Posted inଖେଳ

ଓ୍ବାର୍ନର କଲେ ବଡ଼ ଖୁଲାସା: ଏହି ଗୋଟିଏ ନିଷ୍ପତ୍ତି ବଦଳାଇଦେଇଥିଲା ଅଷ୍ଟ୍ରେଲିଆ ଟିମ୍‌ର ଭାଗ୍ୟ

ନୂଆଦିଲ୍ଲୀ,୨୧।୧୧: ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପୂର୍ବରୁ ବିଶ୍ୱକପ୍‌ର ଅଧିକାଂଶ ମ୍ୟାଚ୍‌ରେ ଟିମ୍‌ର ଅଧିନାୟକ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ। ଏଣୁ ତାଙ୍କ ନିଷ୍ପତ୍ତି ବିରୋଧି ଟିମ୍‌ ଲାଗି ବିଜୟର ସୁଯୋଗ ଆଣିପାରେ ବୋଲି ପ୍ରଥମେ ଆଶା କରାଯାଉଥିଲା। ହେଲେ ଖେଳ ଆଗକୁ ବଢ଼ିବା ମାତ୍ରେ କମିନ୍ସଙ୍କ ନିଷ୍ପତ୍ତି ଦଳକୁ ଚାମ୍ପିୟାନ କରାଇବାର ପ୍ରମୁଖ କାରଣ ପାଲଟିଥିଲା।

ଟସ୍‌ ପରେ ଭାରତ ଅଧିନାୟକ ରୋହିତ ଶର୍ମା ମଧ୍ୟ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିବା କହିଥିଲେ। ହେଲେ ତାର ଓଲଟା ପରିଣାମ ଦଳକୁ ଭୋଗିବାକୁ ପଡ଼ିଥିଲା। ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ବାଜିକୁ ପଲଟାଇଦେଇଥିଲେ। ବିଶ୍ୱକପ୍‌ ଫାଇନାଲର ଦୁଇ ଦିନ ପରେ ଏବେ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନର ଏକ ବଡ଼ ଖୁଲାସା କରିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଭିନ୍ନ ଯୋଜନା କରିଥିବା ବେଳେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ନିଷ୍ପତ୍ତି କିଭଳି ବଦଳାଗଲା ତାହା ସେ ଜଣାଇଛନ୍ତି।

ଏ ବି ଡିଭିଲିୟର୍ସଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ଓ୍ବାର୍ନର କହିଛନ୍ତି, ବିଶ୍ୱକପ ଫାଇନାଲ ଗୋଟିଏ ଦିନ ପୂର୍ବରୁ ସମସ୍ତେ ଘଣ୍ଟାଏ-ଦୁଇଘଣ୍ଟା ଧରି ଆଲୋଚନା କରିଥିଲେ। ଏଥିରେ ସମସ୍ତ ରେକର୍ଡକୁ ଦେଖି ପ୍ରଥମେ ବ୍ୟାଟିଂ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ହେଲେ ମ୍ୟାଚ୍‌ ଦିନ ସମସ୍ତଙ୍କ ମନ ବଦଳିଯାଇଥିଲା। ସମସ୍ତଙ୍କୁ ପଚରାଯିବାରେ ଅଧିକାଂଶ ଖେଳାଳି ବୋଲିଂ କରିବାକୁ କହିଥିଲେ। ଶେଷରେ ଅଧିନାୟକ ତାହା ହିଁ କରିଥିଲେ।

କମିନ୍ସଙ୍କ ଉକ୍ତ ନିଷ୍ପତ୍ତି ଠିକ୍‌ ପ୍ରମାଣିତ ହୋଇଥିଲା। ପ୍ରଥମେ ଅଷ୍ଟ୍ରେଲିଆର ଦ୍ରୁତ ବୋଲରମାନେ ପିଚ୍‌ର ଲାଭ ଉଠାଇ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଅଡୁଆରେ ପକାଇଥିଲେ। ସେମାନେ ଗୋଟିଏ ରନ୍‌ ଲାଗି ମଧ୍ୟ ସଂଘର୍ଷ କରୁଥିବା ଦେଖାଯାଇଥିଲା। ଫଳରେ ଫାଇନାଲରେ ୨୪୦ ରନ୍‌ର ଟାର୍ଗେଟ ଦେଇଥିଲା ଅଷ୍ଟ୍ରେଲିଆ। ଏହାକୁ ୪ ଉଇକେଟ ହରାଇ ସହଜରେ ଅଷ୍ଟ୍ରେଲିଆ ହାସଲ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?