Posted inଜାତୀୟ

ମା’ଙ୍କୁ ସୁପାରି ଦେଇ ହତ୍ୟା କଲେ ଝିଅ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର(ରାଜସ୍ଥାନ), ୧୭।୭:ପିଲାମାନଙ୍କ ଏକ ସୁରକ୍ଷିତ ଭବିଷ୍ୟତ ଗଢ଼ିବା ପାଇଁ ମା’ବାପାମାନେ ଜୀବନରେ ବହୁ ତ୍ୟାଗ କରିଥାନ୍ତି। ନିଜେ କଷ୍ଟ ସହୁଥିଲେ ସୁଦ୍ଧା ପିଲାମାନଙ୍କୁ ଏହାର ଅନୁଭବ ହେବାକୁ ଦେଇ ନ ଥାନ୍ତି। ହେଲେ ବେଳେବେଳେ ପିଲାମାନଙ୍କ କାର୍ଯ୍ୟକଳାପ ଏଭଳି ନିଷ୍ଠୁର ହୋଇଥାଏ, ଯାହାକି ସହଜରେ କେହି ବିଶ୍ୱାସ କରିପାରନ୍ତି ନାହିଁ। ଏବେ ରାଜସ୍ଥାନ ଜୟପୁରରେ ଜଣେ ୨୩ବର୍ଷୀୟା ଯୁବତୀ ମା’ଙ୍କ ସମ୍ପତ୍ତି ଏବଂ ସରକାରୀ ଚାକିରି ହାତେଇବା ପାଇଁ ସୁପାରି ଦେଇ ହତ୍ୟା ଯୋଜନା କରିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୪୫ ବର୍ଷୀୟା ନୀରଜ ଶର୍ମା ପୂର୍ବରୁ ଅନେକ କଷ୍ଟ ସହିଥିଲେ। ଗତବର୍ଷ ସ୍ବାମୀଙ୍କୁ ହରାଇବା ପରେ, ସେ ପରିବାର ପ୍ରତିପୋଷଣ ପାଇଁ ଅନୁକମ୍ପାମୂଳକ ଭାବେ ଏକ ସରକାରୀ ଲୋୟର ଡିଭିଜନ କ୍ଲର୍କ ଚାକିରି କରିଥିଲେ। ନିଜ ପିଲାଙ୍କୁ ମଣିଷ କରିବା ପାଇଁ ସେ ଦିନରାତି ଚେଷ୍ଟା କରୁଥିଲେ। ହେଲେ ନୀରଜଙ୍କ ୨୩ ବର୍ଷୀୟା ଝିଅ ଆୟୁଷୀ ଶର୍ମା ନିଜର କିଛି ସମ୍ପର୍କୀୟ ଏବଂ ଭଡ଼ାଟିଆ ଅପରାଧୀଙ୍କ ସହାୟତାରେ ମା’ଙ୍କୁ ହତ୍ୟା କରିବାର ଯୋଜନା କରିଥିଲେ। ସୂଚନା ଅନୁସାରେ ଆୟୁଶୀ ମା’ଙ୍କୁ ହତ୍ୟା କରିବାକୁ ସୁପାରି କିଲରଙ୍କୁ ପ୍ରାୟ ୭ ଲକ୍ଷ ଟଙ୍କା ଦେଇଥିଲେ। ଯୋଜନା ଅନୁସାରେ ସେମାନେ ଗତ ୩ ତାରିଖରେ ଜୟପୁରର ପ୍ରତାପ ନଗର ଅଞ୍ଚଳରେ ନୀରଜଙ୍କୁ ଏକ ସ୍କର୍ପିଓ ଏସ୍‌ୟୁଭି ଗାଡ଼ି ଦ୍ୱାରା ଧକ୍କା ଦେଇ ହତ୍ୟା କରିଥିଲେ। ପ୍ରଥମେ ଏହାକୁ ଏକ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ସମସ୍ତେ ଭାବୁଥିଲେ। ହେଲେ ତଦନ୍ତ ସମୟରେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଜଣାପଡ଼ିଥିଲା। ଏହି ମାମଲାରେ ବର୍ତ୍ତମାନ ସୁଦ୍ଧା ୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ ପାରିବାରିକ ସମ୍ପତ୍ତି ବିବାଦ ଏବଂ ସେହି ସରକାରୀ ଚାକିରି ପାଇବାର ଲୋଭ ହିଁ ଏହି ଷଡ଼ଯନ୍ତ୍ରର ମୂଳ କାରଣ ଥିଲା। ସିସିଟିଭି ଫୁଟେଜ୍‌ ଏବଂ ପରବର୍ତ୍ତୀ ଅନୁସନ୍ଧାନ ପରେ ପ୍ରଥମେ ଏକ ଦୁର୍ଘଟଣା ଜଣାପଡ଼ୁଥିବା ଏହି ଘଟଣାର ଅସଲ ରହସ୍ୟ ପଦାକୁ ଆସିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ବାରମ୍ୱାର ୨୬ ତାରିଖରେ ଘଟୁଛି ପ୍ରଳୟ? ଭେଙ୍ଗାବାବା ଖୋଲିଲେ ରହସ୍ୟ…

ନୂଆଦିଲ୍ଲୀ,୧।୯: ନେପାଳ-ତିବ୍ଦତ ସୀମାରେ ହିମାଳୟର ହିମବାହ (ଗ୍ଲେସିୟର) ଭାଙ୍ଗି ହୋଇଥିବା ପ୍ରଳୟଙ୍କାରୀ ବନ୍ୟା ଓ ଭୂସ୍ଖଳନ ପରେ ଏବେ ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳିଯାଇଛି। ଶହ ଶହ…

ଜେଲରୁ ମୁକୁଳିଲେ ଗଞ୍ଜାମ ଜିଲା ବିଜେଡି ସଭାପତି ବିକ୍ରମ ପଣ୍ଡା: ଶତାଧିକ ସମର୍ଥକଙ୍କ ଗହଣରେ ବିଶାଳ ଶୋଭାଯାତ୍ରା

ବ୍ରହ୍ମପୁର,୧।୯(ସୁବାସ ଚନ୍ଦ୍ର ପାଢ଼ୀ): ବହୁ ଚର୍ଚ୍ଚିତ ଆଇନଜୀବୀ ତଥା ଭାଜପା ନେତା ପୀତବାସ ପଣ୍ଡା ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ବିଜେଡି ସଭାପତି ତଥା…

କନ୍ୟାସନ୍ତାନ ଜନ୍ମଦେବା ପରେ ଆଖି ବୁଜିଲେ ମା’

ପାଟଣା, ୧ା୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବଡ଼ପଶି ଗ୍ରାମର କମଳ କିଶୋର ଜେରାଇଙ୍କ ସ୍ତ୍ରୀ ତିଲୋତ୍ତମା ତିରିଆ (୨୫)ଙ୍କର ଚିକିତ୍ସାଧୀନ…

ସାହାଣୀ କପ୍‌ ଫୁଟ୍‌ବଲ୍‌: ୩ରେ ହେବ ଖେଳାଳି ଚୟନ, କେମିତି କରିବେ ଆବେଦନ ଜାଣନ୍ତୁ…

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କ୍ରୀଡ଼ା ସଂସ୍ଥା ଆନୁକୂଲ୍ୟରେ ସାହାଣୀ କପ୍‌ ସିନିଅର ପୁରୁଷ ଆନ୍ତଃ ଜିଲା ଫୁଟ୍‌ବଲ୍‌ ଟୁର୍ନାମେଣ୍ଟ ପାଇଁ ଆସନ୍ତା ଗୁରୁବାର ଷ୍ଟାଡିୟମ୍‌…

ମହିଳାଙ୍କୁ ଫସାଇ ଏକାଧିକ ଥର ବଳାତ୍କାର, ଅନ୍ତରଙ୍ଗ ମୁହୁର୍ତ୍ତ ଫଟୋ ଭିଡିଓ ଭାଇରାଲ: ଅବସରପ୍ରାପ୍ତ ସାମରିକ କର୍ମଚାରୀ ଗିରଫ

ଦିଗପହଣ୍ଡି,୧|୯(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ବିବାହିତା ମହିଳାଙ୍କୁ ପ୍ରେମଜାଲରେ ଫସାଇ ଏକାଧିକ ଥର ବଳାତ୍କାର କରିବା ସହ…

ନିୟମିତ ହେଉଛି ଭଡ଼ା ଆଦାୟ: ରକ୍ଷଣାବେକ୍ଷଣରେ ଅବହେଳା, ତେଜିଲା ଦୋକାନୀଙ୍କ ଅସନ୍ତୋଷ…

ଜୁନାଗଡ଼,୧ା୯(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏନ୍‌ଏସି ମାର୍କେଟ କମ୍ପ୍ଲେକ୍ସ ଜରାଜୀର୍ଣ୍ଣ ହୋଇପଡିଛି। ଏଠାରେ ୧୪ଟି ଗୃହ ଥିବାବେଳେ ମରାମତି…

୨୦ ହଜାର ଟଙ୍କା ଲାଞ୍ଚ ନେଇ ଜେଲ ଗଲେ ଶ୍ରମ ଅଧିକାରୀ

କେନ୍ଦୁଝର,୧।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ୨୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିବା କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ…

ଘୁମୁସର ବନଖଣ୍ଡରେ ୯୪ ହାତୀ: ଧାନ ଫସଲ ନଷ୍ଟ କରୁଛନ୍ତି ହାତୀପଲ, ଚିନ୍ତାରେ ଚାଷୀ

ଭଞ୍ଜନଗର,୧।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର ଘୁମୁସର ଉତ୍ତର ଓ ଘୁମୁସର ଦକ୍ଷିଣ ବନଖଣ୍ଡରେ ହାତୀ ଉପଦ୍ରବ ବଢ଼ିବାରେ ଲାଗିଛି। ସୋମବାର ସୁଦ୍ଧା ଦୁଇ ବନଖଣ୍ଡର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri