ଡାଲମିଆର କେ.ପି. ପାଓ୍ବାରପ୍ଲାଣ୍ଟ ବନ୍ଦ ନିର୍ଦ୍ଦେଶ

ସୁନ୍ଦରଗଡ଼, ରାଜଗାଙ୍ଗପୁର,୧୯।୧(ଜୟ ନାରାୟଣ ମେଣ୍ଡୁଳି/ ରାଜଗାଙ୍ଗପୁର): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଡାଲମିଆ ସିମେଣ୍ଟ କାରଖାନାର କେ.ପି ପାଓ୍ବାର ପ୍ଲାଣ୍ଟରେ କୋଲ୍‌ ହପର ଭୁଶୁଡିବା ଯୋଗୁ ୩ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମୃତଦେହ ମିଳିବା ପରେ କମ୍ପାନୀର ସୁରକ୍ଷାକୁ ନେଇ ଉକ୍ତ ପାଓ୍ବାର ପ୍ଲାଣ୍ଟକୁ ବନ୍ଦ ପାଇଁ ଫ୍ୟାକ୍ଟ୍ରିଜ୍‌ ଆଣ୍ଡ ବ୍ରଏଲର ଉପନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି। ଭବିଷ୍ୟତରେ ଏଭଳି ଅଘଟଣ ଏଡାଇବା ପାଇଁ ସମସ୍ତ ନିର୍ଦ୍ଦେଶର ଅନୁପାଳନ ନ କରିବା ଯାଏ ପାଓ୍ବାର ପ୍ଲାଣ୍ଟ ବନ୍ଦ ରହିବ ବୋଲି ଅତିରିକ୍ତ ଜିଲାପାଳ ଅଭିମନ୍ୟୁ ମାଝୀ ସ୍ପଷ୍ଟ କରିଛନ୍ତି। ଡାଲମିଆ ସିମେଣ୍ଟ କାରଖାନାରେ ଗୁରୁବାର କୋଲ୍‌ ହପର ଭୁଶୁଡ଼ି ପଡିଥିଲା। ଏହାର ୪୦ ଘଣ୍ଟା ପରେ ଶନିବାର ୩ ଶ୍ରମିକଙ୍କ ମୃତଦେହ ଜବତ ହୋଇଛି। ମୃତ ଶ୍ରମିକ ହେଲେ ସୁଶାନ୍ତ ରାଉତ, ଦଶରଥ ପାତ୍ର ଓ ରଞ୍ଜିତ ଭୋଳ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଜିଲା ପ୍ରଶାସନ ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ଆଲୋଚନା ପରେ କମ୍ପାନୀ ପକ୍ଷରୁ ମୃତ ପ୍ରତ୍ୟେକ ଶ୍ରମିକଙ୍କ ପରିବାରକୁ କ୍ଷତିପୂରଣ ରାଶି ୨୫ଲକ୍ଷ ଟଙ୍କା, ଇନ୍‌ସ୍ୟୁରାନ୍ସ ବାବଦକୁ ୧୦ଲକ୍ଷ ଟଙ୍କା, ପରିବାରର ଜଣଙ୍କୁ ନିଯୁକ୍ତି, ପିଲାମାନଙ୍କୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଖର୍ଚ୍ଚ ବହନ ସହ ଘର ଯୋଗାଇଦେବା ପାଇଁ ଘୋଷଣା କରାଯାଇଛି। ପାଓ୍ବାର ପ୍ଲାଣ୍ଟ ଏବଂ କୋଲ୍‌ ବଙ୍କର ଅସୁରକ୍ଷିତ ଥିବାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେଠରେ କାମ କରିବାକୁ ବାରଣ କରାଯାଇଛି। ଏଥିସହ ୧୦ଟି ପ୍ରତିକାରମୂଳକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶିଳ୍ପ ପ୍ରତିଷ୍ଠାନରେ ଘଟିଥିବା ଏଭଳି ବଡ଼ ଦୁର୍ଘଟଣାରେ ଉଦ୍ଧାର କାର୍ଯ୍ୟ ଆମ ପାଇଁ ଏକ ବଡ଼ ଚାଲେଞ୍ଜ ଥିଲା। ଉଦ୍ଧାର କାର୍ଯ୍ୟ ସଫଳତାର ସହ ହୋଇଥିଲେ ମଧ୍ୟ ୩ ଜଣ ଶ୍ରମିକଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରି ନ ପାରିବା ଦୁଃଖର ବିଷୟ। ଏହି ଦୁର୍ଘଟଣା କେଉଁ କାରଣରୁ ଘଟିଲା ସେ ନେଇ ବୈଷୟିକ ଟିମ୍‌ ସହାୟତାରେ ତଦନ୍ତ କରାଯିବ। ଏଥିରେ ଯାହାର ବି ତ୍ରୁଟି ଥିବ ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଦୁର୍ଘଟଣା ସମ୍ପୂର୍ଣ୍ଣଭାବେ ମନୁଷ୍ୟକୃତ। ଏହାର ଠିକ୍‌ ତଦନ୍ତ କରାଯାଇ ଭବିଷ୍ୟତରେ ଜିଲାରେ ଥିବା ବିଭିନ୍ନ କଳକାରଖାନାରେ ସୁରକ୍ଷା ବ୍ୟବସ୍ଥା ପ୍ରତି କଡ଼ା କଡ଼ି ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ ବୋଲି ଜିଲାର ବିଶିଷ୍ଟ ଶ୍ରମିକ ନେତା ତଥା ଏଆଇଟିୟୁସି ରାଜ୍ୟ ସଭାପତି ଅଶୋକ କୁମାର ଦାସ ଦାବି କରିଛନ୍ତି। ସେ କହିଛନ୍ତି, ଦୁର୍ଘଟଣାରେ ମୃତକ ପରିବାରବର୍ଗଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ କ୍ଷତିପୂରଣ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବା ଦିଗରେ କମ୍ପାନୀ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ।
ସୂଚନା ଅନୁଯାୟୀ, ଗୁରୁବାର ସନ୍ଧ୍ୟାରେ ୨ ନମ୍ବର ପ୍ଲାଣ୍ଟରେ ଥିବା ବଏଲର ଫାଟି ଯାଇ କୋଇଲା ଗଦା ହୋଇଯାଇଥିଲା। ଏଥିରେ ୩ ଜଣ ଶ୍ରମିକ ନିଖୋଜ ହୋଇଯାଇଥିଲେ। ଗତ ୩ଦିନ ଧରି ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଶନିବାର ପୂର୍ବାହ୍ନରେ କୋଇଲା ଓ ଲୁହାଗଦା ଭିତରେ ପୋତି ହୋଇଯାଇଥିବା ୩ ଜଣ ଶ୍ରମିକଙ୍କ ମୃତଦେହ ଜବତ କରାଯାଇଥିଲା। କାରଖାନା ଭିତରେ ଆଗୁଆ ଆବଶ୍ୟକ ବୈଷୟିକ ସୁରକ୍ଷା ଅଭାବରୁ ଏଭଳି ଦୁର୍ଘଟଣା ଘଟିଲା ନା ଆଉ କିଛି ସେ ନେଇ ଶ୍ରମିକ ମହଲରେ ପ୍ରଶ୍ନ ଉଠିଛି। ସୁନ୍ଦରଗଡ଼ ଅତିରିକ୍ତ ଜିଲାପାଳ(ସାଧାରଣ) ରବିନାରାୟଣ ସାହୁ, ଅତିରିକ୍ତ ଜିଲାପାଳ (ରାଜସ୍ବ) ଅଭିମନ୍ୟୁ ମାଝୀ, ରାଉରକେଲା ଅତିରିକ୍ତ ଜିଲାପାଳ ସନ୍ତୋଷ କୁଲକର୍ଣ୍ଣି, ସୁନ୍ଦରଗଡ଼ ସଦର ଉପଜିଲାପାଳ ଦାଶରଥି ସରାବୁଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ କାରଖାନାର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏହି ଉଦ୍ଧାର କାର୍ଯ୍ୟ ଚାଲିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ କର୍ମଚାରୀଙ୍କ ଦରମା-ପେନସନ ଉପରେ ବଡ଼ ଖବର: ଏହି ରାଜ୍ୟ ଗଠନ କଲା ଅଷ୍ଟମ ବେତନ ଆୟୋଗ

ନୂଆଦିଲ୍ଲୀ, ୧୨।୧୦: କେନ୍ଦ୍ର ସରକାର ୨୦୨୫ ନଭେମ୍ବରରେ ଅଷ୍ଟମ ବେତନ ଆୟୋଗ ଗଠନକୁ ମଞ୍ଜୁରି ଦେଇଥିଲେ। ଏହା ପରେ ଏକ କମିଟି ଗଠନ କରାଯାଇଛି। ଏହି କମିଟି…

ବୈଭବ ସୂର୍ଯ୍ୟବଂଶୀ ନୁହେଁ, ଏହି ଭାରତୀୟ ଷ୍ଟାରଙ୍କୁ ୱାଲର୍‌ଡ ସୁପରପାୱାର ଓପନର କହିଲେ ଦିନେଶ କାର୍ତ୍ତିକ

ଇନ୍ଦୋର,୧୨।୧୦: ଭାରତୀୟ ଦଳର ଷ୍ଟାର ଓପନର ଅଭିଷେକ ଶର୍ମାଙ୍କ ଜବରଦସ୍ତ ବ୍ୟାଟିଂକୁ ନେଇ ପ୍ରଶଂସାରେ ଶତମୁଖ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ଦିନେଶ କାର୍ତ୍ତିକ। ବିଭିନ୍ନ ପରିସ୍ଥିତି…

ଝିଅ ସାରାଙ୍କୁ ନେଇ ଏମିତି କହିଲେ ସଚିନ ତେନ୍ଦୁଲକର: ସୋସିଆଲ ମିଡିଆରେ ବଢୁଛି ଚର୍ଚ୍ଚା

ମୁମ୍ବାଇ,୧୨।୧୦: ଭାରତୀୟ କ୍ରିକେଟ୍‌ର କିମ୍ବଦନ୍ତୀ ଖେଳାଳି ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ଆଜି ୨୯ ବର୍ଷରେ ପାଦ ଥାପିଛନ୍ତି। ଏହି ବିଶେଷ ଅବସରରେ ସାରାଙ୍କୁ ସୋସିଆଲ…

କୋହଲିଙ୍କ ଉପରେ ଟଙ୍କା ନେବା ଅଭିଯୋଗ କରିଥିବା ବାବା ଦେଲେ ବଡ଼ ବୟାନ, ଏବେ କହିଲେଣି ଏମିତି…ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ, ୧୨।୧୦: ମଥୁରାର ବୃନ୍ଦାବନସ୍ଥିତ ରାଧା କୁଟୀ ଆଶ୍ରମରେ ସାଧୁସନ୍ଥମାନେ ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାର ପକ୍ଷକାର ଦିନେଶ ଫଳାହାରୀଙ୍କୁ ‘ବ୍ରଜ ରତ୍ନ’ ସମ୍ମାନରେ ସମ୍ମାନିତ କରିଛନ୍ତି। ଭଗବାନ…

୧୫ ବର୍ଷ ପରେ ଟିମ ଇଣ୍ଡିଆରେ ଘଟିଲା ଏମିତି, କ୍ରିକେଟ ଜଗତରେ ଚର୍ଚ୍ଚା

ଇନ୍ଦୋର: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ତୃତୀୟ ଟି-୨୦ ମୁକାବିଲାରେ ଟିମ ଇଣ୍ଡିଆ ୧୪ ରନରେ ବିଜୟୀ ହୋଇଛି। ଏହି ବିଜୟ ସହ ଭାରତ ସିରିଜରେ…

ମାତ୍ର ୧୩ ରନ କରି ଭାରତକୁ ଜିତାଇଲେ ପ୍ରିନ୍ସ, ତାଙ୍କ ବ୍ୟାଟ୍‌ ପଛର ରୋଚକ କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଇନ୍ଦୋର,୧୨।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦଳ ୧୪ ରନ୍‌ରେ ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ପ୍ରିନ୍ସ ଯାଦବ ବୋଲିଂରେ କୌଣସି ଉଇକେଟ ନେଇପାରି…

କରାଟେରେ ଗଞ୍ଜାମର ୫ ଜଣଙ୍କୁ ଗୋଲ୍ଡ ମେଡାଲ, କମାଲ କଲେ ଯାଆଁଳା ଭାଇ

ଗଞ୍ଜାମ,୧୨ା୧୦(ବିଦ୍ୟାଧର ସାହୁ): ଗୁଜରାଟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଥମ ଓପନ ନ୍ୟାଶନାଲ କଣ୍ଟ୍ରାକ୍ଟ କରାଟେ ଚାମ୍ପିଅନଶିପ୍‌-୨୬ରେ ଗଞ୍ଜାମର ୫ ଜଣ ପ୍ରତିଭାବାନ ଗୋଲ୍ଡ ମେଡାଲ ଜିତି ରାଜ୍ୟ ଓ…

ଧୋନୀଙ୍କ ରେକର୍ଡକୁ ଧୂଳିସାତ୍‌ କଲେ ଶ୍ରେୟସ ଆୟର: କରିଦେଲେ ଏମିତି କାରନାମା

ଇନ୍ଦୋର,୧୨।୧୦: ଟି-୨୦ କ୍ରିକେଟ୍‌ରେ ବଡ଼ ସ୍କୋର କରିବା ସହ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ଯେକୌଣସି ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ଶ୍ରେୟସ ଆୟରଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?