Posted inଖେଳ

ଦାରୁବାଲା ଚତୁର୍ଥ

ସିଲଭରଷ୍ଟୋନ୍‌, ୩ା୮ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ସ୍ପ୍ରିଣ୍ଟ୍‌ ରେସ୍‌ରେ ଭାରତର ଜେହାନ ଦାରୁବାଲା ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି। ଏଫଆଇଏ ଫର୍ମୁଲା-୨ ଚାମ୍ପିୟନଶିପ୍‌ରେ ଏହା ହେଉଛି ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ। ରେସ୍‌ର ଅନ୍ତିମ ୩ ଲାପ୍‌ ଆକ୍ସନଭରା ରହିଥିଲା। ଏଥିରେ ଦାରୁବାଲା ୬ଟି ସ୍ଥାନ ଜମ୍ପ୍‌ କରିଯାଇଥିଲେ। ଦାରୁବାଲାଙ୍କ ପାଇଁ ଏହି ଫଳାଫଳ ଅପରିହାର୍ଯ୍ୟ ଥିଲା। କାରଣ ଶନିବାର ଅନୁଷ୍ଠିତ ଫିଚର ରେସ୍‌ରେ କ୍ଲଚ୍‌ରେ ସମସ୍ୟା ଯୋଗୁ ୭ମ ଗ୍ରିଡ୍‌ରୁ ତାଙ୍କର ଆରମ୍ଭ ମନ୍ଥର ରହିଥିଲା। ଫଳରେ ସେ ଦ୍ୱାଦଶ ସ୍ଥାନରେ ରହିଥିଲେ। ରେଡ୍‌ବୁଲ ଜୁନିୟର ଡ୍ରାଇଭର ଫାଇନାଲ ଲାପ୍‌ରେ ଫୁଚର ରେସ୍‌ ବିଜେତା ନିକିତା ମାଜେପିନ୍‌ଙ୍କୁ ଅତିକ୍ରମ କରିଯାଇଥିଲେ। ଫଳରେ ରବିବାର ରେସ୍‌ରୁ ସେ ୮ ପଏଣ୍ଟ ଅର୍ଜନ କରିପାରିଛନ୍ତି। ଚାମ୍ପିୟନଶିପ୍‌ର ୪ ରାଉଣ୍ଡ ପରେ ତାଙ୍କ ଓଭର ଅଲ୍‌ ପଏଣ୍ଟ ସଂଖ୍ୟା ୧୮ରେ ପହଞ୍ଚତ୍ଛି। ଦାରୁବାଲାଙ୍କ ଭଳି ପ୍ରଥମ ଥର ଫର୍ମୁଲା-୨ ସିଜନରେ ପାଦ ଦେଇଥିବା ଡାନ୍‌ ଡିକ୍‌ଟମ୍‌ ପୋଲ ପୋଜିଶନରୁ ରେସ୍‌ ଜିତିଥିଲେ। ଅନ୍ୟଜଣେ ସ୍ବଳ୍ପ ବୟସ୍କ ଡ୍ରାଇଭର ଖ୍ରୀଷ୍ଟିଆନ ଲଣ୍ଡ୍‌ଗାର୍ଡ ଦ୍ୱିତୀୟ ଏବଂ ଲୋଇସ୍‌ ଡିଲିଟ୍ରାଜ୍‌ ତୃତୀୟ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ...

ମାଲିକାଣୀଙ୍କ ସହ ଫଟୋ ଶେୟାର କରି ଏମିତି କହିଲେ କ୍ରିକେଟର୍‌

ପଞ୍ଜାବ କିଙ୍ଗ୍ସର ଉଦୀୟମାନ ଖେଳାଳି ଶାହରୁଖ ଖାନ କ୍ରିକେଟ ଜଗତରେ ନିଜ ଜଲଓ୍ବା ଦେଖାଇବାରେ ବ୍ୟସ୍ତ ଅଛନ୍ତି। ଘରୋଇ କ୍ରିକେଟରେ ତାମିଲନାଡୁ ପାଇଁ ଚମତ୍କାର ପ୍ରଦର୍ଶନ...

ଆଇସିସି ବିଶ୍ୱକପ: ଅଷ୍ଟ୍ରେଲିଆ- ପାକିସ୍ତାନ ମୁକାବିଲା

ଟଣ୍ଟନ,୧୨।୬(ଏଏଫ୍‌ପି)- ଚଳିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ ଦ୍ୱାଦଶ ସଂସ୍କରଣରେ ବୁଧବାର ପାକିସ୍ତାନ ଓ ଗତଥରର ଚାମ୍ପିୟନ ଅଷ୍ଟ୍ରେଲିଆ ପରସ୍ପରକୁ ଭେଟିବେ। ସ୍ଥାନୀୟ ଦି...

ଅଧାରୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ ସିରିଜ ସ୍ଥଗିତ

ମେଲବୋର୍ନ,୧୪।୩- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସୀମିତ ଓଭର କ୍ରିକେଟ ସିରିଜ୍‌କୁ ଶନିବାର ସ୍ଥଗିତ କରି ଦିଆଯାଇଛି। କରୋନା ଭାଇରସର ଭୟାବହତାରୁ ବର୍ତ୍ତିବା ଲାଗି...

ଆଇସିସି ମହିଳା ଟି୨୦ ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା- ଶ୍ରୀଲଙ୍କା ଉଦ୍‌ଘାଟନୀ ମ୍ୟାଚ୍‌

କେପ୍‌ ଟାଉନ୍‌, ୯ା୨: କେପ୍‌ ଟାଉନ୍‌ରେ ଶୁକ୍ରବାରଠାରୁ ଆରମ୍ଭ ହେବ ଆଇସିସି ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌। ପ୍ରତିଯୋଗିତାରେ ଅଷ୍ଟ୍ରେଲିଆ ନିଜ ଆଧିପତ୍ୟ ବିସ୍ତାର କରିବାକୁ...

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର...

କଳିଙ୍ଗ ଷ୍ଟାଡିୟମରେ ଭାରତ-ନେଦରଲାଣ୍ଡ୍ସ ହକି ମ୍ୟାଚ ଆଜି: ପ୍ରୋ ଲିଗ୍‌ରୁ ଅଲିମ୍ପିକ୍ସ ପ୍ରସ୍ତୁତି

ଭୁବନେଶ୍ୱର, ୧୭।୧(କ୍ରୀଡ଼ା ପ୍ରତିନିଧି)- ଆଉ ଏକ ହାଇ ପ୍ରୋଫାଇଲ ହକି ମୁକାବିଲା ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ। ହକି ବିଶ୍ୱକପ ସମେତ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ...

ଇତିହାସ ରଚିଲେ ଏହି କ୍ରିକେଟର୍‌: ୬୧ ବର୍ଷ ପରେ କଲେ ଏମିତି କାରନାମା

ସେଣ୍ଟ ଲୁସିଆ,୨୨।୬: ସେଣ୍ଟ ଲୁସିଆରେ ଖେଳାଯାଉଥିବା ଦକ୍ଷିଣ ଆଫ୍ରିକା ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ବାମହାତୀ ସ୍ପିନର କେଶବ ମହାରାଜ ଇତିହାସ...

Advertisement
Archives

Model This Week