Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୧୮ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ, ପରିବାର, ଯାନବାହନ, ଜମିଜମା ଓ କଳହ ପ୍ରତି ସତର୍କ ରହିବା ଭଲ। ଶିକ୍ଷା, ସନ୍ତାନ, ବନ୍ଧୁ ସମ୍ପର୍କ , ଆଲୋଚନା କ୍ଷେତ୍ର, ସଙ୍ଗଠନ ଓ ରାଜନୀତି ସକାଶେ ପ୍ରାୟତଃ ଅସୁବିଧା ହେବ ନାହିଁ। ଦୂରରେ ଥିବା ବନ୍ଧୁଙ୍କ ଆଗମନ ସୂଚନା। କ୍ରୀଡ଼ା, କଳା, ସାହିତ୍ୟ କ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହେବ ଏବଂ ପ୍ରଶଂସିତ ମଧ୍ୟ ହୋଇପାରନ୍ତି।
ବୃଷ
ବୃଷ
କୌଣସି ନୂତନ କର୍ମାରମ୍ଭ କରିବା ସକାଶେ ମନ ବଳାଇବେ, ଯାହାକି ସମସ୍ୟା ବହୁଳ ହୋଇପାରେ। ମନ ଅନୁଯାୟୀ କାମ ନ ହେବା ଯୋଗୁଁ ବ୍ୟଥିତ ହେବାକୁ ପଡ଼ିପାରେ। ବନ୍ଧୁ ଆପଣଙ୍କୁ ମନଲୋଭା ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବେ। ସନ୍ତାନଙ୍କ ଅନୁପସ୍ଥିତି ଜନିତ ଅଭାବ ଅନୁଭବ କରି ଦୁଃଖ ପ୍ରକାଶ କରିବେ।
ମିଥୁନ
ମିଥୁନ
ଆର୍ଥିକ ସମସ୍ୟା ସମାଧାନ କରିବା ସହ ଯାହା ଚାହୁଁଛନ୍ତି ତାହା ପାଇପାରିବେ। ଆଲୋଚନା ପରିସରରେ ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ପରିବାର ଭିତରେ ଝଡ଼ ଉଠିପାରେ। ପଡ଼ୋଶୀଙ୍କ ସହାୟତାରେ ବନ୍ଧୁଙ୍କ ସହ ପୂର୍ବରୁ ଥିବା ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯତ୍ନ କରିବେ।
କର୍କଟ
କର୍କଟ
ରବିଙ୍କ ଦୁର୍ବଳତା କାରଣରୁ ଅର୍ଥ ଅଭାବରୁ କାମଟି ସମ୍ପୂର୍ଣ୍ଣ ହେବ ନାହିଁ। ପାରିପାର୍ଶ୍ୱିକ କ୍ଷେତ୍ରରୁ ସାହାଯ୍ୟ ଓ ସହଯୋଗ ନ ଥିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। କର୍ମକ୍ଷେତ୍ରରେ ପୂର୍ବରୁ ଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହୋଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରିତ ରହିବା ସହ ବ୍ୟବସାୟିକ ସ୍ଥିତି ସନ୍ତୋଷଜନକ ରହିବା ଆଶା ରହିଛି।
ସି˚ହ
ସି˚ହ
ସାମୟିକ ପାରିବାରିକ ଅସ୍ଥିରତା ଓ କର୍ମକ୍ଷେତ୍ରର ଶିଥିଳତା କାମ ହାସଲରେ ପ୍ରତିବନ୍ଧକ ସାଜିବ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ସାମୟିକ ମନ ଦୁଃଖ ହୋଇପାରେ। ଦୂରଯାତ୍ରା କରିବାକୁ ପଡ଼ିପାରେ। ଜମିଜମା, ଯାନବାହାନ, ପ୍ରେସ୍‌, ପବ୍ଲିକେଶନ, ଅନୁସନ୍ଧାନାଦି କାମରେ ସଫଳତା ଅର୍ଜନ କରିବେ।
କନ୍ୟା
କର୍ମାରମ୍ଭରେ ସମସ୍ୟାର ସମ୍ମୁଖୀନ ହୋଇ ହଡ଼ବଡ଼େଇ ଯାଇ ପାରନ୍ତି, କିନ୍ତୁ ପରିଶେଷରେ ସଫଳତା ନିଶ୍ଚିତ ପାଇବେ। ପୁରାତନ ଗାଡ଼ି, ଯାନ୍ତ୍ରିକ ସମସ୍ୟା, ପୁରୁଣା ଘର ମରାମତି କରିବା ପାଇଁ ମନସ୍ଥ କରିପାରନ୍ତି। ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ। ବନ୍ଧୁଙ୍କ ସମ୍ପର୍କ ହାନି ଯୋଗୁଁ ବିରସ ମନରେ ରହିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ପ୍ରତିଦାନ ପାଇବାର କୌଣସି ଆଶା ନ ରଖି କର୍ତ୍ତବ୍ୟ ଦୃଷ୍ଟିକୋଣରୁ କାମ କରିବାକୁ ବାଧ୍ୟ ହେବେ। ବିଭିନ୍ନ କର୍ମ ଜଞ୍ଜାଳ ଚାପରେ ଅତିଷ୍ଠ ହୋଇ ଘରର ଆବଶ୍ୟକତା ପ୍ରତି ଅବହେଳା କରିପାରନ୍ତି। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ତଥା ନିଜ ପରିସରରେ ପ୍ରତିଷ୍ଠିତ ହେବେ। ବିବାଦୀୟ ସ୍ଥିତି କ୍ରମଶଃ ଦୂରେଇଯିବାରୁ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ଶତ୍ରୁତା କଲେ କ୍ଷତିରେ ପଡ଼ିବେ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ, ମାତ୍ର ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ମନରେ ଭୟ ଓ ଆଶଙ୍କା ଥିଲେ ମଧ୍ୟ ଦୃଢ଼ତା ଓ ମୁହଁଟାଣ ହେତୁ ବହୁ ବିପଦରୁ ରକ୍ଷାପାଇବେ। ନିଜ ଭାବନା ଅନୁଯାୟୀ ସଫଳତା ପାଇବାରେ କୌଣସି ଅସୁବିଧା ହେବ ନାହିଁ।
ଧନୁ
ଧନୁ
ଔଦ୍ଧତ୍ୟ କାରଣରୁ ଅନ୍ୟମାନଙ୍କ ସହ ବୁଝାମଣା ଠିକ୍‌ ରହି ନ ପାରେ। ସ୍ବାର୍ଥସାଧନ ପରିପ୍ରେକ୍ଷୀରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ନତୁବା ଅପଦସ୍ଥ ହେବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଭଲ ନ ରହିବାରୁ ଦୁଃଖ ଅନୁଭବ କରିପାରନ୍ତି।
ମକର
ମକର
ଅସୁବିଧା ନ ହେଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ଉତ୍ତମ ବୁଝାମଣା ସାଙ୍ଗକୁ ପାରସ୍ପରିକ ସହାନୁଭୂତି ଯୋଗୁ ପାରିବାରିିକ ଜୀବନ ସୁଖ ସନ୍ତୋଷରେ କଟିବ। ରାଜନୀତି, ମାଲି ମକଦ୍ଦମା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ।
କୁମ୍ଭ
କୁମ୍ଭ
କେତେକ କ୍ଷେତ୍ରରେ ନିଜ ଲୋକଙ୍କ ଦ୍ୱାରା ଅପଯଶ ପାଇପାରନ୍ତି ା ସତର୍କରେ ନ ଚଳିଲେ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସାମ୍‌ନା କରିବାକୁ ପଡ଼ିପାରେ। ପରିବାରରେ ସାଧାରଣ କଥାରେ ପାଟିତୁଣ୍ଡ ହୋଇ କଳହର ସମ୍ମୁଖୀନ ହେବାର ସୂଚନା ରହିଛି। ଆଲୋଚନା, ସାହିତ୍ୟ, ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
ମୀନମୀନ
ଅର୍ଥନୈତିକ ଅବରୋଧ ହଟିଯିବ ଏବଂ ଆପଣଙ୍କ ଅଭିଳାଷ ଅନୁଯାୟୀ ପ୍ରାପ୍ୟ ଅବଶ୍ୟ ପାଇବେ। ଗଲା କଥାକୁ ମନରୁ ପୋଛିଦେଇ ଆଗାମୀ ଦିନର କାମ ସକାଶେ ଚିନ୍ତା କରିବା ଭଲ ହେବ। ପରିବହନ, ଶେୟାର୍‌ ବଜାର କ୍ଷେତ୍ରରୁ ସୁଫଳ ମିଳିବା ସହ ଯାନ୍ତ୍ରିକ ଜିନିଷ କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?