Posted inRasifala

ରାଶିଫଳ: ଶନିବାର, ମେ ୨୮ ତାରିଖ – Daily Horoscope

ମେଷ
ପ୍ରତ୍ୟେକ କ୍ଷେତ୍ରରେ ନିଜକୁ ଠିକ୍‌ ଭାବେ ଆଡଜଷ୍ଟ କରିବା କଷ୍ଟକର ହୋଇପାରେ। ସାମାଜିକ କ୍ଷେତ୍ରରେ ଅଟକି ରହିଯାଇଥିବା କାଯର୍‌ୟଗୁଡ଼ିକ ତ୍ୱରାନ୍ବିତ ହେବାରେ ବନ୍ଧୁ ସାହାଯ୍ୟ କରିବେ। କୃଷି, ବ୍ୟବସାୟ,ପ୍ରଶାସନ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଫେରନ୍ତା ବାଟରୁ ଗୃହକୁ କିଛି ମୂଲ୍ୟବାନ କିମ୍ବା ସୌଖୀନ ପଦାର୍ଥ ଆଣିପାରନ୍ତି।
ବୃଷ
ବୃଷ
ସାମାଜିକ କ୍ଷେତ୍ରରେ ଓ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। କାମର ଚାପ ପ୍ରଭାବରୁ ଟେନ୍‌ସନ୍‌ କିିଛି ମାତ୍ରାରେ ଲାଗିରହିବ। ପାରିବାରିକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ମାନସିକ ଅଶାନ୍ତିର କାରଣ ହେବ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ମିଥୁନ
ମିଥୁନ
ବନ୍ଧୁମାନଙ୍କ ସହାନୁଭୂତିର ସୁଯୋଗ ଲାଭ କରି ନିଜକୁ ଧନ୍ୟ ମନେକରିବେ। ଯେଉଁ କାମଟିକୁ ଆଜିଯାଏ ଆପଣ କରି ପାରୁ ନ ଥିଲେ ଆଜି ମଧ୍ୟାହ୍ନ ପରେ ତାହା ସୁବିଧାରେ ହୋଇଯିବ। ଘରର ବାରଣ ମାନି କାମ କଲେ ଅବଶ୍ୟ ଉପକୃତ ହେବେ। ଅଫିସରେ ଗୁରୁତ୍ୱପୂର୍ଣ୍ଣ କାମ ସମ୍ପର୍କରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ଆଜି ପ୍ରତିବନ୍ଧକର ସାମ୍‌ନା କରି କାମ ହାସଲ କରିପାରିବେ। ଶିଳ୍ପ,ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଦେଖିଚାହିଁ ପଦକ୍ଷେପ ନିଅନ୍ତୁ। କେତେକ କ୍ଷେତ୍ରରେ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ , କିମ୍ବା ଘରର କଥା ବୁଝିବାକୁ ସମୟ ମଧ୍ୟ ପାଇପାରିବେ ନାହିଁ।
ସି˚ହ
ସି˚ହ
ପରିବାରର କିଛି ଅଭାବ ଓ ଅସୁବିଧାକୁ ନେଇ ସରଗରମ ଆଲୋଚନା ହୋଇପାରେ। ଶିଳ୍ପ,ବାଣିଜ୍ୟ ବ୍ୟବସାୟ, ସଂଗଠନ, ପ୍ରଶାସନ, ବେତାର, ଗଣ ଯୋଗାଯୋଗ ପାଇଁ ଦିନଟି ବହୁତ ଭଲ। କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ଲଘୁକ୍ରୋଧରୁ କିଛିଟା ହଇରାଣ ହୋଇପାରନ୍ତି। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ।
କନ୍ୟା
ପରିଶ୍ରମଜନିତ ସ୍ବାସ୍ଥ୍ୟହାନି ସାଙ୍ଗକୁ ବିଭିନ୍ନ ସମସ୍ୟାରେ ମନ ଭାରାକ୍ରାନ୍ତ ରହିବ। ବିଷମ ପରିସ୍ଥିତିରେ ବନ୍ଧୁଙ୍କଠାରୁ ପ୍ରତ୍ୟୁପକାର ଆଶା ନିରର୍ଥକ ହୋଇପାରେ। ଦୀର୍ଘଦିନ ହେଲା ଯେଉଁ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇଥିଲେ ତାହା ଅକ୍ଳେଶରେ ହୋଇଯିବ। ଉତ୍ତରା ଫାଲଗୁନୀ ନକ୍ଷତ୍ରର ସାମାଜିକ ସ୍ତରରେ ଲୋକସମ୍ପର୍କ ବଢ଼ିବ।
ତୁଳା
ତୁଳା
ବିଭିନ୍ନ ଦିଗରୁ ରୋଜଗାର କରିବାରେ ସମର୍ଥ ହେବେ କିନ୍ତୁ ଘରୋଇ କଳହକୁ ନେଇ ଅଶାନ୍ତି ଲାଗିରହିବ। କଳା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇ ନୀରବ ରୁହନ୍ତୁ।
ବିଛା
ବିଛା
କାର୍ଯ୍ୟହାନି ସାଙ୍ଗକୁ ଅଯଥା ଭୟ, ଆଶଙ୍କା ଓ ଉଦ୍‌ବେଗରେ ଦିନଟି କଟିବ। ଅନୁରାଧା ନକ୍ଷତ୍ରର ସ୍ବାସ୍ଥ୍ୟଗତ ସମସ୍ୟା ମନକୁ ନିରୁତ୍ସାହିତ କରିବ। ଯାହାଙ୍କ ଠାରୁ ଯାହା ପାଇବା ପାଇଁ ପ୍ରତିଶ୍ରୁତି ପାଇଥିଲେ ତାହା ନ ପାଇ ମନ ଭଲ ରହିବ ନାହିଁ। ଭୁଲ୍‌ ବୁଝାମଣାବଶତଃ ସାଧାରଣ କଥାରେ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ଧନୁ
ଧନୁ
ପାରିବାରିକ ଅଶାନ୍ତି ରହିଥିଲେ ମଧ୍ୟ ପରିସ୍ଥିତିକୁ ଦେଖି କାମ କଲେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସହକର୍ମୀ କିମ୍ବା ଆତ୍ମୀୟଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ରୋଗପୀଡ଼ା ଭୋଗ କରୁଥିବା ବ୍ୟକ୍ତିଙ୍କ ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ। ଭୁଲ୍‌ ବୁଝାମଣା କାରଣରୁ ବନ୍ଧୁ ସମ୍ପର୍କରେ ଅବନତି ଦେଖାଦେଇପାରେ।
ମକର
ମକର
ପରୋକ୍ଷ ଶତ୍ରୁତା, ଧାରକରଜ, ପିଲାମାନଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ନିଜ ସହ ଆଦୌ ପଡୁ ନ ଥିବା ଲୋକମାନେ ଗୁଣଗାନ କରିବା ବଦଳରେ ନିନ୍ଦା ରଟନା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କିମ୍ବା ଅଫିସରେ କଳହ ସୃଷ୍ଟି ହୋଇପାରେ। ଅନ୍ୟମାନଙ୍କ ଘରୋଇ କଥାରେ କିମ୍ବା କାମରେ ମୁଣ୍ଡ ପୂରାନ୍ତୁ ନାହିଁ।
କୁମ୍ଭ
କୁମ୍ଭ
ଆଜିର ଦିନଟିରେ ମାନ୍ଦା ବେପାର, ବନ୍ଧୁଙ୍କ ଶତ୍ରୁତା, ପୁଅ ଝିଅଙ୍କ ବାହାଘର ସମସ୍ୟା ନେଇ ବ୍ୟସ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ଅଭାବନୀୟ ସ୍ଥିତିରୁ ସହସା ମୁକ୍ତି ମିଳିବ। ପୂର୍ବ ବିବାଦକୁ କେନ୍ଦ୍ରକରି ପ୍ରତିରୋଧ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ବହୁତ ଦିନର ନୂଆ ଯୋଜନାଟିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦେବେ।
ମୀନମୀନ
ପାରିବାରିକ ସ୍ଥିରତା ଓ କର୍ମକ୍ଷେତ୍ରର ସ୍ଥିତି ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବିଶେଷ କିଛି ଅସୁବିଧା ହେବନାହିଁ। କିନ୍ତୁ ଉତ୍ତରଭାଦ୍ରବ ନକ୍ଷତ୍ରର ବିଭିନ୍ନ ସମସ୍ୟାରେ ମନ ପୂରାପୂରି ଭାରାକ୍ରାନ୍ତ ରହିବ। ଶିଳ୍ପ, ବ୍ୟବସାୟ , ପରିବହନ, ନିର୍ମାଣ କ୍ଷେତ୍ରରେ ସମସ୍ୟା ଲାଗି ରହିବ। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?