ଭାଇଚାରାର ସମ୍ପର୍କ ଗଢ଼ିଥାଏ ଦାଣ୍ଡିଆ

ବ୍ରହ୍ମପୁର,୪ା୧୦(ସ୍ମୃତି ରଞ୍ଜନ ମହାଲିକ)ବ୍ରହ୍ମପୁର ସହରରେ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୂର୍ତ୍ତି, ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ମା’ଙ୍କ ନବରାତ୍ର ଓ ଦଶହରା ଲାଗି ବିଭିନ୍ନ ସାଜସଜା ଓ ଆଲୋକମାଳାରେ ସହର ଝଲସି ଉଠିବ। ପାର୍ବଣରେ ବ୍ରହ୍ମପୁର ସହରରେ ଗତ କିଛିବର୍ଷ ହେଲା ଦାଣ୍ଡିଆ ନୃତ୍ୟ ପ୍ରତି ଯୁବପିଢ଼ୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ତେଣୁ ସହରରେ ଦାଣ୍ଡିଆ ନାଇଟ୍ସ ତଥା ଦାଣ୍ଡିଆ ଉତ୍ସବ ପାଇଁ ବିଭିନ୍ନ ନୃତ୍ୟ ସଂଗଠନ ସାଙ୍ଗକୁ ଅନ୍ୟାନ୍ୟ ସଂଘ ପକ୍ଷରୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦାଣ୍ଡିଆ ନୃତ୍ୟ ସାଧାରଣତଃ ଗୁଜରାଟୀଙ୍କ ପରମ୍ପରା। ଗୁଜୁରାଟରେ ଏହାକୁ ରାସଗର୍ବା ଅର୍ଥାତ ଦାଣ୍ଡିଆ ବୋଲି କୁହାଯାଏ। ସେଠାରେ ନବରାତ୍ର ସମୟରେ ମା’ ଦୁର୍ଗାଙ୍କ ଗୀତରେ ଦାଣ୍ଡିଆ ପରିବେଷଣ କରଯାଇଥାଏ। ସମୟକ୍ରମେ ଏହି ପରମ୍ପରା ବିଭିନ୍ନ ଅଞ୍ଚଳରେ ଦେଖାଗଲାଣି। ବର୍ତ୍ତମାନ ଆଧୁନିକ ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହେବାକୁ ମିଳୁଛି। ବ୍ରହ୍ମପୁର ସହରରେ କେତେକ ନୃତ୍ୟ ଏକାଡେମୀ ପକ୍ଷରୁ ଦାଣ୍ଡିଆ ଉତ୍ସବ ପାଳନ ନିମନ୍ତେ ସ୍ବତନ୍ତ୍ର ଫି’ ବ୍ୟବସ୍ଥା କରାଯାଇଛି। ଏଥିସହିତ ବିଭିନ୍ନ ସଂଗଠନ ପକ୍ଷରୁ ସୁସ୍ବାଦୁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା କାର୍ଯ୍ୟକ୍ରମ ରହିଛି। ଭାଇଚାରାର ସମ୍ପର୍କ ଗଢି ତୋଳିବା ଓ ପାର୍ବଣକୁ ହସଖୁସିରେ ଉପଭୋଗ କରିବା ନିମନ୍ତେ ଦାଣ୍ଡିଆ ଏକ ମାଧ୍ୟମ ବୋଲି ବହୁ ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି।

 

୨ବର୍ଷ ଧରି ସୃଜନୀ ପରିବାର ପକ୍ଷରୁ ଦାଣ୍ଡିଆ ଉତ୍ସବ ପାଳନ ହୋଇଆସୁଛି। ସହରବାସୀଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ଏହା ଏକ ମାଧ୍ୟମ। ପ୍ରତ୍ୟେକ ବର୍ଷ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ଉତ୍ସବ ପାଳନ ହେଉଛି। ଏହି ଉତ୍ସବରେ ଅନେକ ପରିବାର ମଧ୍ୟ ଏକାଠି ହୋଇ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦିନକୁ ଦିନ ସହରବାସୀଙ୍କୁ ଆଗ୍ରହ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହି ଉତ୍ସବ ଜାରି ରହିବ।
-ବନ୍ଦିତା ତ୍ରିପାଠୀ, ସଭାପତି,ସୃଜନୀ ପରିବାର

ଗୁଜରାଟର ଦାଣ୍ଡିଆ ଉତ୍ସବ ବର୍ତ୍ତମାନ ଓଡିଆ ଭାଷାଭାଷୀଙ୍କ ପ୍ରିୟ ପାଲଟିଛି। ସଂଘ ପକ୍ଷରୁ ଦୀର୍ଘ ୮ ବର୍ଷ ଧରି ଦାଣ୍ଡିଆ ଉତ୍ସବ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ୫ ଦିନ ଏହି ଉତ୍ସବ ପାଳନ କରାଯିବ। ଦାଣ୍ଡିଆ ନୃତ୍ୟ ନିମନ୍ତେ ଆଗ୍ରହୀ ଥିବା ସହରବାସୀଙ୍କୁ ଦାଣ୍ଡିଆ ଅର୍ଥାତ ୨ଟି କାଠି ଓ ସୁସ୍ବାଦ ଖାଦ୍ୟ ପ୍ରଦାନ କରାଯିବ। ଏଥିନିମନ୍ତେ ସ୍ବତନ୍ତ୍ର ଫିର ମଧ୍ୟ ବ୍ୟବସ୍ଥା କରାଯାଇଛି।
-ସୀମା ଚୌଧୁରୀ, ମାରୱାଡି ମହିଳା ସମ୍ମିଳନୀ ସଭାପତି

ପ୍ରତିବର୍ଷ ଯୁବପିଢୀଙ୍କୁ ଦାଣ୍ଡିଆ ନୃତ୍ୟରେ ସାମିଲ କରାଯାଉଥିଲା। ଚଳିତ ବର୍ଷ ଯେ କାୈଣସି ବୟସର ମହିଳା ଓ ପୁରୁଷଙ୍କୁ ଦାଣ୍ଡିଆ ଉତ୍ସବରେ ସାମିଲ ନିମନ୍ତେ ସୁଯୋଗ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ସୁ୍‌୍‌ସ୍ବାଦୁ ଖାଦ୍ୟ ସାଙ୍ଗକୁ ଦାଣ୍ଡିଆ ମଧ୍ୟ ପ୍ରଦାନ କରାଯିବ। କୋଭିଡ୍‌ ଯୋଗୁ ୨ ବର୍ଷ ଦାଣ୍ଡିଆ ଉତ୍ସବ ବନ୍ଦ ରହିଥିଲା। ଏବେ ଏହା ଆଡମ୍ବରରେ ପାଳନ କରାଯାଉଛି।
-ଗଣେଶ ମିସ୍ତ୍ରୀ, ନୃତ୍ୟ ଗୁରୁ,ୱାଓ ଡ୍ୟାନ୍ସ ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା...

ବିଜେଡି ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି: କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଏବେ ଦେଶରେ ରାଜନୀତି ସରଗରମ ରହିଛି। ପୁଣି ଥରେ ଭାଜପା ସରକାର ଗଢିବା ପାଇଁ ପ୍ରୟାସ କରୁଛି। ଏସବୁ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri