ଦୈନିକ ସଂକ୍ରମଣ-ସକ୍ରିୟ ମାମଲାରେ ବ୍ରେକ୍‌…

ନୂଆଦିଲ୍ଲୀ, ୧୯।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍‌ ଭାରିଆଣ୍ଟ୍‌ ଚାଇନାରେ ଦ୍ରୁତ ବେଗରେ ସଂକ୍ରମଣ ହେଉଛି। ଏହା ଭାରତର ଚିନ୍ତା ବଢ଼ାଇବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୬ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ତଳେ ରହିଛି। ଏହା ୧,୯୪୦ ରହିଛି। ଗୋଟିଏ ଦିନ ତଳେ ଏହା ୧,୫୩୭ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୫ ତଳେ ରହିଛି। ଏହା ୪ ରହିଛି। ଗୋଟିଏ ଦିନ ତଳେ ଏହା ୩ ଥିଲା। ଏହି ସମୟରେ ସକ୍ରିୟ ମାମଲା ୨୫ ହଜାର ୯୬୮ ରେ ପହଞ୍ଚିଛି। ଗୋଟିଏ ଦିନତଳେ ଏହା ୨୬ ହଜାର ୪୪୯ ଥିଲା। ସେହିପରି ୨୪ ଘଣ୍ଟାରେ ୨ ହଜାର ୪୧୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧ ହଜାର ୯୧୯ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୨୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୩୪ ହଜାର ୩୭୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୭୯ ହଜାର ୪୮୫ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଭୁଲ୍‌ରେ ଛାତ୍ରଙ୍କୁ ଜୋରଦାର ଚାପୁଡା ମାରିଲେ ଶିକ୍ଷକ: ଆଉ ତା’ପରେ ଘଟିଲା…

ଅହମ୍ମଦାବାଦ,୩୦।୬:ଗୁଜରାଟର ଅହମ୍ମଦାବାଦରୁ ଶିକ୍ଷକ-ଛାତ୍ର ସମ୍ପର୍କକୁ କଳଙ୍କିତ କରୁଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ନିକୋଲ ଅଞ୍ଚଳର ଏକ ସ୍କୁଲରେ ଜଣେ ଶିକ୍ଷକ ବିନା ଭୁଲ୍‌ରେ ଜଣେ…

ସ୍ନାନଯାତ୍ରା ପରେ ଜ୍ୱରରେ ପୀଡି଼ତ ମହାପ୍ରଭୁ; ଅଲାନାଥରେ ଚାଲିଛି ଦର୍ଶନ, ଜମୁଛି ଭକ୍ତଙ୍କ ଭିଡ଼

ପୁରୀ,୩୦।୬: ଆଜିଠୁ ବ୍ରହ୍ମଗିରି ପାଲଟିବ ଦ୍ୱିତୀୟ ଶ୍ରୀକ୍ଷେତ୍ର ।ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ କରିବା ପରେ ଜ୍ବରରେ ପୀଡ଼ିତ ଅଛନ୍ତି କାଳିଆ ଠାକୁର ।…

ଜାତୀୟ ରାଜପଥରୁ ମିଳିଲା ଅଚିହ୍ନା ମୃତଶରୀର: ବଢୁଛି ସନ୍ଦେହ

କେସିଙ୍ଗା,୩୦।୬(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବରଗଡ-ବୋରିଗୁମ୍ମା ୨୬ ନମ୍ବର ଜାତୀୟ ରାଜପଥ ଅମାଠ ଛକଠାରେ ରାସ୍ତା ଉପରେ ଏକ ଅଚିହ୍ନା ମୃତଶରୀର ମଙ୍ଗଳବାର ପଡ଼ିଥିବାର…

Women’s T20 World Cup 2026 Prize Money: ବିଜୟୀ ଟିମ ଉପରେ ହେବ କୋଟି କୋଟି ଟଙ୍କା ବର୍ଷା, ଉପ ବିଜେତାବି ହେବେ ମାଲାମାଲ

ନୂଆଦିଲ୍ଲୀ,୩୦।୬: ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାର ବହୁ ପୂର୍ବରୁ ICC ମହିଳା T20 ବିଶ୍ୱକପ 2026 ପାଇଁ ପୁରସ୍କାର ରାଶି ଘୋଷଣା କରିଥିଲା। ଏହି ସଂସ୍କରଣ ପାଇଁ ମୋଟ…

କ୍ରିକେଟରଙ୍କ ବିରୋଧରେ ଘରୋଇ ସହାୟକଙ୍କୁ ଆକ୍ରମଣ ଅଭିଯୋଗ, ତାଙ୍କ ବାପା-ଡ୍ରାଇଭରଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ

ନୂଆଦିଲ୍ଲୀ,୩୦।୬: ଆଇପିଏଲରେ ଆକ୍ରମଣାତ୍ମକ ବ୍ୟାଟିଂ ପାଇଁ ଜଣାଶୁଣା ଶଶାଙ୍କ ସିଂହ ଏବେ ଏକ ଭିନ୍ନ କାରଣ ପାଇଁ ଖବରର ଶିରୋନାମା ପାଲଟିଛନ୍ତି। ଭୋପାଳରେ ତାଙ୍କ ବିରୋଧରେ ଏକ…

ହୁମ୍ମା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ସାଇକେଲରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ…

ଗଞ୍ଜାମ,୩୦।୬(ଅନାଥ ତରାଇ): ହୁମ୍ମା ଓଭରବ୍ରିଜ୍ ଜାତୀୟ ରାଜପଥରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ,…

ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ:୫ ସ୍ଥାନରେ ଖାନତଲାସି ଜାରି

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକଙ୍କ କାର୍ଯ୍ୟାଳୟର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ…

‘କକ୍ରୋଚ ଜନତା ପାର୍ଟି’କୁ ନେଇ ପ୍ରଥମ ବିବୃତ୍ତି ଜାରି କଲା ଭାଜପା, ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୩୦।୬: ‘କକ୍ରୋଚ ଜନତା ପାର୍ଟି’ (CJP) ସମ୍ପ୍ରତି ଦେଶରେ ଆଲୋଚନାର ବିଷୟ ପାଲଟିଛି। ଅନେକ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ସହ ଜଡିତ ଥିବାରୁ ଏହି ଦଳ ଚର୍ଚ୍ଚାରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri