Posted inଜାତୀୟ

ଲଭ୍‌ ଜିହାଦ ପାଇଁ ଝିଅକୁ ମାରିଦେଲେ

ବେଙ୍ଗାଲୁରୁ,୨୧ା୪: ଏପ୍ରିଲ ୨୬ ଏବଂ ମେ’ ୭ରେ କର୍ନାଟକରେ ଲୋକ ସଭା ନିର୍ବାଚନ ହେବାକୁ ଯାଉଥିବାବେଳେ ଜଣେ କର୍ପୋରେଟରଙ୍କ ଝିଅକୁ ହତ୍ୟା ଘଟଣାକୁ ନେଇ ଶାସକ କଂଗ୍ରେସ ଏବଂ ବିରୋଧୀ ଦଳ ଭାଜପା ମଧ୍ୟରେ ବିବାଦ ତୀବ୍ର ରୂପ ଧାରଣ କରିଛି। ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ତଦନ୍ତ ଜାରି ରହିଛି। ଏହା ଏକ ‘ଲଭ୍‌ ଜିହାଦ’ ଘଟଣା ବୋଲି ଭାଜପା ନେତାମାନେ ଅଭିଯୋଗ କରୁଥିବାବେଳେ ମୃତକଙ୍କ ବାପା ନିରଞ୍ଜନ ହିରେମାଥ ମଧ୍ୟ ଏହି ବୀଭତ୍ସ ହତ୍ୟାକାଣ୍ଡ ପଛରେ ଲଭ୍‌ ଜିହାଦ ରହିଥିବା ଅଭିଯୋଗ ଆଣିଛନ୍ତି। ଗୋଟିଏ ଗ୍ୟାଙ୍ଗ୍‌ ଦୀର୍ଘଦିନ ହେଲା ଷଡ଼ଯନ୍ତ୍ର ଚଳାଇଥିଲେ। ସେମାନେ ଝିଅ ନେହା (୨୩)ଙ୍କୁ ବଶ କରାଇବା କିମ୍ବା ମାରିଦେବାକୁ ଯୋଜନା କରିଥିଲେ। ପୂର୍ବରୁ ସେମାନେ ଅନେକ ଥର ଧମକ ମଧ୍ୟ ଦେଇଥିଲେ। ତେବେ ନେହା ସେସବୁ ଧମକ ପ୍ରତି ଧ୍ୟାନ ଦେଇ ନ ଥିଲେ ବୋଲି ନିରଞ୍ଜନ କହିଛନ୍ତି।

ପ୍ରଥମ ବର୍ଷ ଏମ୍‌ସିଏ ଛାତ୍ରୀ ନେହାଙ୍କୁ ଗୁରୁବାର କେଏଲ୍‌ଇ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ପରିସରରେ ଜଣେ ପୂର୍ବତନ ଛାତ୍ର ୭ ଥର ଛୁରିଭୁସି ହତ୍ୟା କରିଥିଲେ। ଫୟେଜ ଖୋଣ୍ଡୁନାଏକ୍‌ ନାମକ ଏହି ଛାତ୍ର ଜଣକ ପୂର୍ବରୁ ନେହାଙ୍କ ସହପାଠୀ ଥିଲେ। ପରେ ସେ ପାଠପଢ଼ା ଛାଡ଼ିଦେଇଥିଲେ। ପୂର୍ବରୁ ସେମାନେ ସମ୍ପର୍କରେ ଥିଲେ ଏବଂ ପରେ ନେହା ତାଙ୍କଠାରୁ ଦୂରେଇ ଯାଇଥିଲେ ବୋଲି ଜେରା ବେଳେ ଫୟେଜ କହିଛନ୍ତି। ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ଓ ଭାଜପା ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗିରହିଛି। ବ୍ୟକ୍ତିଗତ କାରଣକୁ ନେଇ ହତ୍ୟାକାଣ୍ଡ ହୋଇଥିବା କଂଗ୍ରେସ କହୁଥିବାବେଳେ ଭାଜପା ଏହାକୁ ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିରେ ଅବନତି ବୋଲି ଅଭିଯୋଗ କରିଛି। ଏହା ପଛରେ ଲଭ୍‌ ଜିହାଦ ଥିବା ବାପା ନିରଞ୍ଜନ ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ଏବଂ ରାଜ୍ୟ ଗୃହମନ୍ତ୍ରୀ ଜି. ପରମେଶ୍ୱର ଲଭ୍‌ ଜିହାଦ ଅଭିଯୋଗକୁ ଖଣ୍ଡନ କରିଛନ୍ତି। କର୍ନାଟକରେ ଆଇନ ଶୃଙ୍ଖଳା ସ୍ଥିତି ବହୁତ ଭଲ ଥିବା ସିଦ୍ଦାରାମାୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ପାଇଁ ଖୁସି ଖବର! ରାକ୍ଷୀ ପୂର୍ଣ୍ଣିମାରେ ‘ଆମ ବସ୍’ ଯାତ୍ରା ମାଗଣା, ୭ ସହରରେ ମିଳିବ ସୁବିଧା

ଭୁବନେଶ୍ବର,୨୬।୮: ଗୁରୁବାର ପବିତ୍ର ରାକ୍ଷୀ ପୂର୍ଣ୍ଣିମା । ଏହି ଅବସରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛି କ୍ୟାପିଟାଲ୍ ରିଜିଅନ୍ ଆର୍ବନ୍ ଟ୍ରାନ୍ସପୋର୍ଟ(CRUT) । ରକ୍ଷା ବନ୍ଧନ…

୧ ସେପ୍ଟେମ୍ୱରରେ ଶନି-ଗୁରୁଙ୍କ ମହାମିଳନ! ୩ ରାଶିଙ୍କ ସୁନା ଭଳି ଚମକିବ କ୍ୟାରିୟର, ଆଖି ପିଛୁଳାକେ ଧନ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ଗୋଚର ଏବଂ ସେମାନଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଶୁଭ-ଅଶୁଭ ଯୋଗର ବିଶେଷ ମହତ୍ତ୍ୱ ରହିଛି। ୧ ସେପ୍ଟେମ୍ୱର ୨୦୨୬ରେ ଶନି ଏବଂ ଦେବଗୁରୁ…

ଗ୍ଲାସିୟର ହ୍ରଦ, ହିମସ୍ଖଳନ, କିମ୍ବା ଭୂମିକମ୍ପ… ହଠାତ କାହିଁକି ନେପାଳରେ ଆସିଲା ବନ୍ୟା? ବୈଜ୍ଞାନିକମାନେ କହିଲେ ପ୍ରକୃତ କାରଣ

କାଠମାଣ୍ଡୁ,୨୬।୮: ନେପାଳର ରାସୁୱା ଜିଲାର ଭୋଟେ କୋଶି ନଦୀରେ ବନ୍ୟାର ପ୍ରକୃତ କାରଣ ସ୍ଥାନୀୟ ବର୍ଷା ନୁହେଁ, ବରଂ ଏକ ବିଶାଳ ହିମସ୍ଖଳନ ହୋଇପାରେ। କାଠମାଣ୍ଡୁ ବିଶ୍ୱବିଦ୍ୟାଳୟର…

ସ୍କୁଲ ପଛ ନାଳରୁ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ସୋମବାରଠାରୁ ଥିଲେ ନିଖୋଜ

କୋରାପୁଟ,୨୬।୮(ଅମିତାଭ ବେହେରା): ବୋରିଗୁମ୍ମା ବ୍ଲକ ଗୁମୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ପଛପଟ ନାଳରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର ହୋଇଛି । ମୃତ…

ପେଟ୍ରୋଲିୟମ ମନ୍ତ୍ରାଳୟର ବଡ଼ ସୂଚନା, ୩୧ ଅଗଷ୍ଟ ପରେ ମିଳିବନି ଗ୍ୟାସ ସିଲିଣ୍ଡର? ଶୀଘ୍ର ସାରନ୍ତୁ ଏହି କାମ…

ନୂଆଦିଲ୍ଲୀ,୨୬।୮: ଯଦି ଆପଣଙ୍କ ଘରେ ମଧ୍ୟ ରୋଷେଇ ଗ୍ୟାସ ସିଲିଣ୍ଡର ବ୍ୟବହୃତ ହେଉଛି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ତେଲ କମ୍ପାନୀ ଏବଂ…

Zamatoରୁ ଅର୍ଡର କରୁଥିଲେ ସାବଧାନ! ଦିନ ଦ୍ୱିପ୍ରହରରେ ଲୁଟୁଛି କମ୍ପାନୀ

ନୂଆଦିଲ୍ଲୀ,୨୬।୮: ଆଜିକାଲି ଲୋକମାନେ ଅନଲାଇନରେ ଖାଦ୍ୟ ଅର୍ଡର କରିବାର ଅଭ୍ୟାସ ବିକଶିତ କରିଛନ୍ତି। ଏହାର ସୁଯୋଗ ନେଇ, ଖାଦ୍ୟ ବିତରଣ ସେବାଗୁଡ଼ିକ ପ୍ରାୟତଃ ଅତ୍ୟଧିକ ପରିମାଣରେ ଚାର୍ଜ…

କ’ଣ ୨୭ ଅଗଷ୍ଟରେ ବନ୍ଦ ରହିବ ସ୍କୁଲ? ଛୁଟିକୁ ନେଇ ଆସିଲା ବଡ଼ ଅପଡେଟ୍‌…

ନୂଆଦିଲ୍ଲୀ,୨୬।୮: ଦେଶର ଅନେକ ସ୍ଥାନରେ ଇଦ୍-ମିଲାଦ୍-ଉନ୍-ନବୀ ଅବସରରେ ବିଦ୍ୟାଳୟଗୁଡ଼ିକରେ ଛୁଟି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ ପ୍ରବଳ ବର୍ଷା ଆଲର୍ଟ ଆଦି କାରଣରୁ ସ୍ଥାନୀୟ ପ୍ରଶାସନ ଦ୍ୱାରା…

ମାଟି ଅତଡ଼ା ଧସି ଯାତାୟାତ ବନ୍ଦ: ଶୁଣିଲାନି ପ୍ରଶାସନ, ନିଜେ ସଫା କଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୨୬ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡ଼େପଦର ପଞ୍ଚାୟତର ତଳ ହାଡ଼ସିଲ ଗ୍ରାମରେ ଲଗାଣ ବର୍ଷା ଯୋଗୁ ପାହାଡ଼ରୁ ମାଟି ଅତଡ଼ା ଧସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri