Posted inRasifala

ରାଶିଫଳ: ସୋମବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ
ଆଜି ସକାଳୁ ସକାଳୁ ଆଶା କରିଥିବା ଖବରଟି ପାଇ ମନ ଖୁସି ହୋଇଯିବ। ଯାତ୍ରା, ବାଣିଜ୍ୟ, ପରିବହନ ପ୍ରଭୃତି କ୍ଷେତ୍ରରେ ସୁଫଳ ପାଇବେ। ନିଜର ଲୋକଙ୍କ ଅପେକ୍ଷା ପର ଲୋକଙ୍କ ସାହାଯ୍ୟ, ସହଯୋଗ ବିଶେଷଭାବରେ କାମକୁ ଆସିବ। ଦ୍ୱାଦଶରେ ଚନ୍ଦ୍ର ଯୁକ୍ତ ରାହୁ ରୋଗ, ଋଣ ଏବଂ ଶତ୍ରୁତା ସମ୍ବନ୍ଧୀୟ ଚିନ୍ତାରେ ଉଦ୍‍ବିଗ୍ନ ରହିପାରନ୍ତି।
ବୃଷ
ବୃଷ
ଶୁକ୍ର ପାପଗ୍ରହ ରାହୁଙ୍କ ନକ୍ଷତ୍ରରେ ରହିଥିବାରୁ ଭାଇ କିମ୍ବା ପଡୋଶୀଙ୍କ ସହ ସୁସମ୍ପର୍କ ରହି ନ ପାରେ। ଯାହା କରନ୍ତୁନା କାହିଁକି ପ୍ରତ୍ୟେକ କାମରେ କିଛିନା କିଛି ସମସ୍ୟା ଲାଗି ରହିବ। ତଥାପି ଶିକ୍ଷା,ପରୀକ୍ଷା,ସନ୍ତାନ ହେତୁକ ପ୍ରଶଂସାରେ ମାନସିକ ପରିତୃପ୍ତି ଲାଭ କରିବେ। ସମ୍ପର୍କୀୟ ବନ୍ଧୁ , ସହକର୍ମୀ, ପଡୋଶୀଙ୍କ କଳହର ଆଶଙ୍କା ରହିଛି।
ମିଥୁନ
ମିଥୁନ
ରାଶି ପ୍ରତି ବୁଧଙ୍କ ଦୃଷ୍ଟିରୁ ସୁସ୍ଥତା ଅନୁଭବ କରିବେ। କର୍ମ ପରିସର ବୃଦ୍ଧି ପାଇବା କାରଣରୁ ସାମାନ୍ୟତମ ଅବସର ମଧ୍ୟ ପାଇବେ ନାହିଁ। ଅବଶ୍ୟ ଦୂରଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ, ନିର୍ମାଣ କାର୍ଯ୍ୟ ପ୍ରଭୃତିରେ ଅସୁବିଧା ହେବ ନାହିଁ। ପୂର୍ବରୁ ଲାଗିରହିଥିବା ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
କର୍କଟ
ଧନାଧିପ ଧନୁରେ ଥିବାରୁ ବ୍ୟାଙ୍କ, ସଞ୍ଚୟ ଜମା, କିମ୍ବା କରଜ ମାଧ୍ୟମରେ ଅର୍ଥ ପ୍ରାପ୍ତି କରାଇବେ। କର୍ମକ୍ଷେତ୍ରରେ ନିକଟସ୍ଥ ବ୍ୟକ୍ତିଙ୍କୁ ମନ ବୁଝିଲା ଭଳି କଥା କହି କାମ ହାସଲ କରିବେ। ପ୍ରଶାସନିକ କ୍ଷେତ୍ରରେ ବିତର୍କର ଆଶଙ୍କା ରହିଛି। ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ଆଦେଶ ପ୍ରାପ୍ତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ସି˚ହ
ସି˚ହ
ରାଶ୍ୟାଧିପ ରବି ଶୁକ୍ରଙ୍କ ନକ୍ଷତ୍ରରେ ରହିଥିବାରୁ ବିଳାସବ୍ୟସନ ସମ୍ପର୍କିତ ଉପକରଣ କ୍ରୟ କରାଇ ପାରନ୍ତି। କର୍ମକ୍ଷେତ୍ରରେ ମନ ଅନୁଯାୟୀ କାମ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଆଜି ଯାହାକୁ ଯାହା କହିବେ ସେମାନେ ଅସ୍ବୀକାର କରିବେ ନାହିଁ। ଯେଉଁ ଆଶଙ୍କାରେ ମନ ବିଚଳିତ ହୋଇ ରହିଛି ତାହା ଦୂରୀଭୂତ ହୋଇଯିବ।
କନ୍ୟା
ବୁଧ ପ୍ରଭାବରେ ବୈାଦ୍ଧିକ ଅଭିବୃଦ୍ଧି, ବନ୍ଧୁମିଳନ, ସାମାଜିକ ସମ୍ମାନ ପାଇପାରିବେ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ପ୍ରଶାସନ, ରାଜନୀତି, ଦୂର ଯାତ୍ରା ଓ କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ମିଳିବ। ତଥାପି ଦିନଟିରେ ବିବାଦୀୟ କ୍ଷେତ୍ର ନିକଟରୁ ଦୂରେଇ ରହିବା ଭଲ ହେବ।
ତୁଳା
ତୁଳା
ଶୁକ୍ର କୋଣ ଭାବସ୍ଥ ଯୋଗୁ କାର୍ଯ୍ୟସିଦ୍ଧି, ସମସ୍ୟା ସମାଧାନ ଏବଂ ଆନୁଷ୍ଠାନିକ ସମ୍ମାନ ପାଇପାରନ୍ତି। ବନ୍ଧୁଟିର ଦୀର୍ଘ ନୀରବତା ମନରେ ଗଭୀର ଦୁଃଖ ଉଦ୍ରେକ କରିବ। ପ୍ରତ୍ୟେକ କ୍ଷେତ୍ରରେ ଟେନ୍ସନ ଲାଗି ରହିବା କାରଣରୁ ମନ ଭଲ ରହିବ ନ ପାରେ। ରାଜନୀତି, ସଭାସମିତିରେ ନିର୍ଣ୍ଣୟାମତ୍କ ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ।
ବିଛା
ବିଛା
ନୀଚ୍ଚସ୍ଥ ମଙ୍ଗଳଙ୍କ ଯୋଗୁ ପୂର୍ବଶତ୍ରୁତାକୁ ନେଇ କଳହ ଘଟିପାରେ। ଅପ୍ରାପ୍ୟ ଜିନିଷ ପ୍ରତି ଆଶା ବଳାଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବାହ୍ୟ ଲୋକଙ୍କ ସ୍ନେହ,ଶ୍ରଦ୍ଧା ଯେଉଁ ପରିମାଣରେ ବଢି ଚାଲିବ, ସେହି ଅନୁପାତରେ ନିଜ ଲୋକମାନଙ୍କ ନିକଟରେ ସେତିକି ରହିବ ନାହିଁ। କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।
ଧନୁ
ଧନୁ
କର୍ମାଧିପ ରାଶିରେ ଥିବାରୁ ବନ୍ଧୁଙ୍କ ମାଧ୍ୟମରେ ଉଚ୍ଚସମ୍ମାନ ଲାଭ କରିବେ। ପରିବାର ସଦସ୍ୟଙ୍କ ଆବେଗକୁ ନ ବୁଝିବା କାରଣରୁ ସେମାନଙ୍କ ନିକଟରୁ ଦୂରେଇ ଯାଇପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ବିଶେଷ କୁପ୍ରଭାବର ଆଶଙ୍କା ନାହିଁ। ସଭାସମିତି ତଥା ଆନୁଷ୍ଠାନିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିପାରିବେ।
ମକର
ମକର
ଗୁରୁଙ୍କ ଶୁଭ ଦୃଷ୍ଟି ପ୍ରଭାବରେ ସ୍ବାସ୍ଥ୍ୟୋନ୍ନତି, ଆର୍ଥିକ ପ୍ରଗତି ସହ ସମ୍ପର୍କର ବନ୍ଧନ ନିବିଡ ହେବ। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ ନୂତନ ଦାୟିତ୍ୱ ହାତକୁ ନେଇ ପାରନ୍ତି। ଏକ ଭିନ୍ନ ପରିବେଶରେ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସାମାନ୍ୟ ବାଧାପ୍ରାପ୍ତ ହୋଇପାରେ।
କୁମ୍ଭ
କୁମ୍ଭ
ସ୍ବଗୃହୀ ଶନି ପ୍ରଭାବରେ ସ୍ବାସ୍ଥ୍ୟ ସମସ୍ୟା ଦୂରେଇ ଯିବାରୁ ମାନସିକ ଅସ୍ଥିରତା ଦୂର ହୋଇଯିବ। ପ୍ରତ୍ୟେକ କାମରେ ବିଶୃଙ୍ଖଳା ଲାଗି ରହୁଥିବା ହେତୁ ନିଜ ଲୋକଙ୍କୁ ଦାୟୀ କରିପାରନ୍ତି। କୌଣସି ମୂଲ୍ୟବାନ୍‍ ଜିନିଷ କ୍ରୟ କରିବା ସକାଶେ ମନ ବଳାଇବାର ସୂଚନା ରହିଛି। କଚେରି ମାମଲା, ଜମିଜମା କିମ୍ବା ଗୃହସୀମା ବିବାଦ ଅମୀମାଂସିତ ରହିବ।
ମୀନମୀନ

ରାଶିସ୍ଥ ରାହୁ ଯୁକ୍ତ ଚନ୍ଦ୍ର ପ୍ରଭାବରେ ଜଟିଳ ପରିସ୍ଥିତିରେ ସାମ୍ୟତା ଆଣିବାରେ ସମର୍ଥ ହେବେ। ତଥାପି ଭୁଲ୍‍ ବୁଝାମଣା କାରଣରୁ ପାରିବାରିକ ଜୀବନରେ ସମସ୍ୟା ସୃଷ୍ଟିର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ। ଗୃହ କିମ୍ବା ରାସ୍ତାଘାଟ ତଥା ଅନ୍ୟାନ୍ୟ ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବଭଳି ରହିବା ହେତୁ ସାମୟିକ ଖୁସି ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?