ବିପଦ ମାଡ଼ି ଆସୁଛି, ପୃଥିବୀ ମୁହାଁ ବିରାଟ ଗ୍ରହାଣୁ ପିଣ୍ଡ …

ଓ୍ବାଶିଂଟନ,୧୭।୧୧: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ବିଗ୍‌ ବେନ୍‌ ଘଣ୍ଟା ଆକାରଠାରୁ ତିନି ଗୁଣା ବଡ଼ ଏକ ଗ୍ରହାଣୁ ପିଣ୍ଡ ପୃଥିବୀ ମୁହାଁ ହୋଇଥିବା ନେଇ ଆମେରିକାର ମହାକାଶ ଏଜେନ୍ସି ନାସା ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ଏହି ଗ୍ରହାଣୁ ପିଣ୍ଡର ନାମ ହେଉଛି ୩୩୬୧ ଓରଫେଅସ୍‌। ଏହା ର ଚୌଡ଼ା ୯୮୪ ଫୁଟ। ନାସା ଏହା ଉପରେ ନଜର ରଖିଛି। ୨୧ ନଭେମ୍ବର( ରବିବାର) ଏହା ପୃଥିବୀ ନିକଟରେ ଅତିକ୍ରମ କରିବ ବୋଲି ଆକଳନ କରାଯାଉଛି।
ନାସା କହିଛି ଯେ ଏହି ଗ୍ରହାଣୁ ପିଣ୍ଡ ପୃଥିବୀର ନିକଟତର ହେବ କିନ୍ତୁ ଭୟଭୀତ ହେବାର କୌଣସି କାରଣ ନାହିଁ। ଏହା ପୃଥିବୀଠାରୁ ୩୫ ଲକ୍ଷ ମାଇଲ ଦୂରତାରେ ଅତିକ୍ରମ କରିବ।

ମହାକାଶରେ ଘୁରିବୁଲୁଥିବା ଏପରି ୨୨ଟି ଗ୍ରହାଣୁ ପିଣ୍ଡ ଆସନ୍ତା ୧୦୦ ବର୍ଷ ମଧ୍ୟରେ ପୃଥିବୀ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏଗୁଡ଼ିକ ପୃଥିବୀର ନିକଟତର ହେବାର ଆଶଙ୍କା ରହିଛି। ପୃଥିବୀର ୪୬ ଲକ୍ଷ ମାଇଲ ପରିସରକୁ ଆସୁଥିବା ଗ୍ରହାଣୁ ପିଣ୍ଡକୁ ନାସା ପରେ ପୃଥିବୀ ପାଇଁ ବିପଦ ବୋଲି ବିବେଚନା କରିଥାଏ।

ଯଦି ଏହି ବିଶାଳ ଗ୍ରହାଣୁ ପିଣ୍ଡଗୁଡିକର କକ୍ଷପଥରେ ସାମାନ୍ୟ ପରିବର୍ତ୍ତନ ଆସେ ତେବେ ପୃଥିବୀ ସହିତ ଧକ୍କା ହୋଇ ବିନାଶ ହେବାର ଆଶଙ୍କା ରହିଥାଏ। ଗ୍ରହାଣୁ ପିଣ୍ଡ ୩୩୬୧ ଓରଫେଅସ ଘଣ୍ଟା ପ୍ରତି ପ୍ରାୟ ୩୦ ହଜାର କିଲୋମିଟର ବେଗରେ ପୃଥିବୀ ଆଡକୁ ମାଡ଼ି ଆସୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ୟାସୀ ପାଲଟିଲେ ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି…

ମୁମ୍ବାଇ,୨୯।୪: ଦୁନିଆର ମୋହମାୟା ଛାଡ଼ି ରିଲାଏନ୍ସ୍‌ର ପୂର୍ବତନ ଉପସଭାପତି ପ୍ରକାଶ ଶାହା ସନ୍ୟାସୀ ପାଲଟିଛନ୍ତି। ସେ ଜଣେ ଜୈନ ସାଧୁଙ୍କଠାରୁ ସନ୍ୟାସ ଦୀକ୍ଷା ଗ୍ରହଣ କରିଛନ୍ତି।...

୨୧ ଦିନକୁ ବୃଦ୍ଧି ହେଲା କ୍ୱାରାଣ୍ଟାଇନ୍‌ ପିରିୟଡ

ଭୂଟାନ,୩୦।୩: କରୋନା ଭାଇରସର କ୍ୱାରାଣ୍ଟାଇନ୍‌ ପିରିୟଡକୁ ଭୂଟାନରେ ୨୧ ଦିନ ପାଇଁ ବୃଦ୍ଧି କରାଯାଇଛି। ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏତେ ଅଧିକ ନ ଥିଲେ...

ରହସ୍ୟମୟ ସ୍ଥାନ, ଯେଉଁଠି ସମସ୍ତ ଘଟଣା ଘଟେ ବିପରୀତ

ପୃଥିବୀରେ ଏପରି ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହା ଉପରୁ ଆଜି ପର୍ଯ୍ୟନ୍ତ ପରଦା ହଟିନାହିଁ। ପୃଥିବୀରେ ଥିବା ସୁନ୍ଦର ସ୍ଥାନକୁ ଉପଭୋଗ କରିବା ପାଇଁ...

କରୋନାଭାଇରସ ଭୟ: ପାଳିତ ଜୀବଙ୍କୁ ମାରି ଦେଉଛନ୍ତି ଲୋକେ

ବେଜିଂ,୨।୨: କରୋନାଭାଇରସ ସଂକ୍ରମଣରେ ଏବେ ପର୍ଯ୍ୟନ୍ତ ଚାଇନାରେ ୩ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହେଲାଣି। ଗୋଟିଏ ଦିନ ପୂର୍ବରୁ ଖବର ଆସିଥିଲା କି ଏଠାରେ ଲୋକେ...

ଆଇପିଇଏଫ୍‌ରେ ଭାରତ ସମେତ ୧୨ ରାଷ୍ଟ୍ର

ଟୋକିଓ,୨୪ା୫: ଚାଇନାର ଦାଦାଗିରିକୁ ଦୃଷ୍ଟିରେ ରଖି ଆମେରିକା ଅଣପାରମ୍ପରିକ ବାଣିଜ୍ୟ ଚୁକ୍ତିନାମା ଆରମ୍ଭ କରିଛି। ଇଣ୍ଡୋ-ପାସିଫିକ୍‌ ଇକୋନୋମିକ୍‌ ଫ୍ରେମ୍‌ଓ୍ବାର୍କ (ଆଇପିଇଏଫ୍‌)ରେ ଭାରତ ସମେତ ୧୨ଟି ରାଷ୍ଟ୍ରକୁ...

ପୁଣି ଇଣ୍ଡୋନେସିଆରେ ଭୂକମ୍ପ

ଜାକର୍ତ୍ତା,୨୬।୯: ପୂର୍ବ ଇଣ୍ଡୋନେସିଆରେ ଗୁରୁବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୫ ରହିଛି। ଅବଶ୍ୟ ଭୂକମ୍ପ ପରେ ଏବେ ସୁନାମି...

ଗୁଗଲ-ଫେସ୍‌ବୁକ-ମାଇକ୍ରୋସଫ୍ଟର ତ୍ରୁଟି ବାହାର କରି ଆୟ କଲେ ୪୪ଲକ୍ଷ

ନୂଆଦିଲ୍ଲୀ,୩୦।୬: ପୁଣିଥରେ ଜଣେ ଭାରତୀୟ ନିଜ ଦକ୍ଷତା ଯୋଗୁ ଦେଶର ନାଁ କରିପାରିଛନ୍ତି। ମାଇକ୍ରୋସଫ୍ଟରୁ ୨୨ଲକ୍ଷ ଟଙ୍କା ଆୟ କରି ଚର୍ଚ୍ଚାରେ ରହିଥିବା ୨୦ବର୍ଷୀୟ ଅଦିତି...

ଆଇଆର୍‌ଆଇଏସ୍‌ ଶୁଭାରମ୍ଭ କଲେ ମୋଦି

ଗ୍ଲାସ୍‌ଗୋ, ୩ା୧୧: ଗ୍ଲାସ୍‌ଗୋ ଜଳବାୟୁ ସମ୍ମିଳନୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଛୋଟ ଦ୍ୱୀପପୁଞ୍ଜଗୁଡ଼ିକରେ ଭିତ୍ତିଭୂମି ବିକାଶ ନିମନ୍ତେ ମଙ୍ଗଳବାର ଏକ ଉଚ୍ଚାଭିଳାଷୀ...

Advertisement
Archives

Model This Week