ବିପଦ ଆସୁଛି ମାଡ଼ି, ୭୯ ବର୍ଷ ମଧ୍ୟରେ ଦେଶର ୧୨ ସହର ସମୁଦ୍ରରେ ଯିବ ବୁଡ଼ି…

ନୂଆଦିଲ୍ଲୀ,୧୦।୮: ଦେଶର ୧୨ଟି ସହର ଉପରେ ବିପଦ ମାଡ଼ି ଆସୁଛି। ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଆସନ୍ତା ୭୯ ବର୍ଷ ମଧ୍ୟରେ ଦେଶର ୧୨ଟି ଉପକୂଳବର୍ତ୍ତୀ ସହର ସମୁଦ୍ରରେ ବୁଡ଼ିଯିବ। ସହରରେ ୩ ଫୁଟର ସମୁଦ୍ର ପାଣି ପ୍ରବାହିତ ହେବ। ମେରୁ ଅଞ୍ଚଳରେ ଲଗାତାର ହିମ ପାହାଡ଼ ତରୁଳୁଥିବାରୁ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ଏହା ଯୋଗୁ ପୃଥିବୀର ବହୁ ଉପକୂଳବର୍ତ୍ତୀ ସହର ଉପରେ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଭାରତର ଚେନ୍ନାଇ, କୋଚି, ଭାବାନଗର ଆଦି ଉପକୂଳବର୍ତ୍ତୀ ସହରର ପରିସୀମା ଛୋଟ ହୋଇଯିବ। ଏଠାରେ ବାସ କରୁଥିବା ଲୋକେ ସ୍ଥାନାନ୍ତର ହେବେ ବୋଲି ନାସା ପକ୍ଷରୁ ପ୍ରକାଶ ପାଇଥିବା ‘ ସି ଲେବୁଲ୍‌ ପ୍ରୋଜେକ୍‌ଶନ୍‌ ଟୁଲ୍‌’ ରିପୋର୍ଟରେ ଉଲ୍ଲେଖ କରାଯାଇଛି। କାର୍ବନ ନିଗର୍ମନ ରୋକା ନ କଲେ ପୃଥିବୀର ତାପମାତ୍ରା ୪.୪ ଡିଗ୍ରୀ ସେଲସିୟସ୍‌ ବଢ଼ିଯିବ। ଆସନ୍ତା ୨୦ ବର୍ଷ ମଧ୍ୟରେ ଏହା ୧.୫ ଡିଗ୍ରୀ ସେଲସିୟମ୍‌ ବଢ଼ିବାର ଆଶଙ୍କା ରହିଛି। ୧୯୫ଟି ଦେଶ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ପ୍ରଭାବ ସମ୍ପର୍କରେ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି। ଭାବାନଗରରେ ୨୧୦୦ସୁଦ୍ଧା ସମୁଦ୍ର ପତ୍ତନ ୨.୬୯ ଫୁଟ ଉପରକୁ ଆସିବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୩.୫୪ ଇଞ୍ଚ ବୃଦ୍ଧି ପାଇଥିଲା। ସେହିପରି କୋଚିରେ ସମୁଦ୍ର ଜଳସ୍ତର ୨.୩୨ ଫୁଟ ଉପରକୁ ଆସିବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୨.୩୬ ଇଞ୍ଚ ବୃଦ୍ଧି ପାଇଛି। ମାର୍ମାଗୋଆରେ ସମୁଦ୍ର ପତ୍ତନ ୨.୦୬ ଫୁଟକୁ ବୃଦ୍ଧି ପାଇବ, ଯାହା ଗତ ବର୍ଷ ପର୍ଯ୍ୟନ୍ତ ୧.୯୬ ଇଞ୍ଚ ବୃଦ୍ଧି ଘଟିଛି। ଅପରପକ୍ଷରେ ଓଖାରେ ୧.୯୬ ଫୁଟ, ଟୁଟିକୋରିନରେ ୧.୯୩ ଫୁଟ, ପାରାଦୀପରେ ୧.୯୩ ଫୁଟ, ମୁମ୍ବାଇରେ ୧.୯୦ ଫୁଟ, ମାଙ୍ଗାଲୋର ୧.୮୭ ଫୁଟ, ଚେନ୍ନାଇରେ ୧.୮୭ ଫୁଟ ଏବଂ ବିଶାଖାପାଟନମରେ ୧.୭୭ ଫୁଟ ସମୁଦ୍ର ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେବେ ଏଠାରେ ପଶ୍ଚିମବଙ୍ଗର କିଡୋରପୋର ଅଞ୍ଚଳରେ ଗତ ବର୍ଷ ପର୍ଯ୍ୟନ୍ତ ସମୁଦ୍ର ପତ୍ତନ ବୃଦ୍ଧି ହେବାର କୌଣସି ବିପଦ ନ ଥିବାବେଳେ ଅଗାମୀ ଦିନରେ ଏଠାରେ ଅଧ ଫୁଟ ସମୁଦ୍ର ଜଳସ୍ତର ବଢ଼ିଯିବ।
ଆଗାମୀ ଦଶ ବର୍ଷ ମଧ୍ୟରେ କାଣ୍ଡଲା, ଓଖା ଏବଂ ମାର୍ମାଗୋଆରେ ସମୁଦ୍ର ଜଳସ୍ତର ୩.୫୪ ଇଞ୍ଚ ବଢ଼ିବାର ଆଶଙ୍କା ରହିଛି। ସେହିପରି ଭାବାନଗରରେ ୬.୨୯ ଇଞ୍ଚ, ମୁମ୍ବାଇରେ ୩.୧୪ ଇଞ୍ଚ, କୋଚିରେ ୪.୩୩ ଇଞ୍ଚ, ଟୁଟିକୋରିନ, ଚେନ୍ନାଇ, ପାରାଦୀପ ଏବଂ ମାଙ୍ଗାଲୋରରେ ୨.୭୫ ଇଞ୍ଚ ଏବଂ ବିଶାଖାପାଟନମରେ ୨.୩୬ ଇଞ୍ଚ ବୃଦ୍ଧି ଘଟିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?