Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ ହେବାକୁ ପଡିପାରେ। ଅର୍ଥ ସମ୍ପର୍କିତ କଥାବାର୍ତ୍ତା, ବନ୍ଧୁଙ୍କ ସହ ଯୋଗାଯୋଗ କଲେ ଉପକୃତ ହେବେ। ପରିବାରର ଅବସ୍ଥା ଦେଖି ବ୍ୟବସ୍ଥା କରିବା ଭଲ ହେବ।
ବୃଷ
ବୃଷ
ଚନ୍ଦ୍ର କୁମ୍ଭରାଶିରେ ପାପଗ୍ରହ ଯୁକ୍ତ କାରଣରୁ ଆତ୍ମୀୟଙ୍କ ସହ ମତାନ୍ତରର ଆଶଙ୍କା ରହିଛି ା ନିଜ ପରିସରରେ ବନ୍ଧୁଙ୍କ କୁଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ। ସ୍ବାସ୍ଥ୍ୟହାନି କାରଣରୁ ଅନ୍ୟମାନଙ୍କ ଉପରେ ନିର୍ଭର କରିବାକୁ ବାଧ୍ୟ ହେବେ। ସମ୍ପର୍କୀୟଙ୍କ ଦ୍ୱାରା ପ୍ରତିବନ୍ଧକ ହେତୁ ବ୍ୟବସାୟକୁ ସଙ୍କୁଚିତ କରିନେଇ ପାରନ୍ତି।
ମିଥୁନ
ମିଥୁନ
ଅର୍ଥ ଓ ସମ୍ମାନ ପାଇବା ସହ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। କର୍ମକ୍ଷେତ୍ରର ସ୍ଥଗିତ କାମପାଇଁ କୈଫିୟତ୍‍ ଦେବାକୁ ପଡିପାରେ। ଘରୋଇ ଆଲୋଚନାରେ ସ୍ତ୍ରୀଙ୍କ ପ୍ରେରଣାରୁ ଉପକୃତ ହୋଇପାରନ୍ତି। କୌଣସି ଜିନିଷ ଦେବାକୁ ପ୍ରତିଶ୍ରୁତି ଦେଇଥିବା ବନ୍ଧୁ ସାଧାରଣ କଥାରେ ମୁହଁ ଫେରାଇ ନେଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରର ସମସ୍ୟା ସମାଧାନ ହେତୁ ମାନସିକ ସ୍ଥିରତା ଆସିବ। ନୀଚ ସଂସର୍ଗରୁ ଦୂରେଇ ନ ରହିଲେ ସମସ୍ୟାକୁ ଡାକିଆଣିବା ପରି ହେବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟ, ସଭାସମିତି, ବନ୍ଧୁଙ୍କ ସହ ଆଲୋଚନା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। ସ୍ବତନ୍ତ୍ରଭାବରେ ନିମନ୍ତ୍ରିତ ହୋଇ ସହକର୍ମୀମାନଙ୍କ ଶୁଭକାର୍ଯ୍ୟରେ ଯୋଗଦେଇପାରନ୍ତି। ଆବଶ୍ୟକତା ପୂରଣ କରିବା ସକାଶେ ଧାର କରଜ କରି କାମ ଚଳାଇ ନେବେ। ବନ୍ଧୁଙ୍କ ପ୍ରେରଣାରେ ଧର୍ମାନୁଷ୍ଠାନ ଦିଗରେ ପ୍ରେରଣାଲାଭ କରିବେ।
କନ୍ୟା
ପାରିବାରିକ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇବା କାରଣରୁ ମନ ଅଶାନ୍ତ ରହିବ। କୌଣସି ସିଦ୍ଧାନ୍ତ ନେବାରେ ବନ୍ଧୁଙ୍କ ବିଚାର ଆପଣଙ୍କ ସପକ୍ଷରେ ରହିପାରେ। ସଭାସମିତିରେ କିମ୍ବା ବନ୍ଧୁଙ୍କ ସହ ଆଲୋଚନା କାଳରେ ନୀତିଗତ କାରଣରୁ ପ୍ରଶଂସିତ ହେବେ।
ତୁଳା
ତୁଳା
ବିଭିନ୍ନ ପ୍ରକାରର ସମସ୍ୟା ରହିଥିଲେ ମଧ୍ୟ ଆଜିର କାମ ପାଇଁ କିଛି ଅସୁବିଧା ହେବନାହିଁ। ସହକର୍ମୀଙ୍କ ନିକଟରୁ ନିର୍ଭର ପ୍ରତିଶ୍ରୁତି ଲାଭ କରି ଦୁଶ୍ଚିନ୍ତାର ମାତ୍ରା କମିଯିବ। ପରିବାରର ବୟସ୍କ ବ୍ୟକ୍ତିମାନଙ୍କର ପରାମର୍ଶ ଅନୁଯାୟୀ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବେ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।
ବିଛା
ବିଛା
ବାରମ୍ବାର ସ୍ବାସ୍ଥ୍ୟହାନି ଘଟିବାରୁ ମାନସିକ ଶାନ୍ତି ନଷ୍ଟ ହୋଇପାରେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତତା ଅନୁଭବ କରିବେ। ସାମାନ୍ୟ କଥାରେ ଅତ୍ୟଧିକ ଉତ୍ତେଜିତ ହୋଇ ପାରିବାରିକ ଅଶାନ୍ତିକୁ ଆମନ୍ତ୍ରଣ କରିବେ। ପରିବହନ, ଏଜେନ୍ସିପ୍‍, ହୋଟେଲ, ଷ୍ଟେସନାରି ଓ ବିଦ୍ୟୁତ୍‍ ବ୍ୟବସାୟରେ ଉନ୍ନତି କରିବେ।
ଧନୁ
ଧନୁ
ଆଜି ପରିସ୍ଥିତିର ତାଡ଼ନାରେ ଆକସ୍ମିକ ଭାବରେ ସ୍ଥାନ ପରିବର୍ତ୍ତନ ଯୋଗ ରହିଛି। କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ବୃଦ୍ଧି ପାଇବା ସହ କର୍ମଜଞ୍ଜାଳବୃଦ୍ଧି ଘଟିପାରେ। ଅବହେଳିତ କାମ ସକାଶେ ଅନୁତାପ କରିବାକୁ ପଡିପାରେ ା ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ମକର
ମକର
ବନ୍ଧୁଙ୍କ ଆହ୍ବାନ କ୍ରମେ ଦୂରଯାତ୍ରା ସହ ଆଜିର ମନୋରଞ୍ଜନ ପ୍ରୀତିପ୍ରଦ ହେବ। ପିଲାଙ୍କ ଆଚରଣରେ ପରିବର୍ତ୍ତନଜନିତ ମନରେ ଦୁଃଖ ଆସିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଜିନିଷର ପ୍ରାପ୍ତି ସକାଶେ ପଡ଼ୋଶୀଙ୍କଠାରୁ ଶୁଭଖବର ପାଇ ଖୁସି ହେବେ। ଆପଣଙ୍କ ପ୍ରତି ଅନ୍ୟମାନଙ୍କ ଭୁଲ୍‍ ଧାରଣା କ୍ରମଶଃ ହ୍ରାସ ପାଇପାରେ।
କୁମ୍ଭ
କୁମ୍ଭ
ଦୀର୍ଘଦିନ ପରେ ସ୍ବାସ୍ଥ୍ୟ ସମସ୍ୟା କମି କମି ଆସିବା ହେତୁ ମନୋବଳ ବୃଦ୍ଧି ପାଇବ। ଈର୍ଷାପରାୟଣ ବନ୍ଧୁଙ୍କ ଦ୍ୱାରା କର୍ମକ୍ଷେତ୍ରରେ ପ୍ରାୟୋଜିତ ମିଥ୍ୟା ଗୁଜବ ପ୍ରତି ମନ ଦିଅନ୍ତୁ ନାହିଁ ା ପାରିବାରିକ କ୍ଷେତ୍ରରେ କେତେକ କଥା ଜାଣିଥିଲେ ମଧ୍ୟ ପରିସ୍ଥିତିବଶତଃ ନୀରବ ରହିବାକୁ ବାଧ୍ୟ ହେବେ। ବନ୍ଧୁମାନେ ଅସହଯୋଗ କରିପାରନ୍ତି।
ମୀନମୀନ
ଆଜିର ଆନୁଷ୍ଠାନିକ କାମରେ ବନ୍ଧୁମିଳନ ହେତୁକ ଆନନ୍ଦ ଲାଭ କରିବେ। ସରକାରୀ ସ୍ତରରେ ପାଇଥିବା ପ୍ରତିଶ୍ରୁତିର ସବୁଜସଙ୍କେତ ପାଇ ଆନନ୍ଦ ଅନୁଭବ କରିବେ। ଦେହ ଭଲ ରହିଲେ ମଧ୍ୟ ସାମୟିକ ପେଟ ଓ ମୁଣ୍ଡ ରୋଗରେ କଷ୍ଟ ପାଇବେ। ସ୍ବାର୍ଥର ବଶବର୍ତ୍ତୀ ହୋଇ ମିତ୍ର ବନ୍ଧୁମାନେ ଅସହଯୋଗ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?