Posted inରାଜ୍ୟ

ଫରେନସିକ ତଥ୍ୟକୁ ନେଇ ହଇଚଇ: ଦୀପାଳିଙ୍କ ଉପରେ ବଡ଼ ଅଭିଯୋଗ ଲଗାଇଲେ ମନ୍ତ୍ରୀ

ଝାରସୁଗୁଡ଼ା/ଭୁବନେଶ୍ୱର,୧୯ା୧(ଆଶିଷ ରଞ୍ଜନ ଦାଶ/ସୁନିତ୍‌ ମିଶ୍ର): ନବ ଦାସ ହତ୍ୟାକାଣ୍ଡ ନେଇ ରାଜ୍ୟ ଫରେନସିକ ସାଇନ୍ସ ରିପୋର୍ଟରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି। ଏହି ରିପୋର୍ଟ ଅନୁଯାୟୀ ନବ ଦାସଙ୍କ ପଛରେ ଆସୁଥିବା ଗାଡ଼ିର ବାମ ପାର୍ଶ୍ୱରେ ୫ଟି ଗୁଳି ବାଜିଥିଲା। ଗାଡ଼ିରେ ବାଜିଥିବା ଗୁଳି ଓ ଖୋକା କୁଆଡ଼େ ଗଲା ତାହା କ୍ରାଇମବ୍ରାଞ୍ଚ ରିପୋର୍ଟରେ ଉଲ୍ଲେଖ କରାଯାଇନାହିଁ। କ୍ରାଇମବ୍ରାଞ୍ଚ କେବଳ ନବ ଦାସ ଓ ତାଙ୍କ ଗାଡ଼ିରେ ବାଜି ଥିବା ଗୁଳିର ହିସାବ ଦେଇ ତା’ର କାମ ସାରିଦେଇଛି। କ୍ରାଇମବ୍ରାଞ୍ଚ ରିପୋର୍ଟ କହୁଛି ଯେ ଗୋପାଳ ଦାସଙ୍କ ପାଖରୁ ୧୮ଟି ଜୀବନ୍ତ ଗୁଳି ଥିବା ମାଗାଜିନ ଓ ବାହାରେ ରଖିଥିବା ୩ଟି ଜୀବନ୍ତ ଗୁଳି ଜବତ ହୋଇଥିବା ବେଳେ ଗୋଟିଏ ଗୁଳି ଉପରକୁ ବ୍ଲାଙ୍କ୍‌ ଫାୟାରିଂ ହୋଇଥିଲା। ତାହା ହେଲେ ନବଙ୍କ ପଛପଟେ ଆସୁଥିବା ଗାଡ଼ିରେ ବାଜିଥିବା ଗୁଳି କିଏ ଫୁଟାଇଲା ଓ ତାହା କୁଆଡ଼େ ଗଲା ବୋଲି କୁହାଯାଉଛି। ଏଥିରୁ ସନ୍ଦେହ ପ୍ରକାଶ ପାଉଛି ଯେ ନବଙ୍କ ହତ୍ୟାରେ ୨ଟି ବନ୍ଧୁକ ବ୍ୟବହାର ହୋଇଥିବା ବେଳେ ଗୋପାଳଙ୍କ ବ୍ୟତୀତ ଅନ୍ୟ ବ୍ୟକ୍ତି ମଧ୍ୟ ଏହି ହତ୍ୟାକାଣ୍ଡରେ ଜଡ଼ିତ ଅଛନ୍ତି।

ହତ୍ୟା ମାମଲାରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି ଯେ ନବଙ୍କ ଝିଅ ତଥା ପୂର୍ବତନ ବିଧାୟିକା ଦୀପାଳି ଦାସ ଯଦି କ୍ରାଇମବ୍ରାଞ୍ଚ ତଦନ୍ତ ଠିକ୍‌ ହେଉନାହିଁ ବୋଲି ଭାବୁଛନ୍ତି, ସେ ହାଇକୋର୍ଟ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତଦନ୍ତ ପାଇଁ ଲେଖିବା ଉଚିତ। ତତ୍କାଳୀନ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ ସନ୍ଦେହଜନକ ଥିଲା ବୋଲି ଜୟନାରାୟଣ କହିଛନ୍ତି। ସେପଟେ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି ଯେ ନବ ଦାସ ପ୍ରଥମେ ଜଣେ ବ୍ୟବସାୟୀ ପରେ ଜଣେ ନେତା। ତାଙ୍କର ବ୍ୟବସାୟକୁ ନେଇ ବିଜେଡି ଦଳର ବହୁ ଲୋକଙ୍କ ସହିତ ମଧ୍ୟ ଝଗଡ଼ା ହୋଇଥିଲା। ତାଙ୍କ ହତ୍ୟା ବ୍ୟବସାୟିକ, ରାଜନୈତିକ, ତଥା ବ୍ୟକ୍ତିଗତ ହୋଇପାରେ। ସିବିଆଇ ତଦନ୍ତ ନେଇ ନରସିଂହ କହିଛନ୍ତି ଯେ ସରକାରୀ ଦଳ ନବଙ୍କ ଝିଅଙ୍କୁ ଲିଖିତ ଆକାରରେ ସିବିଆଇ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦେବା ପାଇଁ କହୁଥିବା କଥାର କିଛି ଦରକାର ନାହିଁ। ଭାଜପା ସରକାର ଆସିବା ପୂର୍ବରୁ ନବଙ୍କ ସିବିଆଇ ତଦନ୍ତ କରିବା ନିର୍ବାଚନ ପ୍ରଚାର ସମୟରେ କହିଥିଲେ। ସରକାର ଚାହିଁଲେ ନିଜେ ତଦନ୍ତ କରାଇ ପାରିବେ। ଦିନକୁ ଦିନ ନବ ଦାସଙ୍କ ହତ୍ୟା ଘଟଣା ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ କ୍ରାଇମବ୍ରାଞ୍ଚ ତଦନ୍ତ ପ୍ରତି ଓଡ଼ିଶାବାସୀଙ୍କ ସନ୍ଦେହ ସୃଷ୍ଟି ହେଲାଣି ବୋଲି ନରସିଂହ କହିଛନ୍ତି।

ଅନ୍ୟପକ୍ଷରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ଘଟଣାରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯେତେବେଳେ ନବ ଦାସଙ୍କ ମୃତ୍ୟୁ ହେଲା ତାଙ୍କ ଝିଅ ଦୀପାଳି ଚୁପ୍‌ ରହିଲେ ଓ କିଛି କହିଲେ ନାହିଁ। ବିଧାୟକ ଟିକେଟ ପାଇଁ ସେ ଆଶାୟୀ ରହିଲେ ଓ ବିଧାୟିକା ହେବା ପରେ ମଧ୍ୟ ନୀରବ ରହିଲେ ବୋଲି କୃଷ୍ଣ କହିଛନ୍ତି। ରାଜ୍ୟରେ ଭାଜପା ସରକାର ଆସିବା ପରେ ସେ ଏବେ ଆଳୁ ଖୋଳୁଛନ୍ତି। ଆଳୁ ଖୋଳିଲେ ନିଶ୍ଚିତ ଭାବେ ମହାଦେବ ବାହାରିବେ। କିଏ ଖୋଳୁଛନ୍ତି ଆଉ କିଏ ସହଯୋଗ କରୁଛନ୍ତି ତାହା ଦେଖାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେ ଆହୁରି କହିଛନ୍ତି ନବ ଦାସଙ୍କ ମୃତ୍ୟୁ ପଛରେ ଯିଏ ଅଛନ୍ତି, ସେ ଧରାପଡ଼ିବା ଉଚିତ। ଦୋଷୀ କିଏ ସାଧାରଣ ନାଗରିକ ଜାଣିବା ଦାରକାର। ଦୋଷୀ କିଏ ତାଙ୍କୁ ସେମାନେ ଚାପିଦେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆମ ସରକାର ନିଶ୍ଚୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଙ୍କର ବିଶ୍ୱାସ ଅଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?