ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…

ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ ବିଶିଷ୍ଟ ବୈଜ୍ଞାନିକ ଏକ ବଡ ସୂଚନା ଦେଇଛନ୍ତି। ଚାଇନାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ମୁଖ୍ୟ ମହାମାରୀ ବିଶେଷଜ୍ଞ ୱୁ ଜୁନିଓ କହିଛନ୍ତି ଯେ ଆସନ୍ତା ଦୁଇ ତିନି ମାସ ମଧ୍ୟରେ ଚାଇନାରେ କରୋନା ସଂକ୍ରମଣରେ ଦ୍ୱିତୀୟ ବୃଦ୍ଧି ହେବାର ସମ୍ଭାବନା କମ। କାରଣ ଇତିମଧ୍ୟରେ ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇଛନ୍ତି।

ଜାନୁୟାରୀ ୨୧ ରେ ଚାଇନାରେ ଆରମ୍ଭ ହୋଇଥିବା ଚନ୍ଦ୍ର ନୂଆ ବର୍ଷ ଛୁଟିରେ ବହୁ ସଂଖ୍ୟକ ଲୋକ ଯାତ୍ରା କରିବେ ଯାହା ଦ୍ୱାରା କେତେକ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଇପାରେ ବୋଲି ସେ କହିଛନ୍ତି। ତଥାପି, ଦ୍ୱିତୀୟ କରୋନା ଲହରର ଆଶଙ୍କା ନାହିଁ।

ୱୁ ଜୁନିୟୋ କହିଛନ୍ତି, ଚନ୍ଦ୍ର ନୂଆ ବର୍ଷରେ ଚାଇନାର ସହରରୁ ଲୋକମାନେ ଗ୍ରାମାଞ୍ଚଳକୁ ଯାଇ ନିଜ ସମ୍ପର୍କୀୟଙ୍କୁ ଦେଖା କରିଥାନ୍ତି। ଏଭଳି ପରିସ୍ଥିତିରେ ଗ୍ରାମାଞ୍ଚଳରେ ସଂକ୍ରମଣ ହାର ଅଧିକ ହୋଇପାରେ। କାରଣ ଗ୍ରାମାଞ୍ଚଳରେ କରୋନା ରୋକିବା ପାଇଁ କମ ବ୍ୟବସ୍ଥା ଅଛି। ଅନ୍ୟପକ୍ଷରେ, ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଚାଇନାରେ ଗୁରୁତର କରୋନା ରୋଗୀଙ୍କ ସଂଖ୍ୟା ସର୍ବୋଚ୍ଚ ସ୍ତର ଅତିକ୍ରମ କରିଛି।

ଚାଇନାର ସରକାରୀ ପରିସଂଖ୍ୟାନ ଅନୁଯାୟୀ, ଜାନୁଆରୀ ୧୨ ପର୍ଯ୍ୟନ୍ତ ଏଠାରେ ୬୦ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ନିକଟରେ ଚାଇନା ଏହି ତଥ୍ୟକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସହିତ ଶେୟାର କରିଛି। ଜିରୋ କୋଭିଡ ନୀତି ପ୍ରତ୍ୟାହାର କରିବା ଦ୍ୱାରା କରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ହେବାର କାରଣ ବୋଲି ଚାଇନା ଦର୍ଶାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦଳ ଅଳିଆ ଡବାରେ ଚାଇନାର ଉପହାର ଫିଙ୍ଗିଦେଲେ ଟ୍ରମ୍ପ, ଏୟାରପୋର୍ଟରେ ଘଟିଲା…

ଓ୍‌ବାଶିଂଟନ୍‌,୧୬।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ତିନି ଦିନିଆ ଚାଇନା ଗସ୍ତ ଶେଷ ହୋଇଛି। ଡୋନାଲ୍ଡ ଟ୍ରମ୍ପ ନିଜ ଦେଶକୁ ଫେରିବା ପାଇଁ ଏୟାରଫୋର୍ସ ୱାନ ଯୋଗେ…

ମହଜୁଦ ଅଛି ତେଲ, ତଥାପି ପମ୍ପ ବନ୍ଦ, ଭିଡ଼: ଭୟର ବାତାବରଣ

ଭୁବନେଶ୍ୱର,୧୬ା୫(ସୁନିତ୍‌ ମିଶ୍ର):ରାଜ୍ୟରେ ପେଟ୍ରୋଲ, ଡିଜେଲକୁ ନେଇ ଦେଖାଦେଇଥିବା ସମସ୍ୟା ସମାଧାନ ହୋଇପାରି ନାହିଁ। ରାଜ୍ୟର ପ୍ରାୟ ସବୁ ପମ୍ପରେ ଘଣ୍ଟା ଘଣ୍ଟା ଧରି ଲୋକମାନଙ୍କ ଲମ୍ବା ଧାଡ଼ି…

ଢୋଲମହୁଲ ଗୋଚର ଜମିରେ ବେଆଇନ ଆଡ଼ିବନ୍ଧ ନିର୍ମାଣ: ଖରିଫ ଚାଷ ପ୍ରଭାବିତ ଆଶଙ୍କା

ଲୋଇସିଂହା,୧୬।୫(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ବୁର୍ଡା ମୌଜାର ଢୋଲମହୁଲ ଗୋଚର ଜମି ଉପରେ ଏବେ ଜମି ବ୍ୟବସାୟୀଙ୍କ ଲୋଲୁପ ଦୃଷ୍ଟି ପଡିଛି। ବର୍ଷ ବର୍ଷ ଧରି…

ରାସ୍ତା ମରାମତି ନାଁରେ ପ୍ରହସନ: ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି):ରାସ୍ତା ମରାମତି ପରିବର୍ତ୍ତେ କେବଳ ସୂଚନା ଫଳକରେ ରଙ୍ଗ ମାରି ଦୋଷ ଲୁଚାଇବାକୁ ଚେଷ୍ଟା କରାଯାଇଛି। ଏଭଳି ଘଟଣା ଥୁଆମୂଳ ରାମପୁର…

ସରକାରୀ ସୁବିଧାରୁ ବଞ୍ଚିତ ଦିବ୍ୟାଙ୍ଗ ଧନସିଂ: ପରିବାର ଚଳାଇବା…

ନୂଆପଡ଼ା,୧୬ା୫ (ମକାରୁ ବେମାଲ):କେନ୍ଦ୍ର ଓ ରାଜ୍ୟ ସରକାର ଗରିବ, ଅସହାୟ, ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ପ୍ରଶାସନିକ ଅଧିକାରୀ, ନିର୍ବାଚିତ ପ୍ରତିନିଧିଙ୍କ ଆନ୍ତରିକତା…

ସରପଞ୍ଚଙ୍କ ନିଆରା ପ୍ରୟାସ: ଚାରିଆଡ଼ୁ ସାଉଁଟୁଛନ୍ତି ପ୍ରଶଂସା

ନୂଆପଡ଼ା,୧୬ା୫(ମକାରୁ ବେମାଲ):ନୂଆପଡ଼ା ଜିଲାରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ନିମନ୍ତେ ଚାଲିଥିବା ଏସ୍‌ୟୁପି ଫ୍ରି ନୂଆପଡ଼ା ଅଭିଯାନ ବର୍ତ୍ତମାନ ଏକ ଜନ ଆନ୍ଦୋଳନରେ…

କଳାହାଣ୍ଡିରେ ବାହାର ରାଜ୍ୟ କମ୍ପାନୀର କାୟାବିସ୍ତାର: ଚିନ୍ତିତ ନାହାନ୍ତି ଅଧିକାରୀ, କର୍ମଚାରୀ

ଭବାନୀପାଟଣା, ୧୬ା୫(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲାରେ କେନ୍ଦୁପତ୍ରକୁ ନେଇ ବହୁ କୋଟି ଟଙ୍କାର କାରବାର ଏବେ ସଙ୍କଟମୟ ସ୍ଥିତିରେ ଗତି କରୁଛି। ସରକାର ବିପୁଳ ପରିମାଣର ରାଜସ୍ବ…

ଅର୍ଜୁନଙ୍କୁ ମିଳିଲା ବଡ଼ ଅଫର୍‌: ଏବେ…

ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ସେ ତ ଦମଦାର ଅଭିନୟ କରନ୍ତି କିନ୍ତୁ ‘ଧୂରନ୍ଧର-୨’ରେ ତାଙ୍କର ଖଳନାୟକ ଭୂମିକା ବେଶ୍‌ ପ୍ରଶଂସନୀୟ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri