ମହିଳାଙ୍କୁ ଗଣବଳାତ୍କାର

କେନ୍ଦୁଝର, ୭ା୬ : କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଗାଡ଼ିରେ ଉଠାଇ ନେଇ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ୨ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ ଆଗରେ ହାଜର କରାଯାଇଥିବା ଥାନା ଅଧିକାରୀ ସୁଶାନ୍ତ ଦାଶ କହିଛନ୍ତି। ଗିରଫ ୨ ଅଭିଯୁକ୍ତ ହେଲେ ଏସେଲ ହଟିଂର ଅକ୍ଷୟ ଓଝା ଓ ବରକତନଗରର ଅର୍‌ମାନ ଖାନ।
ପ୍ରକାଶ ଯେ, ଗତ ୩ ତାରିଖରେ ଏହି ଘଟଣା ଘଟିଥିବା ବେଳେ ୬ ତାରିଖରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୯୪/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣା ଦିନ ରାତି ପ୍ରାୟ ସାଢ଼େ ୯ଟାରେ ମହିଳା ଜଣକ ପରିବା ବିକି କୋଇଡ଼ାରୁ ଘରକୁ ଫେରୁଥିବା ବେଳେ ୩ ଜଣ ଯୁବକ ଏକ ସ୍କର୍ପିଓରେ ଆସି ଗୁରୁଦ୍ୱାର ନିକଟରୁ ତାଙ୍କୁ ଜୋରଜବରଦସ୍ତ ଉଠାଇନେଇଥିଲେ। ସେମାନେ ମହିଳାଠାରୁ ୧୩ ହଜାର ଟଙ୍କା ଲୁଟ୍‌ କରିବା ପରେ ମୁଣ୍ଡାନାଳ ଜଙ୍ଗଲକୁ ନେଇ ଗଣ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ମହିଳାଙ୍କୁ ଜଙ୍ଗଲରେ ଅଟକାଇ ରଖିଥିଲେ ହେଁ କୌଶଳ କ୍ରମେ ସେ ଖସି ଆସିଥିଲେ। ଭୟରେ ଘରେ ଲୁଚି ରହିବା ପରେ ୩ ଦିନ ପରେ ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସହରରେ ପଶିଲା ହାତୀ, ଲୋକେ ରାତିସାରା ଅନିଦ୍ରା

କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ...

୪ ଜିଲାରେ ହେବ ଅଣଧାନ ଫସଲ

ଭୁବନେଶ୍ୱର, ୧ା୬(ବ୍ୟୁରୋ): ଚଳିତ ଖରିଫ୍‌ରେ ରାଜ୍ୟର ମୋଟ ୧୨ ହଜାର ୨୦୭ ହେକ୍ଟର ଚାଷଜମିରେ ଫସଲର ବିବିଧୀକରଣର ଏକ ପାଇଲଟ୍‌ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ଏହାକୁ...

ସରକାରଙ୍କ ଦୀର୍ଘ ମିଆଦୀ ଯୋଜନା: ସମୁଦ୍ର କୂଳରେ ନିର୍ମାଣ ହେବ ପଥର ବନ୍ଧ

ଭୁବନେଶ୍ୱର,୨୯ା୫(ବ୍ୟୁରୋ): ବିଶ୍ୱ ବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ସରକାର ପ୍ରସ୍ତୁତ ଦୀର୍ଘ ମିଆଦୀ ଯୋଜନା ପ୍ରସ୍ତୁତ କରିଛନ୍ତି। ଜଳ ସମ୍ପଦ ବିଭାଗର ତତ୍ତ୍ୱାବଧାନରେ...

ତାତୁଛି ଆଭ୍ୟନ୍ତରୀଣ ଓଡ଼ିଶା

ଭୁବନେଶ୍ୱର,୩୦।୩(ବ୍ୟୁରୋ): ରାଜ୍ୟରେ ଅସହ୍ୟ ହେଉଛି ଖରା ତାତି। ବିଶେଷକରି ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ଅଧିକ ରହୁଛି। ଇତିମଧ୍ୟରେ ରାଜ୍ୟରେ ତାପମାତ୍ରା ୪୧ ଡିଗ୍ରୀ ଟପିଥିବାବେଳେ ଆଗକୁ...

ଆରଟିଓ କାର୍ଯ୍ୟାଳୟ ପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ

ଚଣ୍ଡିଖୋଲ,୪ା୧୦(ଡି.ଏନ୍‌.ଏ.): ରାଜ୍ୟରେ ଥିବା ସମସ୍ତ ଆରଟିଓ(ରିଜିଓନାଲ ଟ୍ରାନ୍ସପୋର୍ଟ ଅଫିସ) କାର୍ଯ୍ୟାଳୟକୁ ଦଲାଲ ମୁକ୍ତ କରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆର୍‌ଟିଓ...

କୋରାପୁଟର ୨୦ ଆବାସିକ ଛାତ୍ରାବାସକୁ ମିଳିଲା ଆଇଏସ୍‌ଓ ସାର୍ଟିଫିକେଟ

କୋରାପୁଟ,୧୧ା୬(ସ୍ବ.ପ୍ର.): କୋରାପୁଟ ଜିଲାର ୨୦ଟି ଆବାସିକ ବିଦ୍ୟାଳୟକୁ ଆଇଏସ୍‌ଓ ସାର୍ଟିଫିକେଟ ମିଳିଛି। ଏନେଇ କୋରାପୁଟ ଜିଲା ମଙ୍ଗଳ ଅଧିକାରୀ ସୁନୀଲ କୁମାର ତାଣ୍ଡି ସୂଚନା ଦେଇଛନ୍ତି।...

ସକାଳୁ ଚା’ କରିବାବେଳେ ଗ୍ୟାସ୍‌ ସିଲିଣ୍ଡର ଫାଟିଲା

କେସିଙ୍ଗା,୧।୫ (ଡି.ଏନ.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ ଅଧୀନ ଉତ୍କେଲା ପଞ୍ଚାୟତ ଅଧୀନ କାଦୋପଡା ଗ୍ରାମରେ ଶୁକ୍ରବାର ଅଘଟଣ ଘଟିଛି। ସକାଳ ୬ଟାରେ ଜଣେ ବ୍ୟକ୍ତିଙ୍କ...

ଅଡିଟ୍‌ ଧରିଲା ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି

ରଣପୁର,୧୦ା୯(ସ୍ବ.ପ୍ର.): ନୟାଗଡ ଜିଲାରେ ମଧ୍ୟାହ୍ନଭୋଜନ ଚାଉଳ ଅଖା ଦୁର୍ନୀତି ହୋଇଛି । ସ୍କୁଲର ପ୍ରଧାନଶିକ୍ଷକମାନେ ଅଖା ଅଥବା ଅଖା ବାବଦ ଟଙ୍କା ନ ଦେବାରୁ ଅଡିଟ୍‌...

Advertisement
Archives

Model This Week