Posted inଖେଳ

ଶାସ୍ତ୍ରୀ-ଦ୍ରାଭିଡଙ୍କ କୋଚିଂରେ କ’ଣ ରହିଛି ପାର୍ଥକ୍ୟ: ଧାଓ୍ବନଙ୍କ କହିଲେ ଏମିତି

କଲମ୍ବୋ,୧୯।୭: ଭାରତ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବିଭିନ୍ନ ଫର୍ମାଟ୍‌ ପାଇଁ ବିଭିନ୍ନ ଦେଶରେ ଦୁଇଟି ଦଳ ଉପସ୍ଥିତ ଅଛନ୍ତି। ଆଜିକାଲି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଇଂଲଣ୍ଡରେ ହେବାକୁ ଥିବା ଟେଷ୍ଟ ସିରିଜ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛି। ସୀମିତ ଓଭର ସିରିଜରେ ଶିଖର ଧାୱନଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କଲମ୍ବୋରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ୍‌ ଖେଳୁଛି। ରବି ଶାସ୍ତ୍ରୀ ଏବେ ଟେଷ୍ଟ ଦଳର କୋଚ ଥିବାବେଳେ ରାହୁଲ ଦ୍ରାବିଡଙ୍କୁ ଦିନିକିଆ ଦଳର କୋଚ କରାଯାଇଛି।
ଗତ ମାସରେ ସାଉଥମ୍ପଟନରେ ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତୀୟ ଦଳ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇବା ପରେ ରବି ଶାସ୍ତ୍ରୀଙ୍କୁ କୋଚ ପଦରୁ ହଟାଇବାକୁ ଦାବି ହୋଇଥିଲା। ପ୍ରଶଂସକମାନେ ବିଶ୍ୱାସ କରୁଥିଲେ ଯେ ରାହୁଲ ଦ୍ରାଭିଡଙ୍କୁ ଟିମ ଇଣ୍ଡିଆର କୋଚ କରାଯିବା ଉଚିତ୍‌। ଏଥି ସହିତ ଶ୍ରୀଲଙ୍କା ଯାଇଥିବା ଟିମ ଇଣ୍ଡିଆର କୋଚ ହେଉଛନ୍ତି ରାହୁଲ ଦ୍ରାବିଡ। ଯେତେବେଳେ ଶିଖର ଧାୱନଙ୍କୁ ପଚରାଗଲା ଶାସ୍ତ୍ରୀ ଏବଂ ଦ୍ରାବିଡଙ୍କ କୋଚିଂ ମଧ୍ୟରେ ପାର୍ଥକ୍ୟ କ’ଣ, ସେ ଏ ବିଷୟରେ ଏକ ବିବୃତ୍ତି ଦେଇଛନ୍ତି।
ଶ୍ରୀଲଙ୍କା ବିପକ୍ଷ ସିରିଜ ଆରମ୍ଭ ପୂର୍ବରୁ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଅଧିନାୟକ ଶିଖର ଧାୱନ ଉଭୟ କୋଚଙ୍କ ଭିନ୍ନ ଦକ୍ଷତା ବିଷୟରେ କହିଥିଲେ। ଏହି ସମୟରେ ଧାୱନ କହିଛନ୍ତି, ଉଭୟଙ୍କର ନିଜର ଗୁଣ ଅଛି ଏବଂ ଉଭୟ ଅତ୍ୟନ୍ତ ସକରାତ୍ମକ ବ୍ୟକ୍ତି, ମୁଁ ରବି ଭାଇଙ୍କ ସହ ବହୁତ ସମୟ ଅତିବାହିତ କରିଛି, ତାଙ୍କର ଉତ୍ସାହର ଶୈଳୀ ଅଲଗା, ସେ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ରାହୁଲ ଭାଇ ଶାନ୍ତ, ସଂଯମ ଏବଂ ଶକ୍ତିଶାଳୀ, ସମସ୍ତଙ୍କର ନିଜସ୍ବ ମାର୍ଗ ଅଛି। ମୁଁ ଉଭୟଙ୍କ ଶୈଳୀରେ ଖେଳିବାକୁ ଉପଭୋଗ କରେ। ଅନ୍ୟପକ୍ଷରେ ରବି ଶାସ୍ତ୍ରୀ ତାଙ୍କ ନେତୃତ୍ୱରେ ଭାରତ ପାଇଁ ଆଇସିସି ସ୍ତରୀୟ ଟ୍ରଫି ଜିତିବାରେ ବିଫଳ ହୋଇଛନ୍ତି। ଭାରତ ତାଙ୍କ ଅଧୀନରେ ୨୦୧୫ ବିଶ୍ୱକପ, ୨୦୧୬ ଟି -୨୦ ବିଶ୍ୱକପ, ୨୦୧୭ ଚାମ୍ପିଅନ୍ସ ଟ୍ରଫି, ୨୦୧୯ ବିଶ୍ୱକପ ଏବଂ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହରାଇଛି। ଏଭଳି ପରିସ୍ଥିତିରେ ରବି ଶାସ୍ତ୍ରୀଙ୍କ ପଦ ଉପରେ ବିପଦରେ ଥିବା କୁହାଯାଇପାରେ। କୋଚ ଭାବରେ ତାଙ୍କର କାର୍ଯ୍ୟକାଳ ୨୦୨୧ ଟି -୨୦ ବିଶ୍ୱକପ ପର୍ଯ୍ୟନ୍ତ ରହିଛି। ଯଦି ଏଥର ମଧ୍ୟ ସେ ଭାରତ ପାଇଁ ବିଶ୍ୱକପ ଜିତିବାରେ ବିଫଳ ହୁଅନ୍ତି, ତେବେ ବିସିସିଆଇ ଚୁକ୍ତି ବଢାଇବାକୁ ଚିନ୍ତା କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri