Posted inRasifala

ରାଶିଫଳ: ଶନିବାର, ଜାନୁଆରୀ ୯ ତାରିଖ – Daily Horoscope

ମେଷ
ଆଜି କୌଣସି ବନ୍ଧୁଙ୍କୁ ଦେଖିବା ପାଇଁ ମନ ଛଟପଟ ହେବ। କର୍ମକ୍ଷେତ୍ରରେ ଲଘୁକ୍ରୋଧ ଓ କଠୋର ବାକ୍ୟାଳାପରୁ ହାତ ମୁଠାରୁ ସୁଯୋଗ ଖସିଯିବ। ପ୍ରଶାସନ, ସଭାସମିତି, ନିର୍ମାଣ, ଆଇନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପାରିବାରିକ କ୍ଷେତ୍ରରେ ସହମତି ଓ ସରଳ ବୁଝାମଣା ହେତୁ ଶୃଙ୍ଖଳିତ ରହିବ।
ବୃଷ
ବୃଷ
ପାରିବାରିକ ଅସ୍ଥିରତା ଲାଗିରହିବା କାରଣରୁ ମନରେ ସରସତା ରହିବ ନାହିଁ। ବିଶେଷ ପରିଶ୍ରମ ଓ ଅନିଦ୍ରାଜନିତ ସ୍ନାୟବିକ ଦୁର୍ବଳତା ଅନୁଭବ କରିପାରନ୍ତି। ନିର୍ମାଣ, ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଆଲୋଚନାର ଶେଷ ପର୍ଯ୍ୟାୟରେ ଅର୍ଥ ସମ୍ପର୍କିତ ଟଣାଓଟରା ଲାଗିପାରେ।
ମିଥୁନ
ମିଥୁନ
ଅନ୍ୟମାନଙ୍କ ସହ ସମ୍ପର୍କ ସ୍ଥାପନକୁ ପରିବାରରେ ବିରୋଧାଭାସ ସୃଷ୍ଟିହେବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗିତା ହେତୁ ମାନସିକ ସ୍ଥିତି ଠିକ୍‌ ରହିବ। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ସଭାସମିତି କିମ୍ବା ଆଲୋଚନା, ତର୍କ ବିତର୍କରେ ମଧ୍ୟସ୍ଥତା କରି ଓ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ।
କର୍କଟ
କର୍କଟ
ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଅର୍ଥାଭାବ ହେବ। ପରକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ଭ୍ରାତୃବର୍ଗ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ବିବାଦୀୟ ଘଟଣାରେ ନିଜେ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି, ଯାହା କି ଆପଣଙ୍କ ଉଦ୍‌ବେଗକୁ ବୃଦ୍ଧିକରିବ।
ସି˚ହ
ସି˚ହ
ଆଜି କର୍ମାରମ୍ଭ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିବେ। ପଛକଥା ନ ଭାବି ଏହି ସମୟର ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କଲେ ଉପକୃତ ହେବେ। କଳା, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର ତଥା ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ। କର୍ମକ୍ଷେତ୍ରର ସମସ୍ୟାକୁ ସହକର୍ମୀଙ୍କୁ ଜଣାଇଲେ ଉପକୃତ ହେବେ।
କନ୍ୟା
ପରିବାର ଓ କର୍ମକ୍ଷେତ୍ରର ଅସଜଡା କାମକୁ ଆଜି ହିଁ ସଜାଡି ନେବା ପାଇଁ ଚେଷ୍ଟା କରିବେ। ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରି ସଫଳତା ପାଇପାରନ୍ତି। ପୂ-ନାମାକ୍ଷର ବ୍ୟକ୍ତିଙ୍କର ଅଟକି ରହିଥିବା କାମ ସକାଶେ ଦୁର୍ଭାବନା ବଢ଼ିଚାଲିବ। ଆମତ୍ୀୟ ସ୍ବଜନମାନେ ଫାଇଦା ହାସଲ ପାଇଁ ଫନ୍ଦିଫିକର କରିପାରନ୍ତି।
ତୁଳା
ତୁଳା
କର୍ମାରମ୍ଭରେ ସଂକଟରେ ସମ୍ମୁଖୀନ ହେଲେ ହେଁ ଯୁକ୍ତି ଯୁକ୍ତ କଥା କହି କାମ ହାସଲ କରିବେ। ଦୀର୍ଘ ଦିନରୁ ଭାବୁଥିବା କୌଣସି ଦ୍ରବ୍ୟଲାଭରୁ ଖୁସି ହେବେ। ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ। ସଭାସମିତି, ଚୁକ୍ତିପତ୍ର, ଫାଇଲ୍‌ କାମ, ସଂଗଠନ, ରାଜନୀତି ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ଅର୍ଜନ କରିବେ।
ବିଛା
ବିଛା
ନିର୍ଦ୍ଦିଷ୍ଟ ସମୟରେ କାମଟି ପୂର୍ଣ୍ଣାଙ୍ଗ ନ ହେଲେ ମଧ୍ୟ କିଛି ଅଂଶରେ ଆଗକୁ ବଢି ଚାଲିବ। ପୁଅର ସ୍ବାସ୍ଥ୍ୟ ସେତେଟା ଭଲ ରହୁ ନ ଥିବା କାରଣରୁ ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ। ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।
ଧନୁ
ଧନୁ
ବନ୍ଧୁଙ୍କ ପରାମର୍ଶରେ ନୂଆ କାମ ହାତକୁ ନେବେ। ଏଣେ ଅଫିସ୍‌ କାମରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ବିଭିନ୍ନ ଯୋଜନାର ପରିକଳ୍ପନା କରିବେ। ଅପ୍ରିୟ ସତ୍ୟ ଭାଷଣରୁ ଦୂରେଇ ନ ରହିଲେ ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟିର ହେତୁ ସ୍ବରୂପ ହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗଁୁ ବିଚଳିତ ହେବେ।
ମକର
ମକର
ଆଜି ଖର୍ଚ୍ଚ ପରିମାଣ ବଢିଯିବ। ଦାମ୍ପତ୍ୟ ଜୀବନରେ ସହନଶୀଳତା ଗୁଣର ଅଭାବ ଅଶାନ୍ତିର କାରଣ ହେବ। ଆଲୋଚନାରେ, ସଭା ସମିତିରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ବ୍ୟବସାୟ, ନିର୍ମାଣ, କଚେରି ମାମଲା ପ୍ରଭୃତି ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ ।
କୁମ୍ଭ
କୁମ୍ଭ
ପଦସ୍ଥବ୍ୟକ୍ତିଙ୍କ ସହାୟତାରେ ଅଭିଳାଷ ସମୟାନ୍ତରେ ପୂରଣ ହୋଇଯିବ। ଆଜି ବନ୍ଧୁଙ୍କ ସହ ଆଳାପ ଆଲୋଚନାରେ ସମୟ କଟାଇବେ। ଶ-ନାମାକ୍ଷର ବ୍ୟକ୍ତିଙ୍କ ବିଶେଷ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ଅଫିସ୍‌ରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମୀନମୀନ
ଆରୋଗ୍ୟଲାଭ କରିବା ସହ ନିଜ ଲୋକଙ୍କୁ ଅତି ନିକଟରେ ପାଇ ସବୁ ଦୁଃଖ ଶୋକ ଭୁଲି ଯିବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପୂର୍ବରାଗକୁ ସ୍ମରଣ କରି ଗୁପ୍ତ ଶତ୍ରୁ କେହି ଅସୁବିଧାରେ ପକାଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?