ମନ୍ତେଇ ଘାଟରେ ବିପଦପୂର୍ଣ୍ଣ ଯାତ୍ରା: ଦଉଡ଼ିରେ ଝୁଲୁଛି ଯାତ୍ରୀଙ୍କ ଜୀବନ

ଭଦ୍ରକ ଅଫିସ, ୨୮ା୬-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ଚାରବାଟିଆ ମନ୍ତେଇ ନଦୀଘାଟରେ ଦୈନିକ ହଜାର ହଜାର ଲୋକ ବିପଦପୂର୍ଣ୍ଣ ଭାବେ ଡଙ୍ଗା ମାଧ୍ୟମରେ ଯାତ୍ରା କରୁଛନ୍ତି। ଘାଟିଆ ନଦୀର ଉଭୟପଟେ ଦଉଡି ବାନ୍ଧି ତାହାରି ଭରସାରେ ଯାତ୍ରୀମାନଙ୍କୁ ଡଙ୍ଗାରେ ପାର କରାଉଛନ୍ତି। ଏହି ଘାଟରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ହେଁ ଏଥିପ୍ରତି ପ୍ରଶାସନର ଦୃଷ୍ଟି ପଡୁନାହିଁ। ଏଠାରେ ଏକ ପୋଲ ନିର୍ମାଣ ଲାଗି ଲୋକେ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନି।
ବାସୁଦେବପୁର, ତିହିଡ଼ି, ଚାନ୍ଦବାଲି ଅଞ୍ଚଳବାସୀଙ୍କ ସମେତ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ଏହି ଘାଟ ଦେଇ ପାର ହେଉଛନ୍ତି। ମୁଖ୍ୟତଃ ବାସୁଦେବପୁର ବ୍ଲକକୁ ଜଳପଥ ଯୋଗେ ତିହିଡ଼ି ଓ ଚାନ୍ଦବାଲି ବ୍ଲକକୁ ଏହି ଘାଟ ଯୋଗାଯୋଗ କରାଇବାର ମୁଖ୍ୟ ମାଧ୍ୟମ। ବାସୁଦେବପୁର ବ୍ଲକର ବାଲିମୁଣ୍ଡା, ବିଦେଇପୁର, କିସ୍ମତକୃଷ୍ଣପୁର, ସାନକୃଷ୍ଣପୁର, ଲକ୍ଷ୍ମୀଦାସପୁର, ବାଲିମେଦ, ଜଗନ୍ନାଥପ୍ରସାଦ, ପଦ୍ମପୁର, ସୁଗୋ, ଏଡ଼ତାଳ, ଲୁଙ୍ଗା ଓ ଭଦ୍ରକ ବ୍ଲକର ସାହାଡ଼ା, ସାବରଙ୍ଗ, ଗୋରାମାଟି ପଞ୍ଚାୟତର ଲୋକେ ତିହିଡ଼ି ଓ ଚାନ୍ଦବାଲି ବ୍ଲକକୁ ଏହି ଘାଟ ପାର ହୋଇ ଯାତାୟାତ କରୁଛନ୍ତି। ଏହି ରାସ୍ତା ଉପରୋକ୍ତ ୩ ବ୍ଲକକୁ ଯାତାୟାତରେ ଶଟ୍‌କଟ୍‌ ରାସ୍ତା ହୋଇଥିବାରୁ ଦୀର୍ଘ ପାଞ୍ଚ ଦଶନ୍ଧି ଧରି ଏହି ଘାଟ ଉପରେ ନିର୍ଭର କରି ଯାତାୟାତ କରିଥାନ୍ତି।
ଜାତିର ପିତା ମହାତ୍ମା ଗାନ୍ଧୀ ଏହି ଘାଟ ଦେଇ ଆସି ଚାରବାଟିଆ ଗ୍ରାମରେ ରାତ୍ରିଯାପନ କରିଥିଲେ। ଉକ୍ତ ସ୍ଥାନକୁ ଗାନ୍ଧୀ ସ୍ମାରକୀ ପୀଠ ଭାବେ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏପରି କି ବ୍ରିଟିଶ ସମୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ଜଳ ପରିବହନ ପାଇଁ ଚାରବାଟିଆଠାରୁ ଅବିଭକ୍ତ ବାଲେଶ୍ୱର ଜିଲାର ଭୋଗରାଇ ବ୍ଲକ ଅଧୀନ ଜାମକୁଣ୍ଡା ବ୍ଲକ ପର୍ଯ୍ୟନ୍ତ ଜଳପଥ ଭାବରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ସୁଦ୍ଧା ବ୍ରିଟିଶ ଅମଳର ସ୍ଲୁଇସଗେଟ୍‌ ଅକ୍ଷତ ଅବସ୍ଥାରେ ରହିଛି। ଉକ୍ତ ଘାଟ ଏବେ ଲୋକଙ୍କ ବିପଦପୂର୍ଣ୍ଣ ଯାତ୍ରାର ମାଧ୍ୟମ ପାଲଟିଛି। ଏଥିପ୍ରତି ପ୍ରଶାସନ କିମ୍ବା ରାଜନେତା ଦୃଷ୍ଟି ଦେଉ ନ ଥିବାରୁ ଏକ ଦଉଡ଼ି ଲୋକଙ୍କ ଜୀବନକୁ ଝୁଲାଇ ରଖିଛି। ଏହି ଘାଟ ପାର ହେବାକୁ ହେଲେ ଘାଟିଆ ଲୋକଙ୍କୁ ବସାଇ ଏକ ଦଉଡ଼ିକୁ ଟାଣି ଧରି ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ପାର କରାଉଛି। ହେଲେ ଡଙ୍ଗାରେ କୌଣସି ଜୀବନ ରକ୍ଷାକାରୀ ଉପକରଣ ଯଥା ଲାଇଫ୍‌ ଜ୍ୟାକେଟ୍‌, ବାୟୁ ଭର୍ତ୍ତି ଟ୍ୟୁବ୍‌ ରଖାଯାଇନାହିଁ। ଏହି ଘାଟରେ ଗତବର୍ଷ ଯାତ୍ରୀମାନେ ପାର ହେଉଥିବା ବେଳେ ଭାରସାମ୍ୟ ହରାଇ ବାଇକ୍‌ ସହ ନଦୀକୁ ଗଳିପଡ଼ିଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ। ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ନ ଦେଇ ପୋଲ ନିର୍ମାଣ ପାଇଁ ଉଦ୍ୟମ ନ କରିବା ପରିତାପର ବିଷୟ। କରୋନା ମହାମାରୀ ସମୟରେ ପ୍ରଶାସନ ସାମାଜିକ ଦୂରତ୍ୱ ପ୍ରତି ଗୁରୁତ୍ୱ ଦେଉଥିବା ବେଳେ ଘାଟ ପାର ହେଉଥିବା ସମୟରେ ସାମାଜିକ ଦୂରତ୍ୱ କଟକଣାକୁ ଫାଙ୍କି ସଂଖ୍ୟାଧିକ ଯାତ୍ରୀ ଏକାସାଙ୍ଗରେ ପାର ହେଉଛନ୍ତି। ଏନେଇ ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ କହନ୍ତି ଏକାଧିକବାର ଟେଣ୍ଡର କରାଯାଇଛି। କିନ୍ତୁ ଠିକାଦାରମାନେ ଏଥିରେ ସାମିଲ ହେଉନାହାନ୍ତି। ପ୍ରକଳ୍ପର ମୂଲ୍ୟ କମ୍‌ ହେଉଥିବା ଦର୍ଶାଇ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେଉନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri