Posted inଖେଳ

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ରେସ୍‌ର ଅନ୍ତିମ ୩ ଲାପ୍‌ ଆକ୍ସନଭରା ରହିଥିଲା। ଏଥିରେ ଦାରୁବାଲା ୬ଟି ସ୍ଥାନ ଜମ୍ପ୍‌ କରିଯାଇଥିଲେ। ଦାରୁବାଲାଙ୍କ ପାଇଁ ଏହି ଫଳାଫଳ ଅପରିହାର୍ଯ୍ୟ ଥିଲା। କାରଣ ଶନିବାର ଅନୁଷ୍ଠିତ ଫିଚର ରେସ୍‌ରେ କ୍ଲଚ୍‌ରେ ସମସ୍ୟା ଯୋଗୁ ୭ମ ଗ୍ରିଡ୍‌ରୁ ତାଙ୍କର ଆରମ୍ଭ ମନ୍ଥର ରହିଥିଲା। ଫଳରେ ସେ ଦ୍ୱାଦଶ ସ୍ଥାନରେ ରହିଥିଲେ। ରେଡ୍‌ବୁଲ ଜୁନିୟର ଡ୍ରାଇଭର ଫାଇନାଲ ଲାପ୍‌ରେ ଫୁଚର ରେସ୍‌ ବିଜେତା ନିକିତା ମାଜେପିନ୍‌ଙ୍କୁ ଅତିକ୍ରମ କରିଯାଇଥିଲେ। ଫଳରେ ରବିବାର ରେସ୍‌ରୁ ସେ ୮ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଚାମ୍ପିୟନଶିପ୍‌ର ୪ ରାଉଣ୍ଡ ପରେ ତାଙ୍କ ଓଭର ଅଲ୍‌ ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ଦାରୁବାଲାଙ୍କ ଭଳି ପ୍ରଥମ ଥର ଫର୍ମୁଲା-୨ ସିଜନରେ ପାଦ ଦେଇଥିବା ଡାନ୍‌ ଡିକ୍‌ଟମ୍‌ ପୋଲ ପୋଜିଶନରୁ ରେସ୍‌ ଜିତିଥିଲେ। ଅନ୍ୟଜଣେ ସ୍ବଳ୍ପ ବୟସ୍କ ଡ୍ରାଇଭର ଖ୍ରୀଷ୍ଟିଆନ ଲଣ୍ଡ୍‌ଗାର୍ଡ ଦ୍ୱିତୀୟ ଏବଂ ଲୋଇସ୍‌ ଡିଲିଟ୍ରାଜ୍‌ ତୃତୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

Commonwealth Games 2026: ପଦକ ପକ୍କା, ଉଦଘାଟନୀ ଉତ୍ସବ ପୂର୍ବରୁ ଇତିହାସ ରଚିଲେ ଲୋଭଲିନା ବୋରଗୋହାଇନ!

ନୂଆଦିଲ୍ଲୀ,୨୩।୭: ଭାରତ ଉଦଘାଟନୀ ଉତ୍ସବ ପୂର୍ବରୁ 2026 ରାଜ୍ୟଗୋଷ୍ଠୀ କ୍ରୀଡାରେ ପଦକ ତାଲିକା ଖୋଲିସାରିଛି। ଷ୍ଟାର ବକ୍ସର ଲୋଭଲିନା ବୋରଗୋହାଇନ ପ୍ରଥମ ରାଉଣ୍ଡରେ ବାଇ ପାଇ 75…

ଅଧିନାୟକ ଆୟରଙ୍କ ବଡ଼ ବୟାନ: ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ କହିଲେ….

ନୂଆଦିଲ୍ଲୀ,୨୩।୭: ଭାରତୀୟ ଦଳ ବର୍ତ୍ତମାନ ଟି-୨୦ ଫର୍ମାଟରେ ଏକ ପରିବର୍ତ୍ତନଶୀଳ ପର୍ଯ୍ୟାୟ ଦେଇ ଗତି କରୁଛି ଏବଂ ନୂତନ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଆରମ୍ଭ ଆଶା…

ICC ODI Rankingରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ଦବ୍‌ଦବା: ଟପ୍‌-୪ରେ ୩ ଭାରତୀୟ, ଜାଣନ୍ତୁ କେଉଁ ସ୍ଥାନରେ ରୋହିତ-ବିରାଟ

ନୂଆଦିଲ୍ଲୀ,୨୩।୭: ICC ଦ୍ୱାରା ବୁଧବାର ନୂତନ ରାଙ୍କିଙ୍ଗ ଜାରି କରାଯାଇଛି। ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନଙ୍କ ଦବଦବା ଜାରି ରହିଥିବାବେଳେ କ୍ୟାପଟେନ ଶୁବମନ ଗିଲ୍‌ ନମ୍ବର-୧…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

BCCIର ବଡ଼ ଘୋଷଣା: ଏଣିକି ଏମିତି କଲେ ବୋଲରଙ୍କୁ…ନୂଆ ନିୟମ ଜାରି

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୨୦୨୬-୨୭ ଘରୋଇ କ୍ରିକେଟ ସିଜନ ପୂର୍ବରୁ ଖେଳର ନିୟମରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ନୂତନ ନିୟମଗୁଡ଼ିକର ପ୍ରଭାବ…

ବିପଦରେ ବୈଭବ ସୂର୍ଯ୍ୟବଂଶୀଙ୍କ ସ୍ଥାନ! ଜିମ୍ବାୱେ ମ୍ୟାଚରେ ବିଫଳ ହେଲେ…

ନୂଆଦିଲ୍ଲୀ,୨୨।୭: ବୈଭବ ସୂର୍ଯ୍ୟବଂଶୀ ୧୫ ବର୍ଷ ବୟସରେ ନିଜର ଝଡ଼ ବ୍ୟାଟିଂ ବଳରେ ଟିମ ଇଣ୍ଡିଆରେ ସ୍ଥାନ ପାଇଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-ଟେଣ୍ଟି ଅନ୍ତର୍ଜାତୀୟ (T20I)…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri