

ରବି ସହ ଚନ୍ଦ୍ର ଓ ବୁଧ ଚତୁର୍ଥଭାବସ୍ଥ ଯୋଗୁ ପାଖ ପଡ଼ୋଶୀ, ବନ୍ଧୁ ପରିଜନମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବନ୍ଧୁଙ୍କ ସହାନୁଭୂତି କଥାରୁ ଖୁସି ଅନୁଭବ କରିବେ।








ନିଜର ଦୃଢ଼ତା ସାଙ୍ଗକୁ ପରିବାରର ସମର୍ଥନ ଦୃଢ଼ ନିଷ୍ପତ୍ତି ନେବାରେ ସହାୟକ ହେବ। ପରିଜନଙ୍କ ସହିତ ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଜୁଟିପାରେ। ଅଧସ୍ତନ କର୍ମଚାରୀ କିମ୍ବା ସହକର୍ମୀଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।


ମୁଖଭାବସ୍ଥ ମଙ୍ଗଳଜନିତ ଅପ୍ରିୟ ସତ୍ୟ କହି ବିବାଦକୁ ନିମନ୍ତ୍ରଣ କରିପାରନ୍ତି। କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତି ବଳରେ କାର୍ଯ୍ୟ ସାଧନ କରିପାରିବେ। କେତେକ କ୍ଷେତ୍ରରେ ମଧ୍ୟ ହାତପାହାନ୍ତାରେ ସୁଯୋଗ ମିଳିପାରିବ। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ।

