ବାଲି ଟ୍ରକ ଅଟକାଇ ଡକାୟତି ମାମଲା: ବୋମା, ଖଣ୍ଡା ଜବତ; ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟ ଚାନ୍ଦପୁର ଛକ ପତ୍ରଚୁଡି ଗ୍ରାମ ନିକଟରେ ୨ଟି ବାଲି ବୋଝେଇ ଟ୍ରକକୁ ଅଟକାଇବା ସହ ଚାଳକଙ୍କୁ ମାଡ଼ ମାରି ଡକାୟତି ମାମଲାରେ କେ.ନୂଆଗାଁ ଥାନା ପୋଲିସ ବୁଧବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଦ୍ବୟ ହେଲେ କେ.ନୂଆଗାଁ ଥାନା ବଡ଼କେଳାଝରି ଗ୍ରାମରେ ରହୁଥିବା କୁମରଡ଼ା ଗ୍ରାମର ଜିତୁ ଓରଫ ଜିତେନ୍ଦ୍ର ପ୍ରଧାନ ଏବଂ କଳିଙ୍ଗଦଳା ଗ୍ରାମର ଚିନ୍ମୟ ପ୍ରଧାନ। କେସ୍‌ ନଂ.୧୭୫/୨୦ ଅନୁଯାୟୀ ଜାମିନ ଆବେଦନ ଖାରଜ ହୋଇଯିବାରୁ ଉଭୟ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲକୁ ପଠାଇ ଦିଆଯାଇଛି। ସେହିପରି ଏହି ମାମଲାରେ ସମ୍ପୃକ୍ତ ବଡ଼କେଳାଝରୀ ଗ୍ରାମର ଜଣେ ନାବାଳକଙ୍କୁ ବ୍ରହ୍ମପୁରସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବା ପରେ ତାଙ୍କୁ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ଜିତେନ୍ଦ୍ରଙ୍କ ନିକଟରୁ ୨ଟି ବୋମା, ୨ଟି ମୋବାଇଲ ଜବତ କରାଯାଇଥିବା ବେଳେ ଚିନ୍ମୟଙ୍କ ନିକଟରୁ ଡକାୟତି ମାମଲାରେ ବ୍ୟବହୃତ ଟିଭିଏସ ବାଇକ୍‌ ନଂ. ଓଡି ୦୭ ବି ୨୦୨୩, ନଗଦ ୧୨ ଶହ ଟଙ୍କା ଏବଂ ନାବାଳକଙ୍କ ଠାରୁ ଖଣ୍ଡା,୧୬ ଶହ ଟଙ୍କା ଜବତ କରାଯାଇଥିବା ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି।
ସୂଚନାଯୋଗ୍ୟ, ଗତ ୧୬ ତାରିଖ ରାତିରେ ଝାଡ଼ଖଣ୍ଡ ଛତ୍ରା ଜିଲା ଜାହୁରି ଗ୍ରାମର ଗାଡ଼ିଚାଳକ ଦୁର୍ଗେଶ ରାଣା ଏବଂ ତାଙ୍କ ସାଙ୍ଗ ଅନ୍ୟତମ ଗାଡ଼ିଚାଳକ ଛତ୍ରା ଥାନା ଜାରିଆଦୁ ଗ୍ରାମର ବୀରବଲ ସାହୁ ବାଲି ବୋଝେଇ ଟ୍ରକ ନେଇ ବଜ୍ରଗୁମ୍ମା ଗାଁରୁ ଚିକିଟି ଗ୍ରାମ ଅଭିମୁଖେ ଯାଉଥିବା ବେଳେ ପତ୍ରଚୁଡ଼ି ଗ୍ରାମ ନିକଟରେ ୨ଟି ଟ୍ରକକୁ ଅଭିଯୁକ୍ତମାନେ ଜବରଦସ୍ତ ଅଟକାଇ ୨୦ ହଜାର ଟଙ୍କା ମାଗିଥିଲେ। ଆମ ନିକଟରେ ଟଙ୍କା ନାହିଁ କହିବାରୁ ସେମାନେ ଉଭୟଙ୍କୁ ମାଡ଼ ମାରି ୨୮ ଶହ ଟଙ୍କା ଓ ୨ ଟି ମୋବାଇଲ ଛଡ଼ାଇ ଚମ୍ପଟ ମାରିଥିଲେ। ଏନେଇ ଏତଲା ହେବା ପରେ ଅଭିଯୁକ୍ତମାନଙ୍କ ବିରୋଧରେ ମକଦ୍ଦମା ରୁଜୁ କରାଯାଇଥିଲା ବୋଲି ଆଇଆଇସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହବିଷିଆଳିଙ୍କ ପାଇଁ ହେଉଛି ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ ଅଫିସ,୧୧।୯: ପାର୍ବଣ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆଉ ମାସେ ପରେ କାର୍ତ୍ତିକ ମାସ ଆରମ୍ଭ ହେବ। ତେବେ ୨ ବର୍ଷ ପରେ ଚଳିତବର୍ଷ...

ଗାଁରେ ବୁଲୁଛି ଭାଲୁ

ନବରଙ୍ଗପୁର,୨।୪(ବି.ପ୍ର.): ନବରଙ୍ଗପୁର ଜିଲାତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ଦିଗିସଲପା ଗାଁକୁ ତିନୋଟି ଭାଲୁ ପଶି ଆସୁଥିବା ଦେଖିବାକୁ ମିଳିଛି । ଖାଦ୍ୟ ଅନ୍ବେଷଣରେ ଭାଲୁ ଗାଁ ମୁହାଁ...

୯୦ ପ୍ରତିଶତ ଫେରିଲେଣି ଚୁଲିକୁ

ପରିକ୍ଷିତ ସାହୁ ବଇଣ୍ଡା,୪ା୯ – ମାଟି ଚୁଲି ଧୂଆଁ ଯନ୍ତ୍ରଣାରୁ ମୁକ୍ତି ପାଇବେ ଗରିବ ପରିବାରର ମହିଳା। ଶ୍ୱାସଜନିତ ରୋଗରେ ପଡ଼ିବେନି ଏହି ମା’ମାନେ। ଉକ୍ତ...

ଇଞ୍ଜେକ୍ସନ ନେଇ ୨୦ ରୋଗୀ ଗୁରୁତର

ବ୍ରହ୍ମପୁର ଅଫିସ,୩୦ା୭: ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମେଡିସିନ ବିଭାଗର ୟୁନିଟ -୧ ଓ ୟୁନିଟ...

‘ଶହୀଦ ମନୋଜ ଦେଶ ପାଇଁ ଗର୍ବ ଓ ଗୌରବ’

ନିମାପଡ଼ା,୧୫।୨ (ଡି.ଏନ୍‌.ଏ.): ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାର ଲେଥ୍‌ପୋରାରେ ୨୦୧୯ ଫେବୃୟାରୀ ୧୪ରେ ଆତଙ୍କବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିବା ଓଡ଼ିଆ ଯବାନ ମନୋଜ ବେହେରା ଆମ ଦେଶ...

ପୂର୍ବ ନାମାଙ୍କନ ବଳବତ୍ତର

ଛତ୍ରପୁର,୨୪।୩(ଡି.ଏନ.ଏ.): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଏପ୍ରିଲ ୨ ତାରିଖରେ ହେବ ବୋଲି ରାଜ୍ୟ ନିର୍ବାଚନ କମିଶନ ଧାର୍ଯ୍ୟ କରିଛନ୍ତି। ଗତ ୧୨ ତାରିଖରେ ଛତ୍ରପୁର...

ରାୟଗଡ଼ାରେ ଲୋକାର୍ପିତ ହେଲା କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର

ରାୟଗଡ଼ା ଅଫିସ,୧୩ା୪: ରାୟଗଡ଼ା ଜିଲାର ଜେକେପୁର ଠାରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଜିଲାସ୍ତରୀୟ କୋଭିଡ୍‌ ସ୍ବାସ୍ଥ୍ୟକେନ୍ଦ୍ର ଉଦ୍‌ଘାଟିତ ହୋଇଛି। ସ୍ଥାନୀୟ ଇଏସ୍‌ଆଇ ହସ୍ପିଟାଲ୍‌ରେ ଏହି...

୧୬୫୦ କେଜି ଆବର୍ଜନା ସଂଗ୍ରହ କଲେ ଛାତ୍ରୀଛାତ୍ର

ଗୋପାଳପୁର,୧୮ା୧୧-କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ଆନୁକୂଲ୍ୟରେ ଜିଲା ପ୍ରଶାସନ ତରଫରୁ ସ୍ବଚ୍ଛ ନିର୍ମଳ ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଏକ...

Advertisement
Archives

Model This Week