Posted inRasifala

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ
ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ସାମାନ୍ୟ ଭୁଲ୍‍ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବାର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ। କେତେକଙ୍କ କ୍ଷେତ୍ରରେ ମାନସିକ ଚାପ ଓ ପାରିବାରିକ ଅସହଯୋଗରୁ ଚିନ୍ତିତ ରହିବାକୁ ପଡ଼ିବ।
ବୃଷ
ବୃଷ
କୃତ୍ତିକା ନକ୍ଷତ୍ର ସକାଶେ କାମ ହାସଲ ପାଇଁ ଅସୁବିଧା ହେବନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ୱ ସ୍ଥାପନରେ, ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି। କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ।
ମିଥୁନ
ମିଥୁନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ନ ହେଲେ ମଧ୍ୟ ବିଶେଷ ଖରାପ ହେବ ନାହିଁ। ମୃଗଶିରା ନକ୍ଷତ୍ର ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି। ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ ରହିପାରେ। କାର୍ଯ୍ୟବ୍ୟସ୍ତତା କାରଣରୁ ଅନ୍ୟମନସ୍କ ରହି ମାନସିକ ଭାବଧାରାକୁ ବିକ୍ଷିପ୍ତ କରିବେ।
କର୍କଟ
କର୍କଟ
ନିଜର ପ୍ରତ୍ୟୁପତ୍ନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡ଼ା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ। ଅଶ୍ଳେଷା ନକ୍ଷତ୍ର ସହକର୍ମୀଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି। ଅପରାହ୍ନରେ ବାକ୍‍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ପରିବହନ ଓ ନିର୍ମାଣ କାର୍ଯ୍ୟକୁ ସଙ୍କୁଚିତ କରିନେଇପାରନ୍ତି।
ସି˚ହ
ସି˚ହ
ଉତ୍ତରା ଫାଲ୍‍ଗୁନୀ ନକ୍ଷତ୍ର ନୂତନ କାର୍ଯ୍ୟରେ ହାତଦେବାକୁ ସ୍ଥିର କରି ସଫଳତା ପାଇବେ। ଅତୀତର ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ। ନିଜ ଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଶତ୍ରୁତା କାରଣରୁ ପରିବାରରେ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତ ହେବେ।
କନ୍ୟା
ଆଜି ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ନାହିଁ। ହସ୍ତା ନକ୍ଷତ୍ର ସକାଳୁ ସକାଳୁ ହଠାତ୍‍ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ ା ଭାବପ୍ରବଣବଶତଃ ବନ୍ଧୁଙ୍କ ସହ ଓଲଟା କଥା କହି ଅପଦସ୍ଥ ହୋଇପାରନ୍ତି। ପୂର୍ବ ନିର୍ଦ୍ଧାରିତ ଯୋଜନାନୁସାରେ ସହକର୍ମୀଙ୍କ ସହ ଭ୍ରମଣ ଉପଭୋଗ୍ୟ ହୋଇପାରେ।
ତୁଳା
ତୁଳା
ପରିସ୍ଥିତିର ବଶବର୍ତ୍ତୀ ହୋଇ ଇଚ୍ଛା ବିରୋଧରେ କାମ କରି ଅନୁତାପ କରିବାକୁ ପଡ଼ିପାରେ। ଈର୍ଷାପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସା ଭିନ୍ନାର୍ଥରେ ଗ୍ରହଣ କରିବେ। ଅଭାବ ନ ଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇ ଅବସାଦ ଲାଗି ରହିବ। ସ୍ବାତୀ ନକ୍ଷତ୍ରର ଯାନ୍ତ୍ରିକ ତ୍ରୁଟି ଯୋଗୁ ଯାତ୍ରାରେ ବିଳମ୍ବ ଘଟିପାରେ। ଲକ୍ଷ୍ୟ ହାସଲ କରିବେ।
ବିଛା
ବିଛା
ପ୍ରତ୍ୟେକ କଥାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଶିଳ୍ପ, ବ୍ୟବସାୟ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ। ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବିଶାଖା ନକ୍ଷତ୍ର ସକାଶେ ପରିବହନ, ନିର୍ମାଣ, ମାଲିମକଦ୍ଦମା ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
ପୂର୍ବାଷାଢ଼ା ଅନ୍ୟମାନଙ୍କ କଥାରେ ଭାସିବୁଲିଲେ ମୁଣ୍ଡରେ ହାତ ଦେଇ ବସିବାକୁ ପଡ଼ିବ। କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ସାମାଜିକ ସ୍ତରରେ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ରାଜନୀତି, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରେ ଧୈର୍ଯ୍ୟଶୀଳତା କାମକୁ ଆସିପାରେ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଘଟିବ।
ମକର
ମକର
ଶ୍ରବଣା ନକ୍ଷତ୍ର ସକାଶେ ଯିଏ ଯାହା କହୁନା କାହିଁକି, ଆପଣ ଯେମିତି ଭାବୁଛନ୍ତି ସେମିତି କରିବା ମନ୍ଦ ହେବନି ା ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ, ରାଜନୀତିରେ, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ। ଆଜିର କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
କୌଣସି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ତରବରିଆ ପଦକ୍ଷେପ ନ ନେଇ ପରିବାର ସହ ଆଲୋଚନା କରିବା ଭଲ ହେବ। ନିକଟ ସମ୍ପର୍କୀୟ କିମ୍ବା ଆମତ୍ୀୟ ସ୍ବଜନମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି। ଶତଭିଷା ନକ୍ଷତ୍ରର ବିଶେଷ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ଲାଗି ରହିପାରେ।
ମୀନମୀନ
ବହୁ ଆକାଂକ୍ଷିତ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି। ଆନୁଷ୍ଠାନିକ କାମ ମଧ୍ୟରେ ହଠାତ୍‍ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ହେବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧା ଭୋଗିବେ। ଉତ୍ତରଭାଦ୍ର ନକ୍ଷତ୍ର ପରିବାରର ଖର୍ଚ୍ଚ ଭାର କ୍ରମଶଃ ବୃଦ୍ଧି ଯୋଗଁୁ ଚିନ୍ତା ପ୍ରକଟ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?