ହଜାରେ ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧,୦୭୦ ଆକ୍ରାନ୍ତ…

ନୂଆଦିଲ୍ଲୀ, ୧୯।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ଏହା ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ସେହିପରି ସକ୍ରିୟ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଛି। ଦୈନିକ ପଜିଟିଭ୍‌ ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।
ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି ବଢ଼ିଛି। ଏହା ହଜାରେ ଟପିଛି। ଗତ ୨୪ ଘଣ୍ଟାରେ ଏହା ୧,୦୭୦ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୮୪୧ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା। ଏହି ସମୟରେ ସକ୍ରିୟ ମାମଲା ୫ ହଜାର ଉପରେ ରହିଛି। ଏହା ୫ ହଜାର ୯୧୫ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୫ ହଜାର ୩୮୯ ଥିଲା। ସେହିପରି ୨୪ ଘଣ୍ଟାରେ ୫୪୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୪୭୬ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୮୦୨ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୯୫ ହଜାର ୪୨୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୫୮ ହଜାର ୭୦୩ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ଶାହଙ୍କ ନୀତି ଯୋଗୁ ବଢୁଛି ବେକାରଙ୍କ ସଂଖ୍ୟା: ରାହୁଲ

ନୂଆଦିଲ୍ଲୀ,୮।୧: ବୁଧବାର ଟ୍ରେଡ୍‌ ୟୁନିୟନ୍‌ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଜନବିରୋଧ ଏବଂ ଆର୍ଥିକ ନୀତି ବିରୋଧରେ ୧୩ ଦଫା ଦାବି ନେଇ ଭାରତ...

କରୋନା କଟକଣା: ନୀରବି ଯାଇଛି ଆରଡ଼ି ପୀଠ, ୩୫୦ ବର୍ଷ ମଧ୍ୟରେ ନ ଥିଲା ଏପରି ପ୍ରତିବନ୍ଧକ

ଆରଡ଼ି,୨୫।୩(ଡି.ଏନ୍‌.ଏ.): ଭଦ୍ରକ ଜିଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଗହଳି ଲାଗିଥାଏ। ହେଲେ କରୋନା ଭାଇରସ୍‌ ପାଇଁ ଶୁକ୍ରବାରଠାରୁ କଟକଣା...

ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଗୋୟଲଙ୍କ ପିଏସ୍‌ ମୃତ

ଶାହଜାହାନ୍‌ପୁର, ୨୦ା୧୦(ପି.ଟି.) : କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ସନ୍ତୋଷ ଗଙ୍ଗ୍‌ଓ୍ବାରଙ୍କ ବ୍ୟକ୍ତିଗତ ସଚିବ ବ୍ରିଜେଶ କୁମାର ତିଓ୍ବାରୀ (୪୪) ସଡ଼କ ଦୁର୍ଘଟଣାରେ ଶନିବାର...

ନିର୍ବାଚନ ନ ଲଢ଼ି ବିଧାୟକ ହୋଇଯାଇଥିଲେ ମୁଲାୟମ; ଜାଣନ୍ତୁ ତାଙ୍କ ରାଜନୀତିର କିଛି ରୋଚକ କଥା…

ଲକ୍ଷ୍ନୌ,୧୯।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଚାଲିଛି। ଏପର୍ଯ୍ୟନ୍ତ ଦୁଇଟି ପର୍ଯ୍ୟାୟ ମତଦାନ ହୋଇଥିବା ବେଳେ ରବିବାର ଅର୍ଥାତ ଫେବୃୟାରୀ ୨୦ରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ...

ପ୍ରବେଶ ପଥ ଜଗିଛନ୍ତି ଗ୍ରାମବାସୀ

ଛେଣ୍ଡିପଦା,୫। ୪(ସ୍ବ.ପ୍ର.)- କରୋନା ସଂକ୍ରମଣରୁ ଗଁ।କୁ ସୁରକ୍ଷା ଦେବାକୁ ଛେଣ୍ଡିପଦା ବ୍ଲକ କଣଲୋଇ ଗ୍ରାମବାସୀ ପ୍ରବେଶ ପଥରେ ଜଗିବସିବା ସହ ସ୍ବଚ୍ଛତା ଓ ସାମାଜିକ ଦୂରତା...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି...

ବିବିସି ଡକ୍ୟୁମେଣ୍ଟାରି: ମୋଦିଙ୍କୁ ସମର୍ଥନ କଲେ ସୁନକ

ଲଣ୍ଡନ/ନୂଆଦିଲ୍ଲୀ,୨୦ ।୧: ଗୁଜରାଟ ଦଙ୍ଗା ଉପରେ ନିର୍ମାଣ କରାଯାଇଥିବା ବିବିସି ଡକ୍ୟୁମେଣ୍ଟାରିର ବିବାଦ ଏବେ ବ୍ରିଟିଶ ସଂସଦରେ ପହଞ୍ଚିଯାଇଛି । ପକିସ୍ତାନର ମୂଳ ବାସିନ୍ଦା ସାଂସଦ...

କାଉଡ଼ି ଯାତ୍ରାକୁ ନେଇ ଚିନ୍ତା ପ୍ରକଟ କଲା ଆଇଏମ୍‌ଏ

ଡେରାଡୁନ,୧୩।୭: ଜୁଲାଇ ୨୫ରୁ ଆରମ୍ଭ ହେବାକୁ ଥିବା କାଉଡି ଯାତ୍ରାକୁ ଅନୁମତି ଦେବା ପାଇଁ ଉତ୍ତରାଖଣ୍ଡ ସରକାର ବିଚାର କରୁଛନ୍ତି। ଇତିମଧ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ...

Advertisement
Archives

Model This Week