ବିପଦ ଟଳିଲା: ଭାରତ ମହାସାଗରରେ ପଡ଼ିଲା ଚାଇନା ରକେଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୯।୫: ଶେଷରେ ବିପଦ ଟଳିଯାଇଛି। ଆତଙ୍କର ଅନ୍ତ ଘଟିଛି। ନିୟନ୍ତ୍ରଣ ହରାଇ ପୃଥିବୀ ମୁହାଁ ହୋଇଥିବା ଚାଇନାର ଜଳନ୍ତା ରକେଟ ଲଙ୍ଗ୍‌ ମାର୍ଚ୍ଚ ୫-ବି ରବିବାର ଭାରତ ମହାସାଗରରେ ରବିବାର ଭାରତୀୟ ସମୟ ପୂର୍ବାହ୍ନ ୧୦ଟା ୨୪ରେ ଖସି ପଡ଼ିଛି। ରକେଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ପରେ ଏହାକୁ ନଷ୍ଟ କରି ଦିଆଯାଇଥିବା ଆମେରିକା ଏବଂ ୟୁରୋପୀୟ ମହାକାଶ ଗବେଷଣା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଚାଇନାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ରକେଟ ପୃଥିବୀର ବାୟୁମଣ୍ଡଳରେ ପ୍ରବେଶ କରିବା ମାତ୍ରେ ଏହାକୁ ଜଳାଇ ଦିଆଯିବ। ଏହା ଦ୍ୱାରା କ୍ଷୟକ୍ଷତି ଆଶଙ୍କା କମ୍‌ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ମାଳଦ୍ୱୀପର ନିକଟବର୍ତ୍ତୀ ଭାରତ ମହାସାଗରର ଗର୍ଭରେ ୨.୬୫ ଉତ୍ତର ଅକ୍ଷାଂଶ ଏବଂ ୭୨.୪୭ ପୂର୍ବ ଦ୍ରାଘିମା ଅଞ୍ଚଳରେ ଜଳନ୍ତା ରକେଟର ଖଣ୍ଡ ବିଖଣ୍ଡିତ ଅଂଶ ବିଶେଷ ଖସି ପଡ଼ିଥିବା ଚାଇନା ମ୍ୟାନ୍ଡ୍‌ ସ୍ପେସ୍‌ ଇଞ୍ଜିନିୟରିଂ ଅଫିସ୍‌ (ସିଏମ୍‌ଏସ୍‌ଇଓ) ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ ଆକ୍ରମଣ ଯୋଜନା କରୁଛି ରୁଷିଆ, ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ…

କ୍ୱିଭ୍‌,୧।୩ : ରୁଷିଆ ଏବେ ୟୁକ୍ରେନ୍‌ରେ ଟାର୍ଗେଟ୍‌ ଆକ୍ରମଣର ଯୋଜନା କରୁଥିବା ଅଭିଯୋଗ ହୋଇଛି। କ୍ୱିଭ୍‌ର ବହୁ ଲୋକଙ୍କ ଘର ଉପରେ ସନ୍ଦିଗ୍ଧ ଚିହ୍ନ ଦେଖିବାକୁ...

ଏସବୁ ୫ ଦେଶରେ କମୁଛି କରୋନା ସଂକ୍ରମଣ…

ଓ୍ବାଶିଂଟନ/ ନୂଆଦିଲ୍ଲୀ, ୨୬।୮: ପୃଥିବୀରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ସଂକ୍ରମଣରୁ ଦୂରେଇ ରହିବା ଲାଗି ବହୁ ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ତେବେ...

ନୀରବ ଶାହା ହେଲେ ଆମେରିକା ସିଡିସି ଉପନିର୍ଦ୍ଦେଶକ

ଓ୍ବାଶିଂଟନ,୧୫।୧: ଭାରତୀୟ ବଂଶୋଦ୍ଭବ ଡାକ୍ତର ନୀରବ ଡି. ଶାହା ଆମେରିକାର ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନ (ସିଡିସି)ର ପ୍ରମୁଖ ଉପନିର୍ଦ୍ଦେଶକ ଭାବେ ନିଯୁକ୍ତି...

ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ: ୪ଆତଙ୍କବାଦୀ ନିପାତ

କରାଚି,୨୯।୬: କରାଚି ସ୍ଥିତ ପାକିସ୍ତାନ ଷ୍ଟକ୍‌ ଏକ୍ସଚେଞ୍ଜରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ସୋମବାର ଷ୍ଟକ୍‌ ଏକ୍ସଚେଞ୍ଜ ଭିତରକୁ ୪ଜଣ ଆତଙ୍କବାଦୀ ପ୍ରବେଶ କରି ଗ୍ରେନେଡ ମାଡ଼...

ବୟସ ୮ ହେଲେ ରୋଜଗାର ୧୮୪ କୋଟି

ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ।...

ବାଦଲଫଟା ବର୍ଷା, ଭୂସ୍ଖଳନ ନେଲା ୧୬ ଜୀବନ

ଇସ୍‌ଲାମାବାଦ,୧୨।୯: ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅଧୀନ ମାନସେହ୍‌ରା ଜିଲାରେ ପ୍ରବଳ ବର୍ଷା ଯୋଗୁ ୧୬ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷାରେ ଭୂସ୍ଖଳନ ଘଟି ୪ଟି...

ଏତିକି ଟଙ୍କାର ସମ୍ପତ୍ତି ଛାଡିଯାଇଛନ୍ତି ମହାରାଣୀ ଏଲିଜାବେଥ ଦ୍ୱିତୀୟ

ଲଣ୍ଡନ,୯।୯: ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ୯୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି। ବ୍ରିଟେନରେ ସର୍ବାଧିକ...

କାର୍‌ ଭିତରେ ବସିଥିଲେ ଦମ୍ପତି, ହଠାତ୍‌ ୫୦ ଫୁଟ ଉପରୁ ଖସିଲା ବରଫଖଣ୍ଡ; ଆଉ ତା’ ପରେ…

ସେଣ୍ଟପିଟରସବର୍ଗ,୧।୪: କ୍ୟାମେରାରେ କଏଦ ହୋଇଥିବା ଏକ ଭିଡିଓ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଭିଡିଓରେ ଦେଖିବାକୁ ମିଳିଛି ଏକ ଦମ୍ପତି କାର୍‌ରେ ଯାଉଥିଲେ। ହଠାତ୍‌...

Advertisement
Archives

Model This Week