୨ ବିଭାଗର ଅବହେଳାରୁ ଦନ୍ତା ମୃତ

ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧ କେ.ଭି. ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ଜୀବନ ଯାଇଛି। ସୋମବାର ସକାଳେ ବନ ବିଭାଗ ଓ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ୨ ବିଭାଗର ଅବହେଳାରୁ ହାତୀ ମୃତ୍ୟୁ ଘଟିଥିବା ଜଣାପଡିଛି।
ହାତୀ ଓ ଅନ୍ୟ ବନ୍ୟଜନ୍ତୁ ସୁରକ୍ଷା ପାଇଁ ପ୍ରତି ୨ ମାସରେ ଥରେ ବିଦ୍ୟୁତ୍‌ ଓ ବନ ବିଭାଗର ସମନ୍ବୟ ବୈଠକ ଅନୁଷ୍ଠିତ ହୁଏ। ହେଲେ ୪ ମାସ ମଧ୍ୟରେ ଥରେ ବି ବୈଠକ ହୋଇ ନାହିଁ। ଫଳରେ ହାତୀ ଚଳପ୍ରଚଳ କରୁଥିବା ଅଞ୍ଚଳରେ ଓହଳି ରହିଥିବା ବିଦ୍ୟୁତ୍‌ ତାରଗୁଡ଼ିକ ଉପରକୁ ଟଣାଯାଇ ନ ଥିଲା। ଗତ ୩ ଦିନ ହେଲା ୮ଟି ହାତୀ ବାଘୁଆପଲ୍ଲୀ, ବିଭୂତିଆ, ଢଉପଲ୍ଲୀ ଅଞ୍ଚଳରେ ଘୂରି ବୁଲୁଥିଲେ। ସେମାନଙ୍କୁ ଜଙ୍ଗଲକୁ ଘଉଡ଼ାଇବା ପାଇଁ ବିଭିନ୍ନ ସମୟରେ ବନ ବିଭାଗ ପକ୍ଷରୁ ଚେଷ୍ଟା କରାଯାଇଥିଲେ ମଧ୍ୟ ବିଦ୍ୟୁତ୍‌ ତାର ଉପରକୁ ଉଠାଇବା ପାଇଁ ଗୁରୁତ୍ୱ ଦିଆଯାଇ ନ ଥିଲା। ରବିବାର ରାତି ପ୍ରାୟ ୧୧ଟାରେ ଢଉପଲ୍ଲୀ ଅଞ୍ଚଳରେ ହାତୀ ବୁଲୁଥିବା ଯୋଗୁ କିଛି ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଇ ପୁଣି ସଂଯୋଗ ଦିଆଯାଇଥିଲା। ସୋମବାର ଭୋର୍‌ରେ ବନପାଳ ଅନିଲ ପଣ୍ଡା ଓ ଅନ୍ୟ କର୍ମଚାରୀ ଜଙ୍ଗଲକୁ ପାଟ୍ରୋଲିଂ ପାଇଁ ଯାଇଥିବା ବେଳେ ଏକ ଦନ୍ତାହାତୀ ମରିପଡ଼ିଥିବା ଦେଖିଥିଲେ। ଖବରପାଇ ଡିଏଫଓ ଅଭୟ କାନ୍ତ ଦଳେଇ, ଏସିଏଫ୍‌ ସୁଦର୍ଶନ ବାଦୀ, ରେଞ୍ଜର କୁମର ବେହେରା, ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଜଗତଜିତ୍‌ ଦାସ ମହାପାତ୍ର ପହଞ୍ଚି ତଦନ୍ତ କରିଛନ୍ତି। ଉକ୍ତ ଜଙ୍ଗଲରେ ବିଦ୍ୟୁତ୍‌ ତାର ୧୫ ଫୁଟ ଉଚ୍ଚରେ ରହିବା ବଦଳରେ ୧୨ ଫୁଟ ୬ ଇଞ୍ଚ ଉଚ୍ଚରେ ଥିବା ଦେଖାଯାଇଥିଲା। ହାତୀଟିର ଉଚ୍ଚତା ୮ ଫୁଟ ୮ ଇଞ୍ଚ। ଶୁଣ୍ଢର ଲମ୍ବ ୫ ଫୁଟ ୪ ଇଞ୍ଚ। ବିଦ୍ୟୁତ୍‌ ତାର ଠିକ୍‌ ଉଚ୍ଚତାରେ ରହିଥିଲେ ହାତୀ ସୁରକ୍ଷିତ ରହିପାରିଥାନ୍ତା। ଡିଏଫଓ ଦଳେଇ କହିଛନ୍ତି, ଯେଉଁଠି ଦିଦ୍ୟୁତ୍‌ ତାର ଓହଳି ରହୁଛି, ତାହାକୁ ଟାଣିବା ପାଇଁ ଡିଭିଜନସ୍ତରରେ ପୂର୍ବରୁ ନିର୍ବାହୀ ଯନ୍ତ୍ରୀଙ୍କୁ ଜଣାଇ ଦେଇଛୁ । ହାତୀ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ଘଟଣାର ତଦନ୍ତ ଚାଲିଥିବା ବିଦ୍ୟୁତ୍‌ ବିଭାଗ ନିର୍ବାହୀ ଯନ୍ତ୍ରୀ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?