Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୩ ତାରିଖ – Daily Horoscope

ମେଷ
ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌ ହେବେ। ପୂର୍ବରୁ ଥିବା ବିବାଦ ପରିପ୍ରେକ୍ଷୀରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ନିର୍ମାଣ, ପ୍ରକାଶନ, ଗଣ ଯୋଗାଯୋଗ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ବୃଷ
ବୃଷ
ସମସ୍ୟା ସମାଧାନ ପୂର୍ବକ କର୍ମକ୍ଷେତ୍ରରେ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ସମ୍ପନ୍ନ ହେବ। କଳା, ସାହିତ୍ୟ, ଚଳଚ୍ଚିତ୍ର, ସଭାସମିତି, ସାମ୍ବାଦିକତା, ଏଜେନ୍ସିପ୍‌ରୁ ପ୍ରଶଂସିତ ହେବେ। ନିକଟ ସମ୍ପର୍କୀୟଙ୍କଠାରୁ ଅଯାଚିତ ସାହାଯ୍ୟ, ସହଯୋଗ ପ୍ରାପ୍ତ ହେବ। ସନ୍ତାନ ହେତୁକ ଦୁଶ୍ଚିନ୍ତାରେ ସାମୟିକ ମନ ଭାରାକ୍ରାନ୍ତ ରହିବ।
ମିଥୁନ
ମିଥୁନ
ବିବଦମାନ ପରିସ୍ଥିତି ସୃଷ୍ଟି ହେତୁ ପରିବାରରେ ସ୍ତ୍ରୀଙ୍କ ସହ ମତଭେଧ ଘଟିପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ସାମୟିକ ଖୁସି ରହିବ। ଅସଫଳତାର କାରଣ ଖୋଜିବାକୁ ଯାଇ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି।
କର୍କଟ
କର୍କଟ
ବିଭିନ୍ନ ପ୍ରକାରର ଦୁଶ୍ଚିନ୍ତାରେ ନିଜ ଲୋକଙ୍କୁ ଭୁଲ୍‌ ବୁଝି ହଇରାଣରେ ପଡ଼ିପାରନ୍ତି। ଆଜି ହଠାତ୍‌ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ। କଚେରି ମାମଲା, ଘରୋଇ କଳହ କ୍ଷେତ୍ରରେ ଟେନ୍‌ସନ୍‌ ଦୂର ହେବ। ବ୍ୟବସାୟ, ଯାତ୍ରା, ଆଲୋଚନା କ୍ଷେତ୍ରରେ ସଫଳତାର ଶୀର୍ଷରେ ଉପନୀତ ହେବେ।
ସି˚ହ
ସି˚ହ
ମନ ବିଚଳିତ ରହିବା କାରଣରୁ କେତେକ କ୍ଷେତ୍ରରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ଅସମର୍ଥ ହୋଇପାରନ୍ତି। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବ। ଅଫିସରେ କିମ୍ବା ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ଶିଳ୍ପ, ବାଣିଜ୍ୟ, ନିର୍ମାଣ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
କନ୍ୟା
କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହେବ। ଭୁଲ୍‌ ବୁଝାମଣା କାରଣରୁ ପରିବାରରେ ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ଦେଖା ଦେଇପାରେ। ପଡ଼ୋଶୀଙ୍କ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ପାଇବେ।
ତୁଳା
ତୁଳା
ପ୍ରଚଣ୍ଡ ଖରାରେ ଦୀର୍ଘପଥ ଅତିକ୍ରମ କରିବା କାରଣରୁ ସ୍ବାସ୍ଥ୍ୟରେ ସମସ୍ୟା ପରିଲକ୍ଷିତ ହେବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡ଼ିବେ। ହଠାତ୍‌ ଜଣେ ବନ୍ଧୁଙ୍କ କାମରେ ଯୋଗ ଦେବା ପାଇଁ ମନ ଛଟପଟ ହେବ। ସାହିତ୍ୟ, ରାଜନୀତି, ସାମ୍ବାଦିକତା ଆଇନ ଓ ଅଦାଲତ ତଥା ଲେଖାପଢ଼ାରୁ ଶୁଭଫଳ ପାଇବେ।
ବିଛା
ବିଛା
ଯାତ୍ରା ସମୟରେ ଅସାବଧାନତା କାରଣରୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ସହମତି ଭିତ୍ତିରେ କିମ୍ବା ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ। ସଂଗଠନ, ଆନୁଷ୍ଠାନିକ କାମ, ରାଜନୀତି, ଅଧ୍ୟୟନ ଓ ଅଧ୍ୟାପନା ତଥା ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ବଢ଼ିବ। କଳା, ସାହିତ୍ୟ ଓ ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
ଧନୁ
ଧନୁ
ପାରିବାରିକ ସମସ୍ୟା କେତେକାଂଶରେ କମି ଯାଇଥିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। ପାରିବାରିକ ପ୍ରତିରୋଧ କାମକୁ କେତେକାଂଶରେ ବିଶୃଙ୍ଖଳିତ କରିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ଆଜି ଯେଉଁ କାମଟିକୁ ଆରମ୍ଭ କରିବେ ତାହା ନିଶ୍ଚିତ ସଫଳତାର ଶୀର୍ଷକୁ ଛୁଇଁବ। କାହା ପାଖରେ ବହୁତ ଦିନରୁ ରହିଯାଇଥିବା ବାକି ଟଙ୍କା ଆଜି ଅପରାହ୍ନରେ ପାଇବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ଭୋଗିବାକୁ ପଡ଼ିବ। ଅତି ଭଲ ସମ୍ପର୍କ ରଖିଥିବା ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
କୁମ୍ଭ
କୁମ୍ଭ
ମନରେ ଦୀର୍ଘଦିନରୁ ଅଶାନ୍ତି ଭରି ରହିଥିଲେ ମଧ୍ୟ କାମରେ କୌଣସି ଅସୁବିଧା ହେବ ନାହିଁ। ସାଧାରଣ ମନେ ନ କରି ପିଲାମାନଙ୍କ ଅଭିଯୋଗକୁ ଗୁରୁତର ସହ ବିଚାର କରିବା ଭଲ ହେବ। ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ଦୁଶ୍ଚିନ୍ତାର କାରଣ ହୋଇପାରେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ ଦିଗଟି ମନ୍ଦ ହେବନି।
ମୀନମୀନ
କାର୍ଯ୍ୟସିଦ୍ଧି ହେବା କାରଣରୁ ମାନସିକ ସ୍ଥିତି ବହୁତ ଭଲ ରହିବ। ବହୁତ ଦିନରୁ ଭାଙ୍ଗିପଡ଼ିଥିବା ସମ୍ପର୍କ ଏକ ଭିନ୍ନ ପରିବେଶରେ ପୁଣି ଯୋଡ଼ି ହୋଇଯିବ। ଜମିଜମା କାରବାର, କଳକାରଖାନା, ହୋଟେଲ, ତେଜରାତି ଦୋକାନ ପ୍ରଭୃତିରୁ ବିଶେଷ ଲାଭବାନ୍‌ ହେବେ। ବିଶେଷ ଭ୍ରମଣ ହେତୁକ ଅବସାଦ ଦେଖାଦେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?