Posted inRasifala

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୩ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଯିବ। ସଭାସମିତିରେ ଉନ୍ନତ ମାନର ଆଲୋଚନା, ପାରିବାରିକ ସଦ୍‌ଭାବ ପାଇବେ। ମଧ୍ୟାହ୍ନରେ ବନ୍ଧୁମାନଙ୍କ ସହଯୋଗରେ ଅଟକି ରହିଯାଇଥିବା ଅଫିସ କାର୍ଯ୍ୟ ତ୍ୱରାନ୍ବିତ ହେବ। କୃତ୍ତିକା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଶା ପୂରଣ ସମ୍ଭାବନା ରହିଛି।
ବୃଷ
ବୃଷ
ମୃଗଶିରା ନକ୍ଷତ୍ର ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହେବେ। ଜମିଜମା କାରବାର, ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନର ଉନ୍ନତୀକରଣ ଓ ସଭାସମିତିରୁ ଉପକୃତ ହେବେ। ଆନୁଷ୍ଠାନିକ କାମରେ ଟେନସନ୍‌ ଲାଗିରହିବ। ବିଗତ ଦିନରେ ଘଟିଯାଇଥିବା ଘଟଣାର ମୋଡ଼ ବଦଳି ଯାଇପାରେ।
ମିଥୁନ
ମିଥୁନ
ଆଜି ପୁନର୍ବସୁ ନକ୍ଷତ୍ରର କୌଣସି ଆନୁଷ୍ଠାନିକ କାମରେ ନିୟୋଜିତ ରହିବେ। ଦିନ ମଧ୍ୟରେ ଘର କିମ୍ବା ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବାକୁ ମନ ବଳାଇବେ। ଗୃହସୀମାକୁ କେନ୍ଦ୍ରକରି ଭାଇ କିମ୍ବା ପଡ଼ୋଶୀଙ୍କ ସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବ। ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିପାରେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ର ଦୃଢ଼ ମନୋବଳ ନେଇ ଆଗକୁ ମାଡି ଚାଲିବେ। ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟହୋଇ ସମ୍ପର୍କୀୟ ପଛରେ ସମାଲୋଚନା କରିପାରନ୍ତି। କଚେରି ମାମଲା ମନ୍ଥର ହେବା କାରଣରୁ ଉଦ୍‌ବେଗ ବୃଦ୍ଧି ପାଇବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, ମାତ୍ର ନିଜର ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅବହେଳା ଯୋଗୁ କାମଟି ବିଗିଡ଼ି ଯାଇପାରେ। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ, ଯାହାକି ଦୁଶ୍ଚିନ୍ତା ସୃଷ୍ଟି କରିପାରେ। ପାରିବାରିକ କ୍ଷେତ୍ରରେ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବାରୁ ଖୁସି ରହିବେ। ମଘା ନକ୍ଷତ୍ରର ବ୍ୟବସାୟ, ବାଣିଜ୍ୟରୁ ଭଲ ଲାଭ ପାଇବେ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିବ।
କନ୍ୟା
ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ କାମ ଠିକ୍‌ ଭାବେ ସମ୍ପନ୍ନ ହେବା କଷ୍ଟକର ହେବ। ମୁହଁରେ ମିଠା କଥା କହି ପରୋକ୍ଷରେ ଶତ୍ରୁତା କରୁଥିବା ଲୋକମାନେ ହଠାତ୍‌ ପରିସ୍ଥିତିବଶତଃ ମିତ୍ରତା ସାଜିବା ପାଇଁ ଚେଷ୍ଟିତହେବେ। ହସ୍ତା ନକ୍ଷତ୍ରର ଅଟକି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ।
ତୁଳା
ତୁଳା
ଆଜିର କର୍ମକ୍ଷେତ୍ରରେ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ପାଇ କାମ ହାସଲ କରିବାରେ ଅସୁବିଧା ହେବ ନାହିଁ। ଆନୁଷ୍ଠାନିକ କାମରେ ଗଠନମୂଳକ ପରାମର୍ଶ ଦେଇ ବନ୍ଧୁମାନଙ୍କ ପ୍ରିୟପାତ୍ର ହେବେ। ଦୀର୍ଘଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟଭିତ୍ତିକ କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ।
ବିଛା
ବିଛା
ପରିବାର ମଧ୍ୟରେ ବିଭିନ୍ନ ସମସ୍ୟା ଲାଗିରହିଥିଲେ ମଧ୍ୟ ଆଜି ସୁନ୍ଦର କଥାରେ ବନ୍ଧୁଙ୍କୁ ଆପଣାର କରିବେ। ଅନୁରାଧା ନକ୍ଷତ୍ର ଅଫିସ କାମରେ ପ୍ରତ୍ୟେକ ଦିଗକୁ ବିଚାର କରି କାମ କରନ୍ତୁ। ସାଧାରଣ କଥାକୁ ନ ବୁଝି ଘଟଣାକୁ ଅତିରଞ୍ଜିତ କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ।
ଧନୁ
ଧନୁ
ନିଜ ଲୋକଙ୍କ ପରୋକ୍ଷ ଶତ୍ରୁତା ହେତୁ ଭାବପ୍ରବଣତା ବୃଦ୍ଧି ପାଇବ। ମୂଳା ନକ୍ଷତ୍ର ସରକାରୀ ସ୍ତରରୁ ଆଶା କରୁଥିବା ଶୁଭ ଖବର ପାଇ ଉଲ୍ଲସିତ ହେବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ପରିବାର ମଧ୍ୟରେ ନିଜର ମନୋଭାବକୁ ହଠାତ୍‌ ପ୍ରକାଶ କରନ୍ତୁ ନାହିଁ।
ମକର
ମକର
ଆଜି ନିଜର ପାରିବାରିକ ସମସ୍ୟାକୁ ନେଇ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ର ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ । କିଛିଟା ଲୋଭନୀୟ ପ୍ରତିଶ୍ରୁତି ପ୍ରଦାନ କରି ବନ୍ଧୁଙ୍କ ସହ ନୂତନ ସମ୍ପର୍କରୁ ଖୁସି ରହିବେ।
କୁମ୍ଭ
କୁମ୍ଭ
ଆଜି ଦିନ ମଧ୍ୟରେ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ଶତଭିଷା ନକ୍ଷତ୍ରର କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ନୂଆ ଯୋଜନା କରିବା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିବେ।
ମୀନମୀନ
ମାନସିକ ଅସ୍ଥିରତା କାରଣରୁ କାମ ଉତ୍ସାହପ୍ରଦ ହେବ ନାହିଁ। ରେବତୀ ନକ୍ଷତ୍ରର ଖର୍ଚ୍ଚଭାର ବଢ଼ି ବଢ଼ି ଯିବା କାରଣରୁ ମନରେ ସରସତା ରହିବ ନାହିଁ । କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକ କ୍ଷେତ୍ରରେ ସମସ୍ୟା ସମାଧାନ କରିପାରିବେ। ସଭାସମିତିରେ ସଫଳତା ହାସଲ କରି ଆନନ୍ଦ ଅନୁଭବ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୬ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ଭ୍ରାତୃ ବିରୋଧ, ସହକର୍ମୀ ସହ ଝଗଡ଼ାର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ପ୍ରତି ଶନିଙ୍କ ଦୃଷ୍ଟିରୁ ଋଣବାଡ଼ି, ବ୍ୟବସାୟରେ ପ୍ରତିବନ୍ଧକ ଚିନ୍ତାର...

ରାଶିଫଳ: ଗୁରୁବାର, ଏପ୍ରିଲ ୨୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୈଷୟିକ...

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri