁ ଦେଖିଲେ, ବର୍ଷର ଯେ କୌଣସି ସମୟରେ ଏଠାକୁ ବୁଲି ଯାଇହେବ। ବିଶେଷ କରି ଦୀପାବଳି ଅବସରରେ ଏଠାକୁ ବୁଲିଗଲେ ମନ ମିଜାଜ୍‌ ଖୁସି ହୋଇଗଲା ପରି ଲାଗିବ। କାରଣ ଏହି ପର୍ବକୁ ସ୍ବାଗତ କରିବା ପାଇଁ ସମ୍ପୂର୍ଣ୍ଣ ଦିଲ୍ଲୀ ସହର ରଙ୍ଗୀନ ଆଲୋକମାଳାରେ ସଜେଇ ହେବା ସହ ସମସ୍ତଙ୍କ ଦୂଆର ଆଗରେ ରଙ୍ଗବେରଙ୍ଗର ରଙ୍ଗୋଲି ହୋଇଥିବାର ମଧ୍ୟ ଦେଖାଯାଏ। କେବଳ ସେତିକି ନୁହେଁ ଏଠାକାର ରାସ୍ତାଘାଟରେ ବିକ୍ରି ହେଉଥିବା ନାନାଦି ସୁସ୍ବାଦୁ ବ୍ୟଞ୍ଜନର ବାସ୍ନାରେ ପେଟ ପୁରିଗଲା ଭଳି ଅନୁଭବ ହୁଏ। ସ୍ଥାନେ ସ୍ଥାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଆୟୋଜନ ବି କରାଯାଇଥାଏ; ଯାହା ସ୍ଥାନୀୟ ଲୋକ ହୁଅନ୍ତୁ ବା ପର୍ଯ୍ୟଟକ ସମସ୍ତଙ୍କୁ ଖୁବ୍‌ ଆକର୍ଷିତ କରିଥାଏ।

ତେବେ କେବଳ ଏହିସବୁ ସ୍ଥାନ ନୁହେଁ, ଅମୃତସର, ଶିବକାଶୀ, ଗୁଜରାଟ, ଗୋଆରେ ବି ଦୀପାବଳିକୁ ବେଶ୍‌ ଧୂମ୍‌ଧାମ୍‌ରେ ପାଳନ କରାଯାଇଥାଏ; ଯେଉଁଠାକୁ ପର୍ଯ୍ୟଟକ ଯାଇ ଛୁଟିର ଭରପୂର ଆନନ୍ଦ ଉଠାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ…

ଫିଟିଲା ‘ଡାର୍କ ଏନର୍ଜି’ର ଗୁମର! ଚମକାଇଲା ବୈଜ୍ଞାନିକଙ୍କ ତଥ୍ୟ; ବିଶ୍ୱରେ ଚହଳ!

ନୂଆଦିଲ୍ଲୀ,୧୧।୯: ବ୍ରହ୍ମାଣ୍ଡର କ୍ରମାଗତ ଦ୍ରୁତ ପ୍ରସାରଣର କାରଣ ବୋଲି ଧରାଯାଉଥିବା ‘ଡାର୍କ ଏନର୍ଜି’ (Dark Energy) ଏବେ ପ୍ରଶ୍ନବାଚୀ ଘେରରେ। ଏକ ନୂତନ ଗବେଷଣାରେ ୧,୭୦୦ରୁ ଅଧିକ…

ମହାକାଶରେ ବଡ଼ ହଲଚଲ! ବୁଧ ଗ୍ରହରେ ବିରାଟ ଫାଟ, ବୈଜ୍ଞାନିକ ଦେଲେ ଚେତାବନୀ…

ନୂଆଦିଲ୍‌ଲୀ,୧୧।୯: ବୁଧ ଯେତିକି ସଙ୍କୁଚିତ ହୋଇଛି, ଏହାର ପୃଷ୍ଠଭାଗରେ ସେତିକି ଫାଟ ସୃଷ୍ଟି ହୋଇଛି। ଆରବ ବର୍ଷ ଧରି ହୋଇଥିବା ଧକ୍କା କାରଣରୁ ସୃଷ୍ଟି ହୋଇଥିବା ଗର୍ତ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?