
ଆଜି ଯେମିତି ଚାହୁଁଛନ୍ତି ଠିକ୍ ସେମିତି ପାଇବାରେ କୌଣସି ଅସୁବିଧା ହେବ ନାହିଁ । ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ । ଆକସ୍ମିକ ଭାବରେ ବନ୍ଧୁଙ୍କ ମନୋଭାବ ବଦଳିଯିବା କାରଣରୁ ପରିସ୍ଥିତି ମଧ୍ୟ ବଦଳି ଯିବାର ଆଶଙ୍କା ରହିଛି । କେତେକ ଘଟଣା ମନକୁ ଅଶାନ୍ତ ରଖିପାରେ ।









ଅନ୍ୟର ମନ ଅନୁଯାୟୀ କାମ କରିପାରିଲେ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ଯାତ୍ରା ସମୟରେ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ବଢାଇବାର ଆଶଙ୍କା ରହିଛି । ଭୁଲ୍ ବୁଝାମଣା ବୃଥା ସନ୍ଦେହଜନିତ ପାରିବାରିକ କ୍ଷେତ୍ର ଅସନ୍ତୁଳିତ ରହିବ । ବିଭିନ୍ନ ପ୍ରକାରର କଥାକୁ ନେଇ ଟେନ୍ସନ ଭିତରେ ଗତି କରିବେ ।


କର୍ମକ୍ଷେତ୍ରରେ ଆଳସ୍ୟ ଓ ଅବହେଳାଜନିତ ଅଟକି ରହିଥିବା କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି । ସାମାଜିକ କ୍ଷେତ୍ର, ବ୍ୟବସାୟିକ ସ୍ଥିତି, ଗବେଷଣା, ଆଲୋଚନା, ସେବାସଂସ୍ଥା, ରାଜନୀତି ଓ କଳା, ସାହିତ୍ୟରୁ ପ୍ରଶଂସିତ ହେବେ । ପ୍ରବାସରେ ରହୁଥିବା ସନ୍ତାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି ।

