Posted inଜାତୀୟ

ଶୌଚାଳୟଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

ମୁମ୍ବାଇ, ୨୪।୪: ଅଫିସ୍‌ର ଆକାର ଘର ଶୌଚାଳୟଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟିର। ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଅଫିସ୍‌କୁ ଠାବ କରିଛି ଜିଏସ୍‌ଟି ଡିପାର୍ଟମେଣ୍ଟ। ମାତ୍ର ୩୫ ବର୍ଗଫୁଟ୍‌ର ଏହି କାର୍ଯ୍ୟାଳୟରେ ଚଢ଼ାଉ କରି ଅଧିକାରୀମାନେ ପ୍ରାୟ ୧୦ କୋଟି ନଗତ ଟଙ୍କା ଜବତ କରିଛନ୍ତି। ସୂଚନା ଅନୁସାରେ, ଜିଏସ୍‌ଟି ଡିପାର୍ଟମେଣ୍ଟ ଗତ ୧୬ ତାରିଖରେ ଚାମୁଣ୍ଡା ବୁଲିୟନ ନାମ୍ନୀ ଜଣେ ବ୍ୟକ୍ତିଙ୍କ ସାଉଥ୍‌ ମୁମ୍ବାଇର ଜାଭେରି ବଜାର ଓ ଅନ୍ୟ ସ୍ଥାନରେ ଥିବା ଘର ଏବଂ ଅଫିସ୍‌ରେ ଚଢ଼ାଉ କରିଥିଲେ। ରାଜ୍ୟ ଜିଏସ୍‌ଟି ଡିପାର୍ଟମେଣ୍ଟ ସହ କରିଥିବା ପଞ୍ଜୀକରଣରେ ସେ ଅନେକ କାର୍ଯ୍ୟାଳୟ ଓ ବ୍ୟବସାୟକୁ ଦର୍ଶାଇ ନ ଥିଲେ। ଗତ ୨୦ ତାରିଖରେ ଜିଏସ୍‌ଟି ଡିପାର୍ଟମେଣ୍ଟ ଅଧିକାରୀ ଶୌଚାଳୟଠାରୁ ଛୋଟ ଆକାରର ଉକ୍ତ ଅଫିସ୍‌ରେ ଚଢ଼ାଉବେଳେ ୯.୭୮ କୋଟି ନଗଦ ଟଙ୍କା, ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟର ୧୯ କେ.ଜି. ରୂପା ଇଟା ଏବଂ ଅଫିସ୍‌ କାନ୍ଥରୁ ଅନେକ ମୂଲ୍ୟବାନ୍‌ ସମ୍ପତ୍ତି ଜବତ କରିଛନ୍ତି। ୨୦୧୯-୨୦ରେ କମ୍ପାନୀର ମୋଟ କାରବାର ୨୨.୮୩ ଲକ୍ଷ ଥିବାବେଳେ, ୨୦୨୦-୨୧ରେ ୬୫୨ କୋଟି ଏବଂ ୨୦୨୧-୨୨ରେ ୧,୭୬୪ କୋଟି ଟଙ୍କା ଥିବା ଜିଏସ୍‌ଟି ଟିମ୍‌ ଜାଣିବାକୁ ପାଇଛନ୍ତି। ଜବତ ଟଙ୍କାକୁ ୬ ଘଣ୍ଟା ଧରି ଗଣାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ହେବ ଉପଲବ୍ଧ: ମୋଦି..

ନୂଆଦିଲ୍ଲୀ,୨୧।୬: ଏଣିକି ପୃଥିବୀବ୍ୟାପୀ ଏମ୍‌-ଯୋଗ ଆପ୍‌ ବହୁ ଭାଷାରେ ଉପଲବ୍ଧ ହେବ। ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ...

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କ ଘରେ ସିବିଆଇ ଚଢାଉ

ଯୋଧପୁର,୧୭।୬: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ଭାଇ ଆଗ୍ରାସେନ ଗେହଲୋଟଙ୍କ ଘରେ ଶୁକ୍ରବାର ସିବିଆଇ ଚଢାଉ କରିଛି। ଏହାପୂର୍ବରୁ ଇଡି ଆଗ୍ରାସେନଙ୍କ ଘରେ ଚଢାଉ କରିଥିଲା।...

ଗୁଲଶନ କୁମାର ହତ୍ୟାକାଣ୍ଡ: ଦାଉଦଙ୍କ ସହଯୋଗୀ ରଉଫଙ୍କୁ ଆଜୀବନ କାରାଦଣ୍ଡ

ମୁମ୍ବାଇ,୧।୭: ପୂର୍ବତନ ପ୍ଲେବ୍ୟାକ୍‌ ସିଙ୍ଗର ତଥା ଟି-ସିରିଜ କମ୍ପାନୀର ମାଲିକ ଗୁଲଶନ କୁମାରଙ୍କ ହତ୍ୟାକାଣ୍ଡ ମାମଲା ସହ ଜଡ଼ିତ ଆବେଦନ ଉପରେ ବମ୍ବେ ହାଇକୋର୍ଟ ଶୁଣାଣି...

ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍‌କୁ ଚିନ୍ତାଜନକ...

୧୫ ସରକାରୀ ଦସ୍ତାବିଜ୍‌ ବି ପ୍ରମାଣ କରିପାରିଲାନି ମହିଳାଙ୍କ ଭାରତୀୟ ନାଗରିକତ୍ୱ

ଗୁଆହାଟି,୧୯।୨: ଆସାମର ଜଣେ ୫୦ ବର୍ଷ ବୟସ୍କା ମହିଳା ୧୫ଟି ସରକାରୀ ଦସ୍ତାବିଜ୍‌ ଦାଖଲ କରିବା ପରେ ମଧ୍ୟ ନିଜର ଭାରତୀୟ ନାଗରିକତ୍ୱ ପ୍ରମାଣ କରି...

ହାଇଦ୍ରାବାଦ ଏନ୍‌କାଉଣ୍ଟରରେ ପୋଲିସକୁ ଝଟ୍‌କା: ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟ ପୂର୍ବତନ ବିଚାରପତି

ହାଇଦ୍ରାବାଦ,୧୧।୧୨: ହାଇଦ୍ରାବାଦରେ ଭେଟେରିନାରି ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟାରେ ସାମିଲ ଥିବା ୪ ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର ଘଟଣା। ଏହି ମାମଲାର ଯାଞ୍ଚ କରିବେ ସୁପ୍ରିମକୋର୍ଟର...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଜାରି

ନୂଆଦିଲ୍ଲୀ,୧୮ା୪: ଦ୍ୱିତୀୟ ପର୍ଯ୍ୟାୟରେ ୧୧ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଅନ୍ତର୍ଗତ ୯୫ଟି ଲୋକ ସଭା ନିର୍ବାଚନମଣ୍ଡଳୀରେ ଗୁରୁବାର ମତଦାନ ସକାଳ ୭ଟାଠାରୁ ଆରମ୍ଭ...

ଦୈନିକ ସଂକ୍ରମଣ-ସକ୍ରିୟ ମାମଲା ତଳ ମୁହାଁ…

ନୂଆଦିଲ୍ଲୀ, ୧୧।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି...

Advertisement
Archives

Model This Week