Posted inଫୁରସତ

ରଙ୍ଗୋଲି…

ଭାରତୀୟ ପରମ୍ପରାରେ ରଙ୍ଗୋଲିର ମହତ୍ୱ ବହୁତ ରହିଛି। ହିନ୍ଦୁଧର୍ମରେ ଅଗଣା ଅବା ମୁଖ୍ୟ ଦ୍ୱାରରେ ରଙ୍ଗୋଲି କରିବାଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୁଏ ବୋଲି ବିଶ୍ୱାସ ରହିଛି। ଏହା ଘରେ ସକାରାତ୍ମକ ପରିବେଶ ବି ସୃଷ୍ଟି କରିଥାଏ। ଯାହାଦ୍ୱାରା ମନ ପ୍ରସନ୍ନ ରହେ। ରଙ୍ଗୋଲିକୁ ‘ଅଳ୍ପନା’ ବି କୁହାଯାଏ। ଏହି ଶବ୍ଦ ସଂସ୍କୃତ ଶବ୍ଦ ‘ଓଲେମ୍ପନ’ରୁ ଉଦ୍ଧୃତ। ଓଲେମ୍ପନର ଅର୍ଥ ହେଉଛି ଲେପ କରିବା। ଏହା ଏକ ବହୁ ପ୍ରାଚୀନ ଲୋକକଳା। ମହେଞ୍ଜୋଦାରୋ ହରପ୍ପା ସଭ୍ୟତା ସମୟରେ ବି ଏହା ଥିବା ଜଣାପଡେ। କାରଣ ଅଳ୍ପନ ସହ ମେଳ ଖାଉଥିବା ଚିତ୍ର ସେହି ସଭ୍ୟତାର ଅବଶେଷରୁ ଉଦ୍ଧାର କରାଯାଇଛି। ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ, ଯେଉଁ ଘର ଅବା ସହରରେ ସୁନ୍ଦର ଚିତ୍ର ଓ ରଙ୍ଗିନ ରଙ୍ଗୋଲି ତିଆରି ହୋଇଥାଏ ସେଠାରେ ସବୁବେଳେ ଖୁସିର ପରିବେଶ ରହେ। ଆଜି ବି ଏହି କଥାକୁ ବିଶ୍ୱାସ କରାଯାଏ ଏବଂ ଗାଁ ସହରରେ ଘର ବାହାରେ ରଙ୍ଗୋଲି କରାଯାଏ।

ନାମ ଅନେକ: ଭାରତର ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଉପାୟରେ ରଙ୍ଗୋଲି କରାଯାଇଥାଏ। ଆଉ ପ୍ରତ୍ୟେକ ପ୍ରାନ୍ତରେ ଏହାର ନାଁ ଭିନ୍ନ ଭିନ୍ନ ରହିଥାଏ। ଉତ୍ତର ପ୍ରଦେଶରେ ଏହାକୁ ଚୌକ ପୁରନା କହାଯାଉଥିବାବେଳେ ରାଜସ୍ଥାନ, ଛତିଶଗଡ ଓ ଭାଲଓ୍ବାରେ ମାଣ୍ଡନା, ବିହାରରେ ଅରିପନ, ବଙ୍ଗଳାରେ ଅଳ୍ପନା, ମହାରାଷ୍ଟ୍ରରେ ରଙ୍ଗୋଲି, କର୍ନାଟକରେ ରଙ୍ଗଓ୍ବଲ୍ଲୀ, ତାମିଲନାଡୁରେ କୋଲମ, ଉତ୍ତରାଞ୍ଚଳରେ ଐପଣ, ଆନ୍ଧ୍ରପ୍ରଦେଶରେ ମୁଗୁ ବା ମୁଗୁଲୁ, ହିମାଚଳ ପ୍ରଦେଶରେ ଅଦୁପନା ଓ କେରଳରେ କୋଲମ କୁହାଯାଏ।

ରଙ୍ଗୋଲିର ବୈଜ୍ଞାନିକ ମହତ୍ୱ: ରଙ୍ଗୋଲିର ମହତ୍ୱ କେବଳ ସାଜସଜ୍ଜା ବା ଧାର୍ମିକ ସ୍ତରରେ ସିମିତ ନୁହେଁ, ବରଂ ବୈଜ୍ଞାନିକ ସ୍ତରରେ ବି ରହିଛି। ବୈଜ୍ଞାନିକମାନେ ଗବେଷଣା କରି ଜାଣିପାରିଛନ୍ତି ଯେ ରଙ୍ଗ ମାନସିକ ସ୍ବାସ୍ଥ୍ୟ ପାଇଁ ମହୋଷଧି ପରି କାମ କରିଥାଏ। ରଙ୍ଗୋଲି କଲାବେଳେ ବେଶ୍‌ ସକାରାତ୍ମକ ଅନୁଭବ ହୁଏ। ଏହା ଅବସାଦ ଦୂର କରିଥାଏ। ରଙ୍ଗୋଲି ପକାଇବାବେଳେ ଆଙ୍ଗୁଳି ଓ ବୁଢା ଆଙ୍ଗୁଳି ମିଶି ଜ୍ଞାନ ମୁଦ୍ରା ହୋଇଥାଏ। ଯାହା ମସ୍ତିସ୍କକୁ ଉର୍ଜାବାନ ଓ ସକ୍ରିୟ କରିବା ସହ ବୌଦ୍ଧିକ ବିକାଶରେ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆକ୍ୟୁ ପ୍ରେସର୍‌ ପରି ମଧ୍ୟ ଏହି ମୁଦ୍ରା କାମ କରି ସ୍ବାସ୍ଥ୍ୟ ପାଇଁ ଉପକାରୀ ସାବ୍ୟସ୍ତ ହୁଏ। ଏହା ଉଚ୍ଚ ରକ୍ତ ଚାପରୁ ବି ବଞ୍ଚାଏ ଏବଂ ମାନସିକ ଓ ଆତ୍ମିକ ଶାନ୍ତି ପ୍ରଦାନ କରେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କୁ କାର୍‌ରେ ଦେଶ ବୁଲାଉଛନ୍ତି

ନୋଏଡା: ଉତ୍ତର ପ୍ରଦେଶର ନୋଏଡାରେ ରହୁଥିବା ଅବସରପ୍ରାପ୍ତ ଅଜୟ ତୋମାର (୬୨) ଓ ତାଙ୍କ ସ୍ତ୍ରୀ ସୁନୀତା ତୋମାର(୫୮) ସେମାନଙ୍କ କାର୍‌ରେ ସାରା ଭାରତ ଭ୍ରମଣ...

ସମୁଦ୍ରରେ ବିବାହ

ରିୟାଧ: ବିବାହକୁ ଅନନ୍ୟ ଓ ସ୍ମରଣୀୟ କରିବା ପାଇଁ ସମ୍ପ୍ରତି ଯୁବପିଢ଼ି ଅନେକ ପ୍ରକାରର ନୂତନ ଟ୍ରେଣ୍ଡ୍‌କୁ ଫଲୋ କରୁଛନ୍ତି। ନିକଟରେ ହାସନ୍‌ ଅବୁ ଅଲ୍‌-ଓଲା...

ଗଧ ପିଠିରେ ବସି ବାସ୍କେଟବଲ୍‌

ବାସ୍କେଟବଲ୍‌ ଖେଳକୁ ଅନେକେ ଭଲ ପାଆନ୍ତି। ସାଙ୍ଗସାଥୀଙ୍କ ସହ ଟିମ୍‌ ହୋଇ ଅନେକେ ଖେଳିଥିବେ ମଧ୍ୟ। ହେଲେ ଏଠାରେ ଯେଉଁ ବାସ୍କେଟ୍‌ ବଲ କଥା କୁହାଯାଉଛି...

ଏହି ଏଫ୧ କାର୍‌କୁ ଖାଇଛନ୍ତି କି

ଏଫ୍‌୧ କାର୍‌ ରେସ୍‌ ଦେଖିବାକୁ ପ୍ରାୟ ସମସ୍ତେ ଭଲ ପାଆନ୍ତି। ଏହାକୁ ଦେଖିବାବେଳେ ମନରେ ଜୋଶ୍‌ ଭରିଯାଏ। ହେଲେ ଏହା ଏକ ବିପଜ୍ଜନକ ଖେଳ। ଏହାର...

ନିଜ ପେଟରେ ନିଜ ଯମଜ: ପୁରୁଷ ପେଟ ଭିତରେ ମଣିଷ ଛୁଆ

ମହାରାଷ୍ଟ୍ର, ନାଗପୁରର ସଞ୍ଜୁ ଭଗତଙ୍କ ଜୀବନ କାହାଣୀ ବେଶ୍‌ ଅଜବ। ୧୯୬୩ରେ ତାଙ୍କର ଜନ୍ମ। ପ୍ରଥମେ ତ ସେ ଅନ୍ୟ ପିଲାଙ୍କ ପରି ସାଧାରଣ ପିଲାଟିଏ...

ସାହିତି୍ୟକ ତଥା ଶିକ୍ଷାବିତ୍‌ ଶ୍ରୀବିଷ୍ଣୁପ୍ରସାଦ ଦଳେଇ ନିଜ ପ୍ରଥମ ରୋଜଗାର ସମ୍ପର୍କରେ କ’ଣ କୁହନ୍ତି ଜାଣନ୍ତୁ

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଡକ୍ଟର ମାୟାଧର ମାନସିଂହଙ୍କ ଭିଟାମାଟି କୁହାଯାଉଥିବା ନନ୍ଦଳା ଗ୍ରାମରେ ମୋ ଜନ୍ମ। ଯୌଥ ପରିବାରରେ ବଢିଛି; ତେଣୁ ସବୁ...

୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ ହାସଲ କରିଥିବା ଭାଲେନା ଭାଲେଣ୍ଟିନା କହିଲେ ବିବାହ ସିକ୍ରେଟ୍‌

ସମସ୍ତେ ତାଙ୍କୁ ଜାଣନ୍ତି ‘କରାଟେ କୁଇନ୍‌’ ଭାବେ। ୨୦୧୦ ଏସିଆନ୍‌ ଗେମ୍ସରେ ବ୍ରୋଞ୍ଜ ମେଡାଲ ମ୍ୟାଚ୍‌ ପର୍ଯ୍ୟନ୍ତ ପହଞ୍ଚତ୍ପାରିଥିବା, ୨୬ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ଗୋଲ୍ଡ ମେଡାଲ...

ଜାଣନ୍ତୁ କାହିଁକି ପାଳନ କରାଯାଏ ବିଶ୍ୱ ପରିସଂଖ୍ୟାନ ଦିବସ

୨୦ ଅକ୍ଟୋବରରେ ସାରା ବିଶ୍ୱରେ ପରିସଂଖ୍ୟାନ ଦିବସ ପାଳନ କରାଯାଏ। ମାତ୍ର ଭାରତରେ ଜାତୀୟ ପରିସଂଖ୍ୟାନ ଦିବସ ୨୯ ଜୁନ୍‌ରେ ପାଳନ କରାଯାଏ। ମିଳିତ ଜାତିସଂଘର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri