Posted inRasifala

ରାଶିଫଳ: ସୋମବାର, ଅକ୍ଟୋବର ୧୯ ତାରିଖ – Daily Horoscope

ମେଷ
ଅର୍ଥନୈତିକ ଉତ୍କର୍ଷତା ସାଙ୍ଗକୁ କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ପ୍ରଶଂସାରୁ ଉତ୍‌ଫୁଲ୍ଲିତ ହୋଇପାରନ୍ତି। ଏମିତି କେତେକ କାମ ରହିଛି, ଯାହାକି ମନ ଚାହୁଁଥିଲେ ମଧ୍ୟ ଆପଣ ସମ୍ପନ୍ନ କରିବାକୁ ଅସମର୍ଥ ହୋଇପଡ଼ିବେ। ପାରିବାରିକ ସୌଖ୍ୟ ସାଙ୍ଗକୁ ପୁତ୍ରକନ୍ୟାଙ୍କ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ବୃଷ
ବୃଷ
ବନ୍ଧୁମାନେ ସାମୟିକ ସହଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। କିନ୍ତୁ ପରିବାରରେ ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କ ଭଲ ରହି ନପାରେ। ଆଜିର ଯାତ୍ରା ପ୍ରଶାସନ, ଆଇନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି; ମାତ୍ର ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି।
ମିଥୁନ
ମିଥୁନ
ପଡ଼ୋଶୀଙ୍କ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ସାହାଯ୍ୟ କରିବ। ବନ୍ଧୁଙ୍କ ଦ୍ୱାରା ଆହୂତ ହୋଇ ପରିଭ୍ରମଣ, ନୂତନ ସ୍ଥାନ ପରିଦର୍ଶନ ଓ ସତ୍‌ସଙ୍ଗ ସୁଯୋଗ ପାଇବେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିଶେଷ ଭଲ ରହିନପାରେ।
କର୍କଟ
କର୍କଟ
ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଯୋଗୁଁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରି ସାମୟିକ ଆମତ୍ତୃପ୍ତି ଅନୁଭବ କରିବେ। ଆର୍ଥିକ ଅନଟନ ସାଙ୍ଗକୁ ପାରିବାରକ ଅସ୍ଥିରତା ସାମୟିକ ମାନସିକ ଅସ୍ଥିରତା ସୃଷ୍ଟି କରିବ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ସି˚ହ
ସି˚ହ
ଆଜି ପରିବାର, କର୍ମକ୍ଷେତ୍ର, ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ କ୍ଷେତ୍ର ଉତ୍ତମ ରହିବ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିପାରେ। ଯେଉଁ ଜିନିଷ ପାଇଁ ଚିନ୍ତା କରୁଥିଲେ, ଆଜି ତାହା ବିଳମ୍ବରେ ପାଇବେ। ସାହିତ୍ୟ, ରାଜନୀତି, ଜମିଜମା ତଥା ଗଠନମୂଳକ କାର୍ଯ୍ୟରେ ଉଚ୍ଚ ପ୍ରଶଂସିତ ହୋଇପାରନ୍ତି।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବେ। ସାମାଜିକ ପ୍ରତିଷ୍ଠା ମଧ୍ୟ ଅକ୍ଷୁଣ୍ଣ ରହିବ। ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥ ସଂଗ୍ରହର ପ୍ରଚେଷ୍ଟା କରିପାରନ୍ତି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ମନ୍ଦ ଉଦ୍ଦେଶ୍ୟ ନେଇ ନାନାଦି କଥା କହିପାରନ୍ତି।
ତୁଳା
ତୁଳା
ଶାରୀରିକ ଅସୁସ୍ଥତା ସାଙ୍ଗକୁ କର୍ମକ୍ଷେତ୍ରରେ ସମସ୍ୟା ଜନିତ ମାନସିକ ସ୍ଥିତି ଭଲ ରହିବ ନାହିଁ। ନିଜ ଲୋକ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯିବାର ସମ୍ଭାବନା ରହଛି। ଆନୁଷ୍ଠାନିକ କାମରେ ନିମନ୍ତ୍ରିତ ହୋଇ ଉଚ୍ଚ ସମ୍ମାନ ସହ ସମ୍ବର୍ଦ୍ଧିତ ହୋଇପାରନ୍ତି।
ବିଛା
ବିଛା
ଆଜି ଆପଣ ଯାହା କରନ୍ତୁନା କାହିଁକି, ଆପଣଙ୍କର କୌଣସି ଅସୁବିଧା ହେବନାହିଁ। ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଅଫିସରେ ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ପ୍ରଶଂସିତ ହେବେ। ଦୀର୍ଘଦିନରୁ ଚାଲିଥିବା ମକଦ୍ଦମା ଫଇସଲା ହେବାର ସମ୍ଭାବନା ରହିଛି।
ଧନୁ
ଧନୁ
ସାମାଜିକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କଲେ ହଇରାଣରେ ପଡ଼ିପାରନ୍ତି। ସନ୍ତାନମାନଙ୍କ ବୈବାହିକ କର୍ମ ସମ୍ପାଦନ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କରିପାରନ୍ତି। ଉତ୍ତେଜନାପୂର୍ଣ୍ଣ ମାନସିକ ସ୍ଥିତିଜନିତ କୌଣସି ସମସ୍ୟା ମନକୁ ବାରମ୍ବାର ଆନ୍ଦୋଳିତ ହୋଇପାରେ।
ମକର
ମକର
ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ଅସ୍ଥିରତା ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତା କାରଣରୁ ବୈଷୟିକ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ ଶିଳ୍ପ, ବାଣିଜ୍ୟରେ ସମସ୍ୟା ଦୂରେଇ ଯିବାର ସମ୍ଭାବନା ରହିଛି। କେତେକ କ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ସମୟର ମାଙ୍ଗଳିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ। କଳା, ସାହିତ୍ୟ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଲାଗି ରହିପାରେ। ପ୍ଲଟିଂ କାରବାର, ପ୍ରକାଶନ, ପ୍ରଶାସନ ଓ ଆନୁଷ୍ଠାନିକ କାମରେ ସମସ୍ୟାର ସମାଧାନ କରିପାରିବେ।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ବିରକ୍ତିଭାବ ସୃଷ୍ଟି ହେବାର ଆଶଙ୍କା ରହିଛି। ଆଜି ଆପଣ କୌଣସି ଗୋଟିଏ ସ୍ଥାନରେ ଦୀର୍ଘ ସମୟ ରହିବା କଷ୍ଟପ୍ରଦ ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା ବଢ଼ିବା ସହିତ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?