ସର୍ଭେରୁ ସାମ୍ନାକୁ ଆସିଲା ତଥ୍ୟ; ପୋଷ୍ଟ ଗ୍ରାଜୁଏଟ୍‌ ମାଗୁଛନ୍ତି ଭିକ, ୧୯୨ ଜଣ ପଢ଼ିଛନ୍ତି ଯୁକ୍ତ ୨

ଜୟପୁର, ୨୪।୮: ଖୁବ୍‌ ଶୀଘ୍ର ଭିକାରୀମୁକ୍ତ ହେବାକୁ ଯାଉଛି ରାଜସ୍ଥାନର ରାଜଧାନୀ ଜୟପୁର। ନିକଟରେ ଭିକାରୀଙ୍କ ଥଇଥାନ ଲାଗି ଜୟପୁର କମିସନରେଟ୍‌ ପୋଲିସ ଥାନାସ୍ତରରେ ସର୍ଭେ ଆରମ୍ଭ ହୋଇଛି। ଯେଉଁଥିରେ ସେମାନଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଉଛି। ଏହି ସର୍ଭେରେ ଭିକାରୀ କେଉଁଠାରୁ ଆସିଛି, ଜୟପୁରରେ କେବେଠାରୁ ରହୁଛି ଆଦି ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ଫଟୋ ସହିତ ସଂଗ୍ରହ କରୁଛି।
ସର୍ଭେ ଅବସରରେ ଏକ ଚକିତ କଲାଭଳି ତଥ୍ୟ ସାମ୍ନାକୁ ଆସିଛି। ଜୟପୁରରେ ମୋଟ୍‌ ୧୧୬୨ ଜଣ ଭିକାରୀଙ୍କ ମଧ୍ୟରୁ ୫ ଜଣ ପୋଷ୍ଟ ଗ୍ରାଜୁଏଶନ କରିଛନ୍ତି। ସେହିଭଳି ୧୯୩ ଜଣ ଯୁକ୍ତ ୨ ପର୍ଯ୍ୟନ୍ତ ପଢ଼ିଥିବାବେଳେ ୯୦୩ ଜଣ ପାଠ ପଢ଼ିନାହାନ୍ତି। ୩୯ ଜଣ ସ୍ବାକ୍ଷର ଅଟନ୍ତି। ସେହିଭଳି ୨୭ ଜଣ ଭିକାରୀ ପାଠ ମଧ୍ୟ ପଢ଼ିବାକୁ ଆଗ୍ରହୀ ରହିଥିବା ଜଣାପଡ଼ିଛି। ଅପରପକ୍ଷରେ ୪୧୯ ଜଣ କହିଛନ୍ତି, ଯଦି କିଛି କାମଧନ୍ଦା ମିଳିଯିବ ତାହାଲେ ସେମାନେ ଭିକ୍ଷାବୃତ୍ତି ଛାଡ଼ିଦେବେ। ଏଠାରେ ଉଲ୍ଳେଖଯୋଗ୍ୟ, ରାଜସ୍ଥାନ ସରକାର ମଧ୍ୟ ଖୁବ ଶୀଘ୍ର ଭିକାରୀମାନଙ୍କୁ ଥଇଥାନ କରିବା ଲାଗି ବିଧାନସଭାରେ ଏକ ବିଲ୍‌ ଆଗତ କରିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଛୁଇଁବ କୁହୁକ ସଂଖ୍ୟା ୧୨୨

ପାଟନା,୯।୧୧: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ମଙ୍ଗଳବାର ଆରମ୍ଭ ହେବ। ରାଜ୍ୟର ମୋଟ ୨୪୩ ବିଧାନସଭା ଆସନ ମଧ୍ୟରୁ ସରକାର ଗଠନ ଲାଗି...

ସୁପ୍ରିମକୋର୍ଟରେ ଖାରଜ ହେଲା ଚିଦାମ୍ବରମଙ୍କ ଆବେଦନ

ନୂଆଦିଲ୍ଲୀ,୨୬।୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଲାଗିଛି ଝଟ୍‌କା। ସୋମବାର ସୁପ୍ରିମକୋର୍ଟ ଚିଦାମ୍ବରମଙ୍କ ସିବିଆଇ ମାମଲାର ଆବେଦନକୁ ଖାରଜ କରି ଦେଇଛନ୍ତି। ସିବିଆଇ ଦ୍ୱାରା ଚିଦାମ୍ବରମ...

କଂଗ୍ରେସ ସାଧାରଣ ସମ୍ପାଦକ ପଦ ଛାଡ଼ିଲେ ଆଶିଷ ଦେଶମୁଖ

ମୁମ୍ବାଇ,୧ା୬: ରାଜ୍ୟ ସଭା ନିର୍ବାଚନ ଲାଗି ଟିକେଟ ପ୍ରଦାନରେ ଅସନ୍ତୋଷ ପ୍ରକାଶ କରି ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ କମିଟି (ପିସିସି) ସାଧାରଣ ସମ୍ପାଦକ ପଦରୁ ଆଶିଷ...

ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ, ତିନି ଜିଲାରେ ୪ ଜଣଙ୍କ ରିପୋର୍ଟ ପଜିଟିଭ

ରାଞ୍ଚି,୨୮ ।୮: ଝାଡ଼ଖଣ୍ଡରେ ସ୍ୱାଇନ ଫ୍ଲୁ ଏଣ୍ଟ୍ରି କରିଛି । କୁହାଯାଉଛି କି ରାଜ୍ୟରେ ୪ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ବୋକାରୋ, ରାଞ୍ଚି...

ଛତିଶଗଡ଼ର ଶିମ୍‌ଲା ମୈନପାଟ

ଛତିଶଗଡ଼ର ସୁର୍‌ଗୁଜା ଜିଲା ଅନ୍ତର୍ଗତ ମୈନପାଟରେ ଶିମ୍‌ଲା ଭଳି ପରିବେଶ ଓ ଜଳବାୟୁ ଅନୁଭୂତ ହେବା ସହିତ ବିଭିନ୍ନ ଆକର୍ଷଣୀୟ ଦର୍ଶନୀୟସ୍ଥାନ ସବୁ ଦେଖିବାକୁ ମିଳିଥାଏ।...

ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ଖଟ୍ଟର, ସନ୍ଧ୍ୟାରେ ପୁଣି ଶପଥ ନେଇପାରନ୍ତି

ନୂଆଦିଲ୍ଲୀ,୨୫।୧୦: ଝୁଲା ବିଧାନସଭା ଅଭିମୁଖେ ଯାଉଥିବା ହରିୟାଣା ରାଜନୀତିରେ ଟ୍ବିିଷ୍ଟ ଆସିଛି। ଭାଜପାକୁ କ୍ଷମତାରୁ ଦୂରେଇ ରଖିବା ପାଇଁ କଂଗ୍ରେସ ଯେଉଁ ପ୍ରୟାସ କରୁଥିଲା, ସେଥିରେ...

ପ୍ରବଳ ତୁଷାରପାତ: ଘୋଡ଼ା ଚଢ଼ି ପାର୍ସଲ ବାଣ୍ଟୁଛନ୍ତି ଡେଲିଭରୀ ବୟ

ଶ୍ରୀନଗର,୧୬।୧: ଆଜିକାଲି ଜମ୍ମୁ-କଶ୍ମୀରରେ ପ୍ରବଳ ତୁଷାରପାତ ହେଉଛି। ଫଳରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇପଡ଼ିଛି। ଏପରି ସ୍ଥିତିରେ ଲୋକେ ଅନ୍‌ଲାଇନ୍‌ରେ ଜିନିଷ ମଗାଉଛନ୍ତି। ମାତ୍ର ସବୁଠୁ...

ବାଘକୁ ଚକମା ଦେଇ ଚାଲିଗଲା ମୟୂର, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week