ଭାଇଚାରାର ସମ୍ପର୍କ ଗଢ଼ିଥାଏ ଦାଣ୍ଡିଆ

ବ୍ରହ୍ମପୁର,୪ା୧୦(ସ୍ମୃତି ରଞ୍ଜନ ମହାଲିକ)ବ୍ରହ୍ମପୁର ସହରରେ ପାର୍ବଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ମୂର୍ତ୍ତି, ତୋରଣ ନିର୍ମାଣ କାର୍ଯ୍ୟ ଚାଲିଛି। ମା’ଙ୍କ ନବରାତ୍ର ଓ ଦଶହରା ଲାଗି ବିଭିନ୍ନ ସାଜସଜା ଓ ଆଲୋକମାଳାରେ ସହର ଝଲସି ଉଠିବ। ପାର୍ବଣରେ ବ୍ରହ୍ମପୁର ସହରରେ ଗତ କିଛିବର୍ଷ ହେଲା ଦାଣ୍ଡିଆ ନୃତ୍ୟ ପ୍ରତି ଯୁବପିଢ଼ୀଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ତେଣୁ ସହରରେ ଦାଣ୍ଡିଆ ନାଇଟ୍ସ ତଥା ଦାଣ୍ଡିଆ ଉତ୍ସବ ପାଇଁ ବିଭିନ୍ନ ନୃତ୍ୟ ସଂଗଠନ ସାଙ୍ଗକୁ ଅନ୍ୟାନ୍ୟ ସଂଘ ପକ୍ଷରୁ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦାଣ୍ଡିଆ ନୃତ୍ୟ ସାଧାରଣତଃ ଗୁଜରାଟୀଙ୍କ ପରମ୍ପରା। ଗୁଜୁରାଟରେ ଏହାକୁ ରାସଗର୍ବା ଅର୍ଥାତ ଦାଣ୍ଡିଆ ବୋଲି କୁହାଯାଏ। ସେଠାରେ ନବରାତ୍ର ସମୟରେ ମା’ ଦୁର୍ଗାଙ୍କ ଗୀତରେ ଦାଣ୍ଡିଆ ପରିବେଷଣ କରଯାଇଥାଏ। ସମୟକ୍ରମେ ଏହି ପରମ୍ପରା ବିଭିନ୍ନ ଅଞ୍ଚଳରେ ଦେଖାଗଲାଣି। ବର୍ତ୍ତମାନ ଆଧୁନିକ ଗୀତର ତାଳେ ତାଳେ ଦାଣ୍ଡିଆ ନୃତ୍ୟ ଅନୁଷ୍ଠିତ ହେବାକୁ ମିଳୁଛି। ବ୍ରହ୍ମପୁର ସହରରେ କେତେକ ନୃତ୍ୟ ଏକାଡେମୀ ପକ୍ଷରୁ ଦାଣ୍ଡିଆ ଉତ୍ସବ ପାଳନ ନିମନ୍ତେ ସ୍ବତନ୍ତ୍ର ଫି’ ବ୍ୟବସ୍ଥା କରାଯାଇଛି। ଏଥିସହିତ ବିଭିନ୍ନ ସଂଗଠନ ପକ୍ଷରୁ ସୁସ୍ବାଦୁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଦାଣ୍ଡିଆ ନୃତ୍ୟ ପ୍ରତିଯୋଗିତା କରାଯାଇ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା କାର୍ଯ୍ୟକ୍ରମ ରହିଛି। ଭାଇଚାରାର ସମ୍ପର୍କ ଗଢି ତୋଳିବା ଓ ପାର୍ବଣକୁ ହସଖୁସିରେ ଉପଭୋଗ କରିବା ନିମନ୍ତେ ଦାଣ୍ଡିଆ ଏକ ମାଧ୍ୟମ ବୋଲି ବହୁ ସଂଗଠନ ପକ୍ଷରୁ ମତ ପ୍ରକାଶ ପାଇଛି।

 

୨ବର୍ଷ ଧରି ସୃଜନୀ ପରିବାର ପକ୍ଷରୁ ଦାଣ୍ଡିଆ ଉତ୍ସବ ପାଳନ ହୋଇଆସୁଛି। ସହରବାସୀଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବାକୁ ଏହା ଏକ ମାଧ୍ୟମ। ପ୍ରତ୍ୟେକ ବର୍ଷ ନବରାତ୍ର ଉପଲକ୍ଷେ ଦାଣ୍ଡିଆ ଉତ୍ସବ ପାଳନ ହେଉଛି। ଏହି ଉତ୍ସବରେ ଅନେକ ପରିବାର ମଧ୍ୟ ଏକାଠି ହୋଇ ମା ଦୁର୍ଗାଙ୍କୁ ପୂଜାର୍ଚ୍ଚନା କରିଥାନ୍ତି। ଦିନକୁ ଦିନ ସହରବାସୀଙ୍କୁ ଆଗ୍ରହ ବୃଦ୍ଧି ପାଉଥିବାରୁ ଆଗାମୀ ଦିନରେ ଏହି ଉତ୍ସବ ଜାରି ରହିବ।
-ବନ୍ଦିତା ତ୍ରିପାଠୀ, ସଭାପତି,ସୃଜନୀ ପରିବାର

ଗୁଜରାଟର ଦାଣ୍ଡିଆ ଉତ୍ସବ ବର୍ତ୍ତମାନ ଓଡିଆ ଭାଷାଭାଷୀଙ୍କ ପ୍ରିୟ ପାଲଟିଛି। ସଂଘ ପକ୍ଷରୁ ଦୀର୍ଘ ୮ ବର୍ଷ ଧରି ଦାଣ୍ଡିଆ ଉତ୍ସବ ପାଳିତ ହୋଇ ଆସୁଛି। ଚଳିତ ବର୍ଷ ମଧ୍ୟ ୫ ଦିନ ଏହି ଉତ୍ସବ ପାଳନ କରାଯିବ। ଦାଣ୍ଡିଆ ନୃତ୍ୟ ନିମନ୍ତେ ଆଗ୍ରହୀ ଥିବା ସହରବାସୀଙ୍କୁ ଦାଣ୍ଡିଆ ଅର୍ଥାତ ୨ଟି କାଠି ଓ ସୁସ୍ବାଦ ଖାଦ୍ୟ ପ୍ରଦାନ କରାଯିବ। ଏଥିନିମନ୍ତେ ସ୍ବତନ୍ତ୍ର ଫିର ମଧ୍ୟ ବ୍ୟବସ୍ଥା କରାଯାଇଛି।
-ସୀମା ଚୌଧୁରୀ, ମାରୱାଡି ମହିଳା ସମ୍ମିଳନୀ ସଭାପତି

ପ୍ରତିବର୍ଷ ଯୁବପିଢୀଙ୍କୁ ଦାଣ୍ଡିଆ ନୃତ୍ୟରେ ସାମିଲ କରାଯାଉଥିଲା। ଚଳିତ ବର୍ଷ ଯେ କାୈଣସି ବୟସର ମହିଳା ଓ ପୁରୁଷଙ୍କୁ ଦାଣ୍ଡିଆ ଉତ୍ସବରେ ସାମିଲ ନିମନ୍ତେ ସୁଯୋଗ ଦିଆଯିବ। ଏଥିପାଇଁ ସ୍ବତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯାଇଛି। ଯେଉଁଥିରେ ସୁ୍‌୍‌ସ୍ବାଦୁ ଖାଦ୍ୟ ସାଙ୍ଗକୁ ଦାଣ୍ଡିଆ ମଧ୍ୟ ପ୍ରଦାନ କରାଯିବ। କୋଭିଡ୍‌ ଯୋଗୁ ୨ ବର୍ଷ ଦାଣ୍ଡିଆ ଉତ୍ସବ ବନ୍ଦ ରହିଥିଲା। ଏବେ ଏହା ଆଡମ୍ବରରେ ପାଳନ କରାଯାଉଛି।
-ଗଣେଶ ମିସ୍ତ୍ରୀ, ନୃତ୍ୟ ଗୁରୁ,ୱାଓ ଡ୍ୟାନ୍ସ ଗ୍ରୁପ


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?