ସ୍ବତନ୍ତ୍ରତା ବଜାୟ ରଖିଛି ଦଣ୍ଡନୃତ୍ୟ

ବଅଁରପାଳ, ୧୩ା୪ (ଡି.ଏନ.ଏ.): ଅନୁଗୋଳ ଜିଲାରେ ଦଣ୍ଡନୃତ୍ୟ ପରମ୍ପରା ବେଶ୍‌ ପୁରାତନ। ଶୈବ ଧର୍ମ ଉପରେ ଏହା ସମ୍ପୂର୍ଣ୍ଣ ଆଧାରିତ। ଭଗବାନ ଶିବଙ୍କ ଉପାସନା ଏହି ନୃତ୍ୟର ବିଶେଷତ୍ୱ। କଠୋର ସାଧନା ମାଧ୍ୟମରେ ଆହାର, ନିଦ୍ରା ପରିତ୍ୟାଗ କରି ତଥା ଶିବଙ୍କ ନାମ ଉଚ୍ଚାରଣ କରି ଗ୍ରାମ ଗ୍ରାମ ବୁଲି ନୃତ୍ୟ ମାଧ୍ୟମରେ ଉପାସନା କରିବା ଏହାର ଲକ୍ଷ୍ୟ। ଦଣ୍ଡନୃତ୍ୟ ମାଧ୍ୟମରେ ମାନସିକ ପୂରଣ ହେଉଥିବା ଭକ୍ତମାନଙ୍କ ବିଶ୍ୱାସ ରହିଛି। ଯେଉଁମାନେ ମା’ କାଳୀଙ୍କଠାରେ ମାନସିକ କରିଥାନ୍ତି, ସେମାନେ ଦଣ୍ଡନୃତ୍ୟରେ ନିଜକୁ ସାମିଲ କରିଥାନ୍ତି। ସେମାନଙ୍କୁ ଦଣ୍ଡୁଆ ବୋଲି କୁହାଯାଏ। ଅନୁଗୋଳ ଜିଲାରେ ଏହି ଦଣ୍ଡନୃତ୍ୟ ଏବେ ବି ନିଜର ସ୍ବତନ୍ତ୍ରତା ବଜାୟ ରଖିଛି। କେଇବର୍ଷ ତଳୁ ଏଥିରେ ଆଧୁନିକତାର ପ୍ରବେଶ ଘଟିସାରିଥିଲେ ମଧ୍ୟ ଜିଲାର କୋଣ ଅନୁକୋଣରେ ଦଣ୍ଡ ନୃତ୍ୟ ଆଜି ମଧ୍ୟ ବେଶ୍‌ ଆଦୃତ ଲାଭ କରିପାରିଛି।
ପ୍ରତିବର୍ଷ ଏପ୍ରିଲ୍‌ ୧ରୁ ଅନୁଗୋଳ ଜିଲାରେ ଦଣ୍ଡ ଯାତ୍ରା ଆରମ୍ଭ ହୋଇଥାଏ। ମହାବିଷୁବ ସଂକ୍ରାନ୍ତି ପୂର୍ବଦିନ ଅର୍ଥାତ୍‌ ମେରୁଯାତ୍ରା ପର୍ଯ୍ୟନ୍ତ ଏହି ଦଣ୍ଡଯାତ୍ରା ବେଶ୍‌ ଧୁମ୍‌ଧାମରେ ପାଳନ କରାଯାଏ। ଜିଲାର ଅଠମଳ୍ଲିକ, ତାଳଚେର, ଅନୁଗୋଳ, ବନ୍ତଳା, ହେମସରପଡ଼ା, ରନ୍ତଲେଇ, ଲୋକେଇପଶି, କାଙ୍ଗୁଲା, କୁଳାଡ଼, ଗିରାଙ୍ଗ, ସନ୍ତ୍ରୀ, ବଳରାମପ୍ରସାଦ, ନୂଆହତା, ନୂଆସାହି ସମେତ ବହୁ ଅଞ୍ଚଳରେ ଦଣ୍ଡ ନୃତ୍ୟ ଦଳ ରହିଛନ୍ତି। ଚଳିତବର୍ଷ ଏହି ଦଣ୍ଡଯାତ୍ରାକୁ ନେଇ ବିଭିନ୍ନ ଗ୍ରାମ ଉତ୍ସବମୁଖର ହୋପଡ଼ିଥିଲା। ବିଶେଷକରି ଦଣ୍ଡୁଆମାନେ ଗ୍ରାମ ପରିକ୍ରମା କରିବା ବେଳେ ବହୁ ସଂଖ୍ୟାରେ ଲୋକେ ଉପସ୍ଥିତ ରହି ସେମାନଙ୍କୁ ସ୍ବାଗତ ଓ ସହଯୋଗ କରୁଥିବା ଦେଖାଯାଇଥିଲା। ୧୩ ତାରିଖ ଗୁରୁବାର ମେରୁଯାତ୍ରା ତଥା ଦଣ୍ଡ ଉଦ୍‌ଯାପନ ହେବାକୁ ଥିବାରୁ ଏହାକୁ ନେଇ ଉତ୍ସାହ ଅଧିକ ବଢ଼ିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖୁସି ଖବର: ଖୁବ ଶୀଘ୍ର ଖୋଲିବ ହର୍ମୁଜ; ଇରାନ-ଆମେରିକା ଶାନ୍ତି ଚୁକ୍ତିରେ ଲାଗିଲା ମୋହର? ରିପୋର୍ଟରେ ନୂଆ ଦାବି

ତେହରାନ,୧୩।୬: ଭାରତ ସମେତ ସମଗ୍ର ବିଶ୍ୱ ପାଇଁ ଏକ ଖୁସି ଖବର। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଦ୍ୱାରା ଭାରତ ସମେତ ଅନେକ ଦେଶରେ ଅଶୋଧିତ ତୈଳ…

ବିଜେଡି ପରାଜୟର ଗୁମର ଖୋଲିଲେ ଦଳୀୟ ବିଧାୟକ ଗୌତମବୁଦ୍ଧ ଦାସ, କହିଲେ ଅଧିକ…

ଭୁବନେଶ୍ୱର,୧୩ା୬: ପୁଣି ଥରେ ବିଜେଡି ପରାଜୟର କଥା ଦୋହରାଇଛନ୍ତି ବିଜେଡିର ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ନିଜ ନିର୍ବାଚନ ମଣ୍ଡଳୀର ଏକ କାର୍ଯ୍ୟକ୍ରମରେ ବିଧାୟକ ବିଜେଡିର ପରାଜୟ…

ଅଧିନାୟକ ହେବା ପରେ, ମୁମ୍ବାଇର ୱର୍ଲିରେ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ନେଲେ ଶ୍ରେୟସ ଆୟର; ଭଡା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ,୧୩।୬: ଶ୍ରେୟସ ଆୟରଙ୍କୁ ସମ୍ପ୍ରତି ଭାରତୀୟ ଟି-୨୦ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି। ବର୍ତ୍ତମାନ, ସେ ମୁମ୍ବାଇର ହାଇକଷ୍ଟ ୱାର୍ଲି ଅଞ୍ଚଳରେ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ ଭଡା…

ମାତ୍ର ୧୦ ବର୍ଷ ବୟସରେ କମାଲ କଲେଣି ବୈଭବ ସୂର୍ଯ୍ୟବଂଶୀଙ୍କ ସାନ ଭାଇ

ପାଟନା,୧୩।୬: ବୈଭବ ସୂର୍ଯ୍ୟବଂଶୀ ତାଙ୍କ ବ୍ୟାଟିଂରେ ଚହଳ ସୃଷ୍ଟି କରି ଟିମ ଇଣ୍ଡିଆରେ ସ୍ଥାନ ପାଇଥିଲେ ଏବଂ ଏବେ ତାଙ୍କ ସାନ ଭାଇ ସମାନ ପ୍ରଭାବ ପକାଇବାକୁ…

ପଟ୍ଟାଜମିରେ ଚାଲିଥିଲା ମାଇନିଂ ଗାଡ଼ି, ପ୍ରଶାସନର ପ୍ରତିଶ୍ରୁତି ପରେ ବି ମିଳିଲାନି ନ୍ୟାୟ, ଶେଷରେ…

ବଣାଇଁ,୧୩ା୬(ପ୍ରଦୀପ ତ୍ରିପାଠୀ): ଖଣି ସମୃଦ୍ଧ ସୁନ୍ଦରଗଡ଼ ଜିଲା କୋଇଡ଼ା ଅଞ୍ଚଳରୁ ଆସିଛି ପ୍ରଶାସନିକ ଅବହେଳା ଓ ଜନ ଅସନ୍ତୋଷର ଏକ ସାଂଘାତିକ ଚିତ୍ର। ନିଜ ପଟ୍ଟା ଜମି…

ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଗୁରୁ ଦାୟିତ୍ୱ, ଜୁନ ୩୦ରେ ଦାୟିତ୍ୱ ଗ୍ରହଣ

ନୂଆଦିଲ୍ଲୀ,୧୩।୬: କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠଙ୍କୁ ଭାରତୀୟ ସେନାର ପରବର୍ତ୍ତୀ ସେନା ମୁଖ୍ୟ ଭାବରେ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ ଉପ ସେନା…

ବୁର୍ଲା ଏମସିଏଲର ମହିଳା କର୍ମଚାରୀଙ୍କ ଆତ୍ମହତ୍ୟା, କ୍ୱାର୍ଟରରୁ ଝୁଲନ୍ତା ମୃତଦେହ ଉଦ୍ଧାର

ସମ୍ବଲପୁର,୧୩।୬,(ପ୍ରମୋଦ ବହିଦାର): ବୁର୍ଲା ଆନନ୍ଦ ବିହାର ସ୍ଥିତ ମହାନଦୀ କୋଲଫିଲ୍ଡସ ଲିମିଟେଡ(ଏମସିଏଲ)ର ଜଣେ ମହିଳା କର୍ମଚାରୀ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତ ମହିଳା ଜଣକ ହେଉଛନ୍ତି…

ଇତିହାସ ରଚିଲା ‘ମାଇକେଲ’: ବିଶ୍ୱପ୍ୟାପୀ ଚମତ୍କାର ପ୍ରଦର୍ଶନ

ମାଇକେଲ ଜ୍ୟାକସନଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ମାଇକେଲ’ ବକ୍ସ ଅଫିସ୍‌ରେ ଚମତ୍କାର ପ୍ରଦର୍ଶନ କରିଛି। ଏହା ନମ୍ବର ୧ ମ୍ୟୁଜିକାଲ ବାୟୋପିକ ପାଲଟିଛି। ପୂର୍ବ ରେକର୍ଡଧାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri