ବିପଦସଙ୍କୁଳ କଂକ୍ରିଟ ପୋଲ

ଧାମନଗର,୧୮।୭(ସ୍ବ.ପ୍ର.) – ଭଦ୍ରକ ଜିଲା ଧାମନଗର ବ୍ଲକର ଭଗବାନପୁର ପଞ୍ଚାୟତ ପଳିକିରି ଗ୍ରାମ ଦେଇ ବହି ଯାଇଥିବା ‘ଯ’ ନଦୀ ଉପରେ ଥିବା କଂକ୍ରିଟ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଲୋକେ ଏହା ଉପରେ ଯାତାୟାତ କରୁଥିବା ବେଳେ କେତେବେଳେ ଯେ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି। ପୋଲର ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ପଳିକିରି ଛକଠାରୁ ଚନ୍ଦନେଶ୍ୱର ଗ୍ରାମ ପର୍ଯ୍ୟନ୍ତ ୩ କି.ମି.ରୁ ଊର୍ଦ୍ଧ୍ୱ ରାସ୍ତାର ପଳିକିରି ଚିଅଁା ବଜାର ନିକଟବର୍ତ୍ତୀ ଏହି ନଦୀ ଉପରେ ପୋଲ ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ଭଣ୍ଡାରିପୋଖରୀ ବ୍ଲକ ଏବଂ ଧାମନଗର ମୁଖ୍ୟ ବଜାରକୁ ସଂଯୋଗ କରୁଥିବାରୁ ଦୈନିକ ଶତାଧିକ ଭାରିଯାନ ଯାତାୟାତ କରୁଛି। ପୋଲ ନିର୍ମାଣକୁ ୨୫ବର୍ଷରୁ ଊର୍ଦ୍ଧ୍ୱ ବିତିଗଲାଣି। ବିଭାଗୀୟ ଅଧିକାରୀଙ୍କ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ୬ମାସ ହେଲା ପୋଲରେ ଫାଟ ସୃଷ୍ଟି ହୋଇଥିବା ବେଳେ ନିକଟରେ ଲଗାଣ ବର୍ଷାରେ ଚତୁପାର୍ଶ୍ୱରେ ହୋଇଥିବା ଗାର୍ଡୱାଲ ସମ୍ପୂର୍ଣ୍ଣ ଧସିଯାଇଛି। ପୋଲର ଉଭୟ ପାର୍ଶ୍ୱରେ ବଡ଼ ବଡ଼ ଖାଲ ସୃଷ୍ଟି ହେବା ସହ କଂକ୍ରିଟ ଖୁଣ୍ଟ ମଧ୍ୟ ନଷ୍ଟ ହେବାକୁ ବସିଛି। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ମରାମତି କରିବାକୁ ସ୍ଥାନୀୟ ଗ୍ରାମବାସୀ ଓ ସରପଞ୍ଚଙ୍କ ପ୍ରତିନିଧି କପିଳେନ୍ଦ୍ର ବଳ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ସେବାରେ ସମର୍ପଣ ମନୋଭାବ ରଖିବାକୁ ଆହ୍ବାନ’

ବରଗଡ଼,୧୨।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ମାହେଶ୍ୱରୀ ନର୍ସିଂ କଲେଜର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି । ଆନ୍ତର୍ଜାତୀୟ ନର୍ସିଂ ଦିବସ ଅବସରରେ ସ୍ଥାନୀୟ ବିଜୁ ପଟ୍ଟନାୟକ…

କାମ ସାରି ଫେରୁଥିଲେ, ବାଇକ୍‌ରୁ ଖସି ପଡ଼ି ଚାଲିଗଲା ମହିଳାଙ୍କ ଜୀବନ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନଂ ଜାତୀୟ ରାଜପଥର କୋକସରା ଥାନା ମୋଟେର ପେଟ୍ରୋଲ ପମ୍ପ ନିକଟରେ ବାଇକରୁ ଖସିପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ମୃତ…

ଆମପାଣିଠାରେ ଅବକାରୀ ପୋଲିସର ଚଢ଼ାଉ: ୧୮ ଲିଟର ଦେଶୀ ହାତରନ୍ଧା ମଦ, ଜଣେ ଗିରଫ

କୋକସରା,୧୨।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଅବକାରୀ ଥାନା ଓଆଇସି ଗୁପ୍ତେଶ୍ୱର ପୁଟେଲଙ୍କ ନେତୃତ୍ୱରେ ମଙ୍ଗଳବାର ଆମପାଣିଠାରେ ଚଢ଼ାଉ କରି ଜଣକୁ ଗିରଫ କରାଯାଇଛି। ଗିରଫ…

କଳାହାଣ୍ଡି ଜିଲା ଗସ୍ତରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ

ଭବାନୀପାଟଣା, ୧୨।୫(ଉତ୍ତମ କୁମାର ଦାଶ): ସୂଚନା ଓ ଲୋକସମ୍ପର୍କ ବିଭାଗ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ବସନ୍ତ କୁମାର ପ୍ରଧାନ ମଙ୍ଗଳବାର କଳାହାଣ୍ଡି ଜିଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର…

୪୦ ଫୁଟ୍ ଗଭୀର କୂଅ ଭିତରେ ପଡ଼ିଲେ ବୃଦ୍ଧା

ପାଟଣା, ୧୨/୫ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀକାପୁଡି ପଞ୍ଚାୟତ ନେଉଳିପଶି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୋମବାର ରାତିରେ ଶୌଚ…

ଡହଡହ ଖରାରେ ଘଣ୍ଟା ଘଣ୍ଟା ବିଦ୍ୟୁତ୍‌ କାଟ, ସହାୟତା ନମ୍ବରକୁ ଫୋନ କଲେ…

ଦାମନଯୋଡି,୧୨ା୫(ନରସିଂହ ବ୍ରହ୍ମା): ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ସରକାର ଘୋଷଣା କରିଛନ୍ତି। କୋରାପୁଟ ଜିଲା ସେମିଳିଗୁଡ଼ା ଓ…

ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରୁ ନର୍ସିଂ ଛାତ୍ରୀଙ୍କ ସାଇକଲ ଚୋରି, ସିସିଟିଭିରେ ରେକର୍ଡ

ବଲାଙ୍ଗୀର,୧୨।୫(ସୁନିଲ କୁମାର ମହାନ୍ତି): ହସ୍ପିଟାଲ ଭିତରେ ପୀଡିତ ରୋଗୀଙ୍କୁ ସେବା ଯୋଗାଉଥିବାବେଳେ ଜଣେ ନର୍ସିଂ ଛାତ୍ରୀଙ୍କ ସାଇକଲକୁ ହସ୍ପିଟାଲ ପରିସରରୁ ଜଣେ ଦୁର୍ବୃତ୍ତ ଚୋରି କରିଥିବା ଅଭିଯୋଗ…

ଯୌତୁକ ପାଇଁ ବଧୂ ହତ୍ୟା: ସ୍ୱାମୀ, ଶାଶୁ , ଶଶୁର ଗିରଫ

ନନ୍ଦପୁର,୧୨।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଖୁର୍ଜୀ ପଞ୍ଚାୟତ ନନ୍ଦୀଗାଁରେ ସୋମବାର ଜଣେ ନବବିବାହିତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ନୂଆ ମୋଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri