Posted inଜାତୀୟ

ଝିଅଙ୍କୁ ନିଲାମ, ମା’ଙ୍କୁ ବଳାତ୍କାର

ନୂଆଦିଲ୍ଲୀ/ଜୟପୁର, ୨୮ା୧୦:ଭାରତୀୟ ମହିଳାମାନେ ଅନେକ କ୍ଷେତ୍ରରେ ସଫଳତାର ସିଡ଼ି ଚଢ଼ି ଦେଶବିଦେଶରେ ସୁନାମ ଅର୍ଜୁଥିବାବେଳେ ରକ୍ଷଣଶୀଳ ରାଜସ୍ଥାନରେ ନାରୀଜାତିକୁ ପଣ୍ୟ ସାମଗ୍ରୀ ରୂପେ ବ୍ୟବହାର କରାଯାଉଛି। କାଁ ଭଁା କେବେ ନୁହେଁ, ବରଂ ରୀତିମତ ଭାବେ ଏଭଳି ବର୍ବର ଘଟଣା ଘଟୁଥିବା ଜାତୀୟ ମାନବ ଅଧିକାର ଆୟୁକ୍ତ (ଏନ୍‌ଏଚ୍‌ଆର୍‌ସି)ଙ୍କ ଦୃଷ୍ଟିକୁ ଆସିଛି। ନିକଟରେ ଘଟିଥିବା ଏକ ଘଟଣା ସମ୍ପର୍କରେ ଖବରକାଗଜରୁ ଜାଣିବା ପରେ ଏନ୍‌ଏଚ୍‌ଆର୍‌ସି ରାଜସ୍ଥାନ ସରକାରଙ୍କୁ ଏହା ଉପରେ ଜବାବ ମାଗିଛନ୍ତି।
କଂଗ୍ରେସ ଶାସିତ ରାଜସ୍ଥାନରେ ସ୍ଥାନୀୟ ଖାପ୍‌ ପଞ୍ଚାୟତଗୁଡ଼ିକର ପ୍ରାଧାନ୍ୟ ଓ ପ୍ରାଦୁର୍ଭାବ କାହିଁରେ କ’ଣ। କୌଣସି ସ୍ଥାନରେ ଦୁଇ ପକ୍ଷ ବା ଗୋଷ୍ଠୀ ମଧ୍ୟରେ ବିବାଦ ହେଲେ ଲୋକେ ଥାନା ପରିବର୍ତ୍ତେ ଖାପ୍‌ ପଞ୍ଚାୟତକୁ ଯାଇଥାନ୍ତି। ଗାଁରେ ପଞ୍ଚାୟତ ସଭା ବସି ମାମଲାର ସମାଧାନ କରାଯାଏ। ଅଧିକାଂଶ ସମୟରେ ଖାପ୍‌ ପଞ୍ଚାୟତର ରାୟ ଅସାମ୍ବିଧାନିକ ଓ ଅବୈଧ ହୋଇଥିବା ଜଣାଯାଏ। ସୁପ୍ରିମକୋର୍ଟ ମଧ୍ୟ ପୂର୍ବରୁ ଏଭଳି ପଞ୍ଚାୟତଗୁଡ଼ିକର କାର୍ଯ୍ୟଶୈଳୀକୁ ନିନ୍ଦା କରିଛନ୍ତି। କାରଣ ଖାପ୍‌ ପଞ୍ଚାୟତରେ ତଥାକଥିତ ଭଦ୍ରଲୋକଙ୍କ ଦ୍ୱାରା ନିଷ୍ପତ୍ତି କୌଣସି ଆଇନଗତ ସିଦ୍ଧାନ୍ତ ଆଧାରରେ ନିଆଯାଇ ନ ଥାଏ। ଆର୍ଥିକ କାରବାର କିମ୍ବା ଋଣ ଦେଣନେଣ କ୍ଷେତ୍ରରେ ବିବାଦ ସୃଷ୍ଟି ହେଲେ କ୍ଷତିଭରଣା ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ପକ୍ଷଙ୍କ ଝିଅ, ଭଉଣୀଙ୍କୁ ନିଲାମ କରାଯାଇଥାଏ। ୮ରୁ ୧୮ ବର୍ଷୀୟା ଝିଅମାନଙ୍କୁ ବିଧିବଦ୍ଧ ଭାବେ ଷ୍ଟାମ୍ପପେପରରେ ଲେଖାପଢ଼ା କରି ବିକ୍ରି କରାଯାଏ। ଏପରି କି ଘରର ମହିଳାମାନଙ୍କୁ ବଳାତ୍କାର ମଧ୍ୟ କରାଯାଏ। ସେମାନଙ୍କୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ମୁମ୍ବାଇ, ଦିଲ୍ଲୀ ତଥା ଦେଶ ବାହାରକୁ ଚାଲାଣ କରାଯାଇଥାଏ। ଚାଲାଣ ଯୁବତୀ ନାନା ଶାରୀରିକ, ମାନସିକ ଓ ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ରାଜ୍ୟରେ ଯେଉଁ ଦଳର ସରକାର କ୍ଷମତାରେ ରହିଲେ ମଧ୍ୟ ଏଭଳି କଳଙ୍କିତ ବ୍ୟାଧି ହଟାଇବାରେ ବିଫଳ ହେଉଛନ୍ତି।
ଅକ୍ଟୋବର ୨୬ରେ ଏକ ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ ଏନ୍‌ଏଚ୍‌ଆର୍‌ସି ରାଜସ୍ଥାନ ପୋଲିସ ମହାନିର୍ଦ୍ଦେଶକ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭିଲ୍‌ଓ୍ବାଡାରେ ଯେତେବେଳେ ବି ଦୁଇ ପକ୍ଷ ମଧ୍ୟରେ କୌଣସି ବିବାଦ ହୁଏ ସେମାନେ ଥାନାକୁ ନ ଯାଇ ସମାଧାନ ପାଇଁ ଖାପ୍‌ ପଞ୍ଚାୟତର ଆଶ୍ରୟ ନେଇଥାନ୍ତି। ଏଇଠୁ ଆରମ୍ଭ ହୋଇଥାଏ ସେମାନଙ୍କ ଘରର ଝିଅ ଓ ମହିଳାଙ୍କୁ ଦାସତ୍ୱ ଭିତରକୁ ଠେଲିଦେବା ପ୍ରକ୍ରିୟା। ମୀମାଂସା ପରେ ଦୋଷୀ ପକ୍ଷ କ୍ଷତିପୂରଣ ରାଶି ପଇଠ ନ କଲେ କିମ୍ବା ଝିଅ ଭଉଣୀଙ୍କୁ ନିଲାମ ପାଇଁ ଟେକି ନ ଦେଲେ ଖାପ୍‌ ପଞ୍ଚାୟତ ଆହୁରି ନୃଶଂସ ହୋଇଯାଏ। ମୁଖିଆଙ୍କ ଅର୍ଡର ଆସେ ମହିଳାଙ୍କୁ ବଳାତ୍କାର ପାଇଁ। ଏକ ମାମଲାରେ ୧୫ ଲକ୍ଷ ଟଙ୍କାର ଋଣ ପରିଶୋଧ ପାଇଁ ପଞ୍ଚାୟତ ରାୟ ଦେଇଥିଲା। ଯେଉଁ ବ୍ୟକ୍ତି ଟଙ୍କା ପରିଶୋଧ କରିବା କଥା ସେ ଅକ୍ଷମ ହେବାରୁ ପ୍ରଥମେ ତାଙ୍କ ଭଉଣୀଙ୍କୁ ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାସତ୍ତ୍ୱେ ସମ୍ପୂର୍ଣ୍ଣ ଋଣ ଅର୍ଥ ଆଦାୟ ହୋଇ ନ ଥିବା ଦର୍ଶାଇ ବ୍ୟକ୍ତିଙ୍କ ୧୨ ବର୍ଷୀୟା ଝିଅକୁ ନିଲାମ କରାଯାଇଥିଲା। ଝିଅଟିକୁ ୮ ଲକ୍ଷ ଟଙ୍କାରେ ଜଣେ ବ୍ୟକ୍ତି କିଣିଥିଲେ। ଅନ୍ୟ ଏକ ଘଟଣାରେ ଜଣେ ବ୍ୟକ୍ତି ଋଣ ଶୁଝିବା ପାଇଁ ନିଜ ଘର ବିକ୍ରି କରିଦେଇଥିଲେ। ହସ୍ପିଟାଲରେ ନିଜ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସେ ୬ ଲକ୍ଷ ଟଙ୍କା ଋଣ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ସ୍ତ୍ରୀ ଆଖି ବୁଜି ଦେଇଥିଲେ। ରୋଗିଣା ମା’ଙ୍କ ଚିକିତ୍ସା ପାଇଁ ସେ ଆଉ ୬ ଲକ୍ଷ ଟଙ୍କାର ଋଣ ନେଲେ। ଋଣ ପରିଶୋଧ ପାଇଁ ସେ ନିଜ କୁନି ଝିଅକୁ ବିକ୍ରି କରିଦେଇଥିଲେ। ଝିଅକୁ କିଣିଥିବା କେତେଜଣ ବ୍ୟକ୍ତି ତାଙ୍କୁ ଆଗ୍ରାକୁ ନେଇଯାଇଥିଲେ। ଝିଅଟି ୩ ଥର ବିକ୍ରି ହୋଇଥିବାବେଳେ ୪ ଥର ଗର୍ଭବତୀ ହୋଇଥିବା ପ୍ରକାଶିତ ରିପୋର୍ଟରୁ ଏନ୍‌ଏଚ୍‌ଆର୍‌ସି ଜାଣିବା ପରେ ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri