Posted inଫୁରସତ

ମା’ଙ୍କ କେଶ ଛୁଇଁବା ପରେ କୁନି ଝିଅ କରିଥିଲା ଏମିତି, ଭିଡିଓ ଦେଖିଲେ ହସିହସି ଗଡ଼ିବେ

ସୋସିଆଲ ମିଡିଆର କ’ଣ କେତେବେଳେ ଭାଇରାଲ ହେଉଛି ତାହା କହିହେବ ନାହିଁ। ଅନେକ ସମୟରେ ପୋଷ୍ଟ ହୋଇଥିବା ଭିଡିଓଗୁଡିକ ଏତେ ମଜାଳିଆ ହୋଇଥାଏ, ଯେ କେହି ହେଉନା କାହିଁକି ହସ ରୋକି ପାରିବେ ନାହିଁ। ଏବେ ସେମିତି ଏକ ହୃଦୟ ଜିତିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହା ଦେଖିଲେ ଆପଣ ମଧ୍ୟ ହସ ଅଟକାଇ ପାରିବେନି।

ଭିଡିଓରେ ଜଣେ କୁନି ଝିଅ ତା’ ମା’ଙ୍କ ପାଖରେ ବସିଥିବାର ନଜର ଆସିଛି। ଏହି ସମୟରେ ଝିଅଟି ମା’ଙ୍କ କେଶକୁ ଛୁଇଁ ଦେଇ ନିଜେ ଆଶ୍ଚର୍ଯ୍ୟଜନକ ପ୍ରତିକ୍ରିୟା ଦେଇଛି। ମହିଳା ଜଣକ ଶୋଇଥିବା ବେଳେ ପାଖରେ ତାଙ୍କ କୁନି ଝିଅ ବସି ତାଙ୍କ କେଶରେ ହାତ ମାରୁଛି। ମା’ଙ୍କର ଲମ୍ବା କେଶରେ ହାତ ମାରିବା ପରେ ସେ ନିଜ ମୁଣ୍ଡରେ ହାତ ମାରୁଛି। ତା’ ମୁଣ୍ଡରେ କେଶ ନାହିଁ ବୋଲି ସେ ଜାଣିପାରୁଛି। ପରେ ଏମିତି ପ୍ରତିକ୍ରିୟା ଦେଉଛି ଯେ, ତା’ ମା ବି ହସୁଛନ୍ତି। କୁନି ଝିଅର ସୁନ୍ଦର ପ୍ରତିକ୍ରିୟା ଦେଖି ପ୍ରଶଂସକମାନେ ହସି ହସି ଗଡୁଛନ୍ତି।

ଭିଡିଓଟି ସୋସିଆଲ ମିଡିଆରେ ktgirlie01 ନାମକ ଏକ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରାଯାଇଛି। ୟୁଜରମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଭିଡିଓରେ ଦେଖାଯାଇଥିବା ଝିଅଟି ସ୍ବତନ୍ତ୍ର ଶୈଳୀ ହେତୁ ହୃଦୟ ଜିତିପାରିଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ଝିଅଟି ପ୍ରକୃତିରେ ବହୁତ ସୁନ୍ଦର ଦେଖାଯାଉଛି। ଏହା ସହିତ ଅନେକ ୟୁଜରଙ୍କୁ ଏହି ଭିଡିଓଟି ଏତେ ପସନ୍ଦ ଆସିଛି ଯେ, ସେମାନେ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri