ଡାଲି, ତୈଳବୀଜ ସଂଗ୍ରହ ୨୦% ବୃଦ୍ଧି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଚଳିତ ବର୍ଷ ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ ବୃଦ୍ଧି ପାଇଛି। ୨୦୧୮-୧୯ରେ ରାଜ୍ୟରେ ସମୁଦାୟ ୭୫୯୩.୨୮୦ ମେଟ୍ରିକ୍‌ ଟନ୍‌ ଡାଲି ଓ ତୈଳବୀଜ ଜାତୀୟ ଫସଲ ସଂଗ୍ରହ କରାଯାଇଛି। ୨୦୧୯-୨୦ ରବି ଋତୁରେ ୯୧୨୭.୭୯୬ ମେଟ୍ରିକ୍‌ ଟନ ସଂଗ୍ରହ କରାଯାଇଛି। ଗତ ବର୍ଷ ତୁଳନାରେ ୨୦ ପ୍ରତିଶତ ଅଧିକ ସଂଗ୍ରହ ହୋଇଛି। ସୋମବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ତୈଳବୀଜ ଫସଲ ଏବଂ ଡାଲି ଜାତୀୟ ଫସଲ ସଂଗ୍ରହ ନେଇ ସମୀକ୍ଷା କରିଛନ୍ତି। ମାର୍କଫେଡ୍‌ ଦ୍ୱାରା ଗତ ବର୍ଷ ରାଜ୍ୟର ୮ ଜିଲାରୁ ତୈଳ ଓ ଡାଲି ଜାତୀୟ ଫସଲ ସଂଗ୍ରହ କରାଯାଇଥିଲା। ଚଳିତ ବର୍ଷ ୧୩ ଜିଲାରୁ ବିଭିନ୍ନ ପ୍ରାଥମିକ ସମବାୟ ସମିତି ଦ୍ୱାରା ମୁଗ, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଛି। ଯାଜପୁରରୁ ୨୫କୋଟି ୨୪ଲକ୍ଷ ୪୯ହଜାର ୯୨୫ ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ସଂଗ୍ରହ କରାଯାଇଛି। ମାଲକାନଗିରିରୁ ୯ କୋଟି ୮୬ ଲକ୍ଷ ୭୩ ହଜାର ୪୪୦ ଟଙ୍କା, ଜଗତ୍‌ସିଂହପୁର ଜିଲାରୁ ୮କୋଟି ୯୮ଲକ୍ଷ ୪୭ହଜାର, ୩୧୫ ଟଙ୍କା ଏବଂ ପୁରୀରୁ ୬ କୋଟି ୬୬ ଲକ୍ଷ ୩୭ ହଜାର ୧୫୮ ଟଙ୍କାର ଡାଲି ଜାତୀୟ ଓ ତୈଳବୀଜ ସଂଗ୍ରହ କରାଯାଇଛି। ଗତ ବର୍ଷ ୫୦ କୋଟି ୮୩ ଲକ୍ଷ ୮୪ ହଜାର ୯୦୦ଟଙ୍କାର ଡାଲି ଓ ତୈଳବୀଜ ଚାଷୀଙ୍କଠାରୁ ସର୍ବନିମ୍ନ ସହାୟକ ମୂଲ୍ୟରେ କିଣାଯାଇଥିବାବେଳେ ଚଳିତ ବର୍ଷ ୬୦କୋଟି ୨୩ଲକ୍ଷ ୯୨ହଜାର ୩୪୬ଟଙ୍କାର କିଣାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସେଥିମଧ୍ୟରେ ୬୯୯୫.୩୮୨ ମେଟ୍ରିକ ଟନ୍‌ ମୁଗ, ୨୦୧୧.୩୩୫ ମେଟ୍ରିକ୍‌ ଟନ୍‌ ଚିନାବାଦାମ ଏବଂ ୧୨୧.୦୭୯ ମେଟ୍ରିକ ଟନ୍‌ ସୂର୍ଯ୍ୟମୁଖୀ ମଞ୍ଜି ସଂଗ୍ରହ କରାଯାଇଥିବା ବୈଠକରେ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ନିର୍ମାଣହେବ କାନ୍ତକବିଙ୍କ ସ୍ମାରକୀ

ଭୁବନେଶ୍ୱର,୧୧ା୬(ବ୍ୟୁରୋ)-ଭଦ୍ରକରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରାଯିବ। ଏହି କାଳଜୟୀ କବିଙ୍କ ରଚନା ‘ବନ୍ଦେ ଉତ୍କଳ ଜନନୀ’ ନିକଟରେ ରାଜ୍ୟ ସଙ୍ଗୀତର...

ନଜରରେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର,୨୮।୨(ବ୍ୟୁରୋ): ରାଜ୍ୟରେ ମହାମାରୀ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଆଶଙ୍କାକୁ ନେଇ ପୁଣି କଟକଣା ଜାରି ହୋଇଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ସରଳ ସ୍ବଭାବ, ଅସାଧାରଣ ବ୍ୟକ୍ତିତ୍ୱ

ନବୀନ ପଟ୍ଟନାୟକ ୧୯୪୬ ଅକ୍ଟୋବର ୧୬ରେ କଟକରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ବେଳୁ ସେ ବାହାରେ ରହି ପଢ଼ିଥିଲେ। ପ୍ରଥମେ ଡେହରାଡୁନର ୱେଲହମ୍‌ ବାଳକ ବିଦ୍ୟାଳୟ...

ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର

ଧାମନଗର, ୧୭।୧୨(ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଅଞ୍ଚଳରେ ଜଣେ ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ସୋମବାର ଅପରାହ୍ନରେ ଏକ ବିଦ୍ୟାଳୟ ପଛପଟରେ...

ବଚସା ହେଲା କାଳ: ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

କେସିଙ୍ଗା,୨୬।୭(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ବ୍ରାହ୍ମଣୀ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଜଣେ ଯୁବକ ଟାଙ୍ଗିଆରେ ହାଣି ତାଙ୍କ ସ୍ତ୍ରୀଙ୍କୁ...

ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭...

କରୋନା ପାଇଁ ବନ୍ଦ ହେଲା ‘ରାଜଧାନୀ ପ୍ରତିଷ୍ଠା ଦିବସ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସୋମବାର ରାଜଧାନୀ ପ୍ରତିଷ୍ଠା ଦିବସ। ହେଲେ କରୋନା ଯୋଗୁ ରାଜ୍ୟବାପୀ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଥିବାରୁ ଏହି ଦିବସକୁ ପାଳନ ନ କରିବାକୁ ରାଜଧାନୀ...

ଓଏସ୍‌ସିଏଚ୍‌ସି ନିର୍ଦ୍ଦେଶକ ପଦରୁ କାନନ, ଦିଲୀପଙ୍କ ଇସ୍ତଫା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଓଡ଼ିଶା ରାଜ୍ୟ ସମବାୟ ଗୃହ ନିର୍ମାଣ ନିଗମ(ଓଏସ୍‌ସିଏଚ୍‌ସି) ଲିମିଟେଡ ଭୁବନେଶ୍ୱର ପରିଚାଳନା କମିଟି ନିର୍ଦ୍ଦେଶକ ପଦରୁ କାନନ ବିହାରୀ ପତି ଏବଂ ଦିଲୀପ କୁମାର...

Advertisement


Archives

Model This Week