Posted inRasifala

ରାଶିଫଳ: ସୋମବାର, ଜୁଲାଇ ୬ ତାରିଖ – Daily Horoscope

ମେଷ
କର୍ମଭାବରେ ଶନି ସହ ଚନ୍ଦ୍ର ଯୋଗରୁ କର୍ମକ୍ଷେତ୍ର ପ୍ରଶସ୍ତ ରହିବ । ବନ୍ଧୁମାନଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ଓ ଭୋଗ ବିଳାସ ସମ୍ପର୍କିତ ଦ୍ରବ୍ୟମାନଙ୍କ ପ୍ରତି ଆଗ୍ରହୀ ହେବେ । ଗୃହ ମରାମତି, ଭୂମିକ୍ରୟ, ଗାଡିମୋଟର କିଣାବିକା କ୍ଷେତ୍ରରେ ସମସ୍ୟା ଉପୁଜିପାରେ ।
ବୃଷ
ବୃଷ
ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟ ଓ ସହଯୋଗ ପାଇ କାମଗୁଡିକ ସହଜରେ ସମ୍ପନ୍ନ କରିପାରିବେ । ଅସାବଧାନତାବଶତଃ ଘରେ କୌଣସି ମୂଲ୍ୟବାନ ଦ୍ରବ୍ୟ ନଷ୍ଟ ହେବାରୁ ଲଘୁକ୍ରୋଧ ପ୍ରକାଶ କରିପାରନ୍ତି । କୌଣସି ଦୂରାଗତ ବନ୍ଧୁଙ୍କ ସହ ଦେଖାହୋଇ କିଛି ସମୟ ଅଟକି ରହିଯାଇପାରନ୍ତି ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ଶୁଭତ୍ୱରୁ ଅଟକି ରହିଥିବା କାମକୁ ଆଜି ପୂର୍ଣ୍ଣାଙ୍ଗ କରିବା ପାଇଁ ଚେଷ୍ଟା କରି ସଫଳତା ଅର୍ଜନ କରିବେ । ପରିବାର ଭିତରେ ଛୋଟ ଛୋଟ କଥାକୁ କେନ୍ଦ୍ରକରି ତର୍କ ବିତର୍କର ଆଶଙ୍କା ରହିଛି । କର୍ମକ୍ଷେତ୍ରରେ ନୂତନ ବନ୍ଧୁ ସମ୍ପର୍କ ଯୋଡିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ ।
କର୍କଟ
କର୍କଟ
ମଙ୍ଗଳଗ୍ରହ ଭାଗ୍ୟସ୍ଥ ହେତୁ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇବ ଓ ଅସମ୍ଭବ ମନେହେଉଥିବା କାମକୁ ସମ୍ଭବ କରିପାରିବେ ।ଗୃହୋପଯୋଗୀ ଜମିଜମା କିମ୍ବା ଯାନ୍ତ୍ରିକ ଉପକରଣ, ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି । ଶିଳ୍ପ,ବାଣିଜ୍ୟ,ବ୍ୟବସାୟ, ପରିବହନ, ସଭାସମିତି, ଆଇନ ଅଦାଲତ କ୍ଷେତ୍ରରୁ ସୁଫଳ ମିଳିବ ।
ସି˚ହ
ସି˚ହ
ଦୁଃସ୍ଥାନସ୍ଥ ଚନ୍ଦ୍ରଙ୍କ ଯୋଗୁ କିଛି ଦ୍ୱନ୍ଦ୍ୱାମତ୍କ ଖବର ମନକୁ ଅସ୍ଥିର କରିଦେଇପାରେ । ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନମାନେ ପରୋକ୍ଷ ଭାବେ କଡା ସମାଲୋଚନା କରିପାରନ୍ତି । ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ସତର୍କ ନ ରହିଲେ ଜିନିଷ ହଜିଯାଇପାରେ ।
କନ୍ୟା
ମଙ୍ଗଳଙ୍କ ଦୃଷ୍ଟି ତୃତୀୟ ଅଷ୍ଟମାଧିପତି ଯୋଗୁଁ ଅମଙ୍ଗଳକାରକଜନିତ କଳହର ଆଶଙ୍କା ରହିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କଥାକୁ ସହଜ ଓ ସରଳ ଭାବରେ ଗ୍ରହଣ କରିପାରିବେ ନାହିଁ । ପରିବାର ସଦସ୍ୟଙ୍କର ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ମଧ୍ୟରେ ସ୍ବଚ୍ଛତାର ଅଭାବ ପରିଲକ୍ଷିତ ହେବ ।
ତୁଳା
ତୁଳା
ଶୁକ୍ର ଓ ମଙ୍ଗଳଙ୍କ ଷଡାଷ୍ଟକସ୍ଥିତି କାରଣରୁ ସବୁଥାଇ ମଧ୍ୟ ନ ଥିଲା ଭଳି ଅନୁଭବ କରିବେ । ଅତୀତ ଘଟଣା ମନକୁ ବାରମ୍ବାର ଆଲୋଡିତ କରି ମନ ଅଶାନ୍ତ ହୋଇପାରେ । ସାଧାରଣ କଥାକୁ କେନ୍ଦ୍ର କରି ମଧ୍ୟାହ୍ନରେ ଅଫିସ୍‌ କାମରେ ଯୁକ୍ତିତର୍କର ଆଶଙ୍କା ରହିଛି । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟରେ ଅବଶ୍ୟ ଲାଭବାନ୍‌ ହେବେ ।
ବିଛା
ବିଛା
ବ୍ୟୟାଧିପଙ୍କ ଦୃଷ୍ଟିପ୍ରଭାବରେ ଆଜି ପ୍ରତ୍ୟେକ କାମ ବ୍ୟୟ ବହୁଳ ହେବ କିନ୍ତୁ ସଫଳତା ପାଇବେ । କିନ୍ତୁ ପ୍ରଶାସନ, ପ୍ରକାଶନ, ପରିବହନ, ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ । କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିପାରନ୍ତି ।
ଧନୁ
ଧନୁ
ପାପଗ୍ରହଯୁକ୍ତ ବୃହସ୍ପତିଙ୍କ ଯୋଗୁଁ ସାଧାରଣ ଭୁଲ୍‌ରୁ ପରିବାରରେ ଅଶାନ୍ତର ବାତାବରଣ ସୃଷ୍ଟି ହୋଇପାରେ । ଖର୍ଚ୍ଚଭାର ବୃଦ୍ଧି ପାଇବାକୁ ଥିବା ବିଷୟ ଆପଣଙ୍କ ସକାଶେ ଚିନ୍ତାର କାରଣ ହେବ । ବନ୍ଧୁଙ୍କ ସଦ୍‌ଭାବ ଓ ସହକର୍ମୀମାନଙ୍କ ସହଯୋଗ କର୍ମକ୍ଷେତ୍ରକୁ ତ୍ୱରାନ୍ବିତ କରିବ । ନିଜ ଲୋକମାନଙ୍କୁ ସନ୍ଦେହ କରିପାରନ୍ତି ।
ମକର
ମକର

ଆର୍ଥିକ ଅଭାବ ଓ ଅନଟନ କାମକୁ କିଛି ମାତ୍ରାରେ ସଂକୁଚିତ କରି ଦେଇପାରେ । ତଥାପି ଆକସ୍ମିକ ଭାବରେ ବନ୍ଧୁଙ୍କ ସାହାଯ୍ୟ ଲାଭ କରି ସାମୟିକ ଆଶ୍ୱସ୍ତି ଲାଭ କରିବେ । ଶିକ୍ଷା, ପରୀକ୍ଷା, ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟ, ଗବେଷଣା, ପ୍ରଶାସନିକ ସ୍ତରରେ ଉନ୍ନତି ଘଟିବ । ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ଚିନ୍ତିତ ରହିପାରନ୍ତି ।

କୁମ୍ଭ
କୁମ୍ଭ
ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କେତେକ କାମ ହାସଲ କରିବେ । ସାମୟିକ ଭାବପ୍ରବଣତାରେ ହଜି ନ ଯାଇ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଚେଷ୍ଟାକଲେ ଉପକାର ମିଳିବ । ଆଜିର ପ୍ରତ୍ୟୁଷ ଯାତ୍ରା, ନିର୍ମାଣ, ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନ ସକାଶେ ଦିନଟି ଭଲ । କୌଣସି ଚୁକ୍ତିପତ୍ର ପାଇଁ ଟଣାଓଟରା ଲାଗିପାରେ ।
ମୀନମୀନ

ଦୀର୍ଘଦିନରୁ ମନରେ ବସା ବାନ୍ଧିଥିବା ନୂତନ ଯୋଜନା କରିବା ସକାଶେ ମନ ବଳାଇବେ । ଯାତ୍ରାରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ପରେ ଅନୁତାପ କରିବାକୁ ପଡିପାରେ । ଶନିଯୁକ୍ତ ଚନ୍ଦ୍ରଜନିତ ଯେତେ ଭଲ କାମ କଲେ ମଧ୍ୟ ପରିବାରରେ ଅନ୍ୟମାନେ ଦୋଷ ଖୋଜି ବୁଲିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଅକ୍ଟୋବର ୮ ତାରିଖ – Daily Horoscope

ମେଷ ଆଜି ଜମିଜମା କାରବାରକୁ ନେଇ ମତାନ୍ତର ଉପୁଜିବ। ବନ୍ଧୁ ଏବଂ ପରିଜନଙ୍କ ସହିତ ପ୍ରତ୍ୟୁଷ ଯାତ୍ରା ମନକୁ ଆନନ୍ଦ ପ୍ରଦାନ କରିପାରେ। କୃତ୍ତିକା ନକ୍ଷତ୍ରର ମନରେ…

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ ଆଜିର ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ଯୋଗୁ ମାନସିକ ଅସ୍ଥିରତା ଭିତରେ ଦିନଟି କଟିବ। ଶିଳ୍ପ, ବାଣିଜ୍ୟ, ପରିବହନ ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି…

ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

ମେଷ ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?