Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ

ଆଜି ଯେମିତି ଚାହୁଁଛନ୍ତି ଠିକ୍‌ ସେମିତି ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ଆକସ୍ମିକ ଭାବରେ ବନ୍ଧୁଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବାର ଆଶଙ୍କା ରହିଛି । କେତେକ ଘଟଣା ମନକୁ ଅଶାନ୍ତ ରଖିପାରେ ।

ବୃଷ
ବୃଷ
ପ୍ରତ୍ୟେକ କ୍ଷେତ୍ରରେ ନିଜର ଲୋକମାନେ ମଧ୍ୟ କ୍ରମଶଃ ଦୂରେଇ ଯାଉଥିବାର ଲକ୍ଷ୍ୟ କରିବେ । ନିକଟ ଅତୀତର ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି, ବାସ୍ତବରେ ସେପରି କିଛି ହେବନି । ସଭାସମିତି, ସଂଗଠନ, ରାଜନୀତି, ପ୍ରଶାସନ, ଆଲୋଚନା କ୍ଷେତ୍ରରୁ ପ୍ରଶଂସିତ ହେବେ ।
ମିଥୁନ
ମିଥୁନ
କାମ ହାସଲ କରିବା କ୍ଷେତ୍ରରେ ନିଜର ଲୋକ ମାନେ ପ୍ରତିବନ୍ଧକ ସୃଷ୍ଟି କରିପାରନ୍ତି । ବନ୍ଧୁଙ୍କଠାରୁ ହାତ ଉଧାରି ଟଙ୍କା ଆଣି ଆବଶ୍ୟକତାକୁ ପୂରଣ କରିବାରେ ଯନତ୍ବାନ୍‌ ହେବେ । ପଡୋଶୀ କେହି ପ୍ରତିବାଦର ସ୍ବର ଉତ୍ତୋଳନ କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ସପକ୍ଷରେ ମତ ଦେଇପାରନ୍ତି ।
କର୍କଟ
କର୍କଟ
ଆଜିର ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ । ଯାନବାହନ, ଧାତୁ ଅଳଙ୍କାର, ଯାନ୍ତ୍ରିକ ଜିନିଷ, ବ୍ୟବସାୟରେ ଆଶାନୁରୂପ ସଫଳତା ପାଇବେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ ।
ସି˚ହ
ସି˚ହ
ବାଧ୍ୟବାଧକତାରେ ଅଧିକାଂଶ ସମୟ ବାହାରେ ରହିବା କାରଣରୁ ମନ ଭଲ ରହି ନ ପାରେ । କାମ ଗୁଡିକ ସବୁ ବହୁତ ବିଳମ୍ବରେ ହେଉଥିବାରୁ ଉଦ୍‌ବେଗ ପ୍ରକାଶ କରିବେ । କାର୍ଯ୍ୟବ୍ୟସ୍ତ ଯୋଗୁ ମଜା ମଉଜ କରିବାକୁ ଅବସର ପାଇବେ ନାହିଁ । ପରିସ୍ଥିତିବଶତଃ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ ।
କନ୍ୟା
ସାମାଜିକ ସ୍ତରରେ କିମ୍ବା କର୍ମକ୍ଷେତ୍ରରେ ଉଚିତ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । ନିକଟ ସମ୍ପର୍କୀୟମାନଙ୍କର ଭଲ କରିବାକୁ ଯାଇ ନିଜକୁ ବହୁତ କଷ୍ଟ ସ୍ବୀକାର କରିବାକୁ ପଡିପାରେ । ଅସାବଧାନତା ଯୋଗୁ ଦ୍ରବ୍ୟ ନଷ୍ଟ କିମ୍ବା ଧନ ହାନି ଘଟିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି ।
ତୁଳା
ତୁଳା
ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ବଢି ଚାଲିବା ହେତୁ ମନ ଓ କାମ ଶୃଙ୍ଖଳିତ ରହି ପାରିବ ନାହିଁ । ଆଜିର ଫେରନ୍ତା ବାଟରୁ ଆପଣ କହିଥିବା ଜିନିଷଟି ଧରି ବନ୍ଧୁ ନିଶ୍ଚୟ ଆସିବେ । କରୁଥିବା ବ୍ୟବସାୟରେ ବିଶେଷ ଲାଭ ନ ହେଲେ ସୁଦ୍ଧା କ୍ଷତିର ସମ୍ଭାବନା ପ୍ରାୟତଃ ନାହିଁ କହିଲେ ଚଳେ ।
ବିଛା
ବିଛା
ଆଜି ଯେଉଁ କାମ ହାତକୁ ନେବେ ଅବଶ୍ୟ ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ହେବ ନାହିଁ । ସମସ୍ୟାର ଯଥାବିଧି ସମାଧାନ ପାଇଁ ତପତ୍ରତା ପ୍ରକାଶ କରିପାରିଲେ ସଫଳତା ଅବଶ୍ୟ ମିଳିବ । ଆକସ୍ମିକ ଭାବରେ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ ।
ଧନୁ
ଧନୁ
ପୂର୍ବସ୍ଥିରୀକୃତ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇ କାମ ହାସଲ କରିପାରିବେ । ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି, ଅବଶ୍ୟ ଅସୁବିଧା ହେବନାହିଁ । ଦୀର୍ଘ ପଥ ଭ୍ରମଣ ସ୍ବାସ୍ଥ୍ୟ ସକାଶେ ବାଧକ ସାଜିପାରେ, କିନ୍ତୁ ସତର୍କତା ଅବଲମ୍ବନୀୟ ।
ମକର
ମକର

ଅନ୍ୟର ମନ ଅନୁଯାୟୀ କାମ କରିପାରିଲେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢାଇବାର ଆଶଙ୍କା ରହିଛି । ଭୁଲ୍‌ ବୁଝାମଣା ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିବ । ବିଭିନ୍ନ ପ୍ରକାରର କଥାକୁ ନେଇ ଟେନ୍‌ସନ ଭିତରେ ଗତି କରିବେ ।

କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହମତି ସ୍ଥଗିତ ଯୋଜନାକୁ ତ୍ୱରାନ୍ବିତ କରିବାରେ ସାହାଯ୍ୟ କରିବ । ଯାହା ଖୋଜୁଛନ୍ତି ତାହା ପ୍ରତିବେଶୀଙ୍କ ସାହାଯ୍ୟ ଓ ସହଯୋଗରୁ ଉପକୃତ ହେବେ । ଗୋପନୀୟ କଥା ପ୍ରଘଟ ହେବା କାରଣରୁ ବିଶେଷ ଚିନ୍ତାକୂଳ ହୋଇପାରନ୍ତି । ଭ୍ରମଣ ରାଜନୀତି, ପ୍ରଶାସନ ତଥା ବ୍ୟବସାୟ ପାଇଁ ଦିନଟି ବହୁତ ଭଲ ।
ମୀନମୀନ

କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ସାମାଜିକ କ୍ଷେତ୍ର, ବ୍ୟବସାୟିକ ସ୍ଥିତି, ଗବେଷଣା, ଆଲୋଚନା, ସେବାସଂସ୍ଥା, ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ । ପ୍ରବାସରେ ରହୁଥିବା ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ବିଭିନ୍ନ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଆପଣ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ପରିବାର ସକାଶେ ଅଳ୍ପ ଖର୍ଚ୍ଚରେ ଆବଶ୍ୟକତା ଚଳାଇ ନେବାକୁ ଚିନ୍ତା...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ନୂତନ କର୍ମାରମ୍ଭ ପ୍ରୀତିପଦ ହେବାରୁ ମାନସିକ ସ୍ତରରେ ବହୁତ ଖୁସୀ ରହିବେ। ରାଜନୀତିରେ କିମ୍ବା ସାମାଜିକ ସ୍ତରରେ ବହୁତ ଲୋକଙ୍କ ଠାରୁ ଆଦର ସମ୍ମାନ...

ରାଶିଫଳ: ଶନିବାର , ଫେବୃୟାରୀ ୨୯ ତାରିଖ – Daily Horoscope

ମେଷ କର୍ମାଦରପ ସ୍ବଗୃହୀ ଯୋଗୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ ହୋଇପାରିବା ଯୋଗୁ ମନ ପ୍ରଫୁଲ୍ଲିତ ରହିବ । ପୂର୍ବ ଯୋଜନା ଅନୁଯାୟୀ...

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍‌ଭାବ ପାଇବେ। ମଧ୍ୟାହ୍ନରେ ବନ୍ଧୁମାନଙ୍କ ସହଯୋଗରେ...

ରାଶିଫଳ: ଶୁକ୍ରବାର, ଫେବ୍ରୁଆରି ୧୪ ତାରିଖ – Daily Horoscope

ମେଷ ଆଜି ସପ୍ତମ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା...

ରାଶିଫଳ: ଶୁକ୍ରବାର , ଡିସେମ୍ବର ୨ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ।...

ରାଶିଫଳ: ମଙ୍ଗଳବାର, ଜାନୁୟାରୀ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପ୍ରଚେଷ୍ଟା ଫଳବତୀ ହେବା କଷ୍ଟକର ହୋଇପାରେ। ପାରିବାରିକ ଓ ସାମାଜିକ ସ୍ତରରେ ପ୍ରାଧାନ୍ୟ ବୃଦ୍ଧି ପାଇବ। ଗୃହ ସମସ୍ୟା ସମାଧାନ ସଙ୍ଗକୁ ଆନୁଷ୍ଠାନିକ...

ରାଶିଫଳ: ଶନିବାର, ଜୁନ ୨୨ ତାରିଖ – Daily Horoscope

ମେଷ ପାରିବାରିକ ସଦ୍‌ଭାବ ଓ ନିକଟ ସମ୍ପର୍କୀୟ ମାନଙ୍କ ସ୍ନେହ,ଶ୍ରଦ୍ଧା ଓ ଆଦର ପାଇ ଖୁସୀ ରହିବେ । ଆଜକୁ କେତେଦିନ ହେଲା ଯାହା ଭାବୁତ୍ଥିଲେ...

Advertisement
Archives

Model This Week