Posted inଖେଳ

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ଦେଖିବାକୁ ଆସିବେ ଫୁଟବଲ ଲିଜେଣ୍ଡ ଡେଭିଡ ବେକହାମ୍

ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ଦିନିକିଆ କ୍ରିକେଟ ବିଶ୍ୱକପ ବିଶ୍ୱର ବଡ ଫୁଟବଲ ଖେଳାଳିଙ୍କୁ ମଧ୍ୟ ଆକର୍ଷିତ କଲାଣି। ଇଂଲଣ୍ଡ ଫୁଟବଲ ଟିମର ପୂର୍ବତନ ଅଧିନାୟକ ଡେଭିଡ ବେକହାମ୍ ୧୫ ତାରିଖରେ ମୁମ୍ବାଇର ଷ୍ଟାଡିୟମରେ ଭାରତ ବନାମ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବାକୁ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।

୨୦୧୯ ଦିନିକିଆ ବିଶ୍ଵକପରେ ଭାରତ ନ୍ୟୁଜିଲାଣ୍ଡ ନିକଟରୁ ସେମିଫାଇନାଲରେ ପରାଜିତ ହୋଇଥିଲା ବେଳେ ପୁଣିଥରେ ୨୦୨୩ରେ ସେମିଫାଇନାଲରେ ପୁଣି ଭେଟିବ। ତେବେ ଚଳିତ ଥର ଲଗାତାର ତୃତୀୟ ବିଶ୍ୱକପରେ ଫାଇନାଲରେ ପ୍ରବେଶ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଲକ୍ଷ୍ୟ ରଖିଥିବା ବେଳେ ମଞ୍ଚେଷ୍ଟର ପରାଜୟର ପ୍ରତିଶୋଧ ନେବାକୁ ଚେଷ୍ଟା କରିବ।

ଚଳିତ ବିଶ୍ୱକପରେ ଭାରତ ସମସ୍ତ ୯ ମୁକାବିଲାରେ ବିଜୟ ସହିତ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି। ଧର୍ମଶାଳାରେ ବିରାଟ କୋହଲିଙ୍କ ୯୫ ରନ୍ ବଳରେ ଭାରତ ବ୍ୟୁଜିଲାଣ୍ଡକୁ ମଧ୍ୟ ୪ ଉଇକେଟରେ ମାତ୍ ଦେଇଥିଲା। ଏହା ପୂର୍ବରୁ ବୋଲିଂରେ ମହମ୍ମଦ ଶାମି ୫ ଉଇକେଟ ନେଇଥିଲେ ଏବଂ ନ୍ୟୁଜିଲାଣ୍ଡ ଟିମ୍ ୨୭୩ ରନରେ ଅଟକି ଯାଇଥିଲା। ମ୍ୟାଚକୁ ଭାରତ ଦୁଇ ଓଭର ଥାଇ ଜିତି ନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗୋଟିଏ ଦିନର ମୁଖ୍ୟମନ୍ତ୍ରୀ ହେଲେ ବୁମ୍‌ରା! VIDEOରୁ ଖୋଲିଲା ରାଜ୍‌

ନୂଆଦିଲ୍ଲୀ,୧୬।୫: ଭାରତୀୟ କ୍ରିକେଟ ଦଳର ଷ୍ଟାର ଫାଷ୍ଟ ବୋଲର ଜସପ୍ରୀତ ବୁମରାଙ୍କୁ IPL 2026 ସମୟରେ ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହେବାର ଦେଖାଯାଇଥିଲା। ସେ ବଲିଉଡ…

ସ୍ତ୍ରୀଙ୍କ ପାଇଁ ଆମିଷ ଛାଡ଼ିଦେଲେ କୋହଲି: କହୁ କହୁ କହିଦେଲେ…

ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ବଲିଉଡ ଏବଂ କ୍ରିକେଟ ଉଭୟରେ ସବୁଠାରୁ ଚର୍ଚ୍ଚିତ ଦମ୍ପତିଙ୍କ ମଧ୍ୟରୁ ଜଣେ। ଏହି ଦମ୍ପତି ସେମାନଙ୍କର କଠିନ ପରିଶ୍ରମ ଦ୍ୱାରା…

ଏହି ଦିନ ମାହିକା ଶର୍ମାଙ୍କୁ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା! ସାମ୍‌ନାକୁ ଆସିଲା ତାରିଖ, IPL ମଝିରେ କରିବେ ଦ୍ୱିତୀୟ ବିବାହ

ମୁମ୍ବାଇ,୧୬।୫: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ମଧ୍ୟରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ…

ଆଇପିଏଲ୍‌ ଛାଡ଼ିଲେ ରାଚିନ ରବୀନ୍ଦ୍ର

କୋଲକାତା,୧୫ା୫: ନ୍ୟୁଜିଲାଣ୍ଡର ଇଂଲଣ୍ଡ ଟେଷ୍ଟ ଟୁର୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିବା ଲାଗି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ରାଚିନ ରବୀନ୍ଦ୍ର ଆଇପିଏଲ୍‌ ଛାଡ଼ିଛନ୍ତି। ଗୁଜରାଟ…

ଦଣ୍ଡିତ ହେଲା ପାକିସ୍ତାନ

ମୀରପୁର,୧୫ା୫: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସ୍ଲୋ ଓଭର-ରେଟ୍‌ ପାଇଁ ପାକିସ୍ତାନ କ୍ରିକେଟ ଦଳ ଦଣ୍ଡିତ ହୋଇଛି। ଖେଳାଳିଙ୍କ ମ୍ୟାଚ ଫି’ର ୪୦ ପ୍ରତିଶତ ଜରିମାନା…

ଇଶାନଙ୍କୁ ୧ କୋଟି ଟଙ୍କାର ଚେକ୍‌ ଦେଲେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୧୫।୫: ବିସ୍ଫୋରକ ବ୍ୟାଟସମ୍ୟାନ ଇଶାନ କିଷାନ ଶୁକ୍ରବାର ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ଭେଟଛନ୍ତି। ଏହି ସମୟରେ ସମ୍ରାଟ ଚୌଧୁରୀ ପାଟନାର ବାସିନ୍ଦା ଇଶାନ କିଷାନଙ୍କୁ…

ଲଗାତର ପଞ୍ଚମ ପରାଜୟ: ପ୍ଲେଅଫ୍‌ରେ ପହଞ୍ଚିବା ବଢ଼ିଲା ଚିନ୍ତା…

ଧର୍ମଶାଳା,୧୫ା୫: ପିଛା ଛାଡ଼ୁନି ପରାଜୟ। ଶାର୍ଦ୍ଦୁଳ ଠାକୁରଙ୍କ ଘାତକ ବୋଲିଂ ପରେ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୬ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ…

ମୁମ୍ୱାଇ ଇଣ୍ଡିଆନ୍ସ ଆଗରେ ୨୦୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ଧର୍ମଶାଳା,୧୪ା୫: ଚଳିତ ଆଇପିଏଲ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ପରସ୍ପରକୁ ଭେଟିଛନ୍ତି। ଶାର୍ଦ୍ଦୁଳ ଠାକୁରଙ୍କ ୪ ଉଇକେଟ ସଫଳତା ସତ୍ତ୍ୱେ ପଞ୍ଜାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri