ଜିଲା ସ୍ତରୀୟ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଅଷ୍ଟମ ସାମାଜିକ ମହୋତ୍ସବ

କେସିଙ୍ଗା, ୫।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ସ୍ଥିତ ଗୋବର୍ଦ୍ଧନ ପୀଠ ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ ଜିଲା ସ୍ତରୀୟ ଅଷ୍ଟମ ସାମାଜିକ ମହୋତ୍ସବ ଜିଲା ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଛି।

ପ୍ରଥମେ ବାଲସି ଜଗନ୍ନାଥ ମନ୍ଦିରରୁ ମାଶାଲ ଯାତ୍ରା କରାଯାଇ ଗୋବର୍ଦ୍ଧନ ପୀଠ ସଭା ମଞ୍ଚରେ ମଶାଲ ସ୍ଥାପନ କରାଯାଇଥିଲା। ସାହୁ ସାମାଜିକ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ। ଜିଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ। ଗ୍ରାମ୍ୟ କମିଟି, ମଣ୍ଡଳ କମିଟି, ବ୍ଲକ କମିଟି, ଜିଲା କମିଟି ର ସଦସ୍ୟ ଙ୍କୁ ସମାଜ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରା ଯାଇଥିଲା।

ଏହି ସଭାରେ ଉପସ୍ଥିତ ସମସ୍ତ ସାହୁ ସମାଜର ଲୋକଙ୍କୁ ସଚେତନତା ପାଇଁ ସଭାପତି ଶ୍ରୀ ସାହୁ ସମାଜରେ ରିଙ୍ଗ ସେରେମୋନି ଉଚ୍ଛେଦ, ଝିଅର ନଡ଼ିଆ ଧରାବାବଦକୁ ଦୁଇ ହାଜରରୁ ଉର୍ଦ୍ଧ୍ବ ଧରାଇ ପାରିବେ ନାହିଁ, ସମାଜର ବାଇ-ଲ,ଯୌତୁକ ନିଷେଧ, ନାରୀ ନିର୍ଯ୍ୟାତନା ଆଦି ବିଷୟରେ ଆବଗତ କରାଯାଇ ଥିଲା।

ପୁଅ ଝିଅଙ୍କୁ ଶିକ୍ଷିତ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା। ସମାଜର ବିଭିନ୍ନ ସମସ୍ୟା ଓ ଯୌତୁକ ,ନିଶା ନିବାରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଉପସଭାପତି ଯୁବରାଜ ସାହୁ, ଯୁଗ୍ମ ସମ୍ପାଦକ ସୁଲପାଣି ସାହୁ, କାର୍ଜି ବିରଞ୍ଚି ସାହୁ,କିଶନ ସାହୁଙ୍କ ସମେତ ମଣ୍ଡଳ ସଭାପତି ମନୋହର ସାହୁ, ଗ୍ରାମ୍ୟ କମିଟି ସଭାପତି ନକୁଳ ସାହୁ, ସମ୍ପାଦକ ଫକୀର ସାହୁ ପ୍ରମୁଖ ଉପସ୍ଥିତ ରହି ସାହୁ ସମାଜର ଉତ୍ତୋରୋତ୍ତର ଶୁଭ କାମନା ଜଣାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବାଲସି ମଣ୍ଡଳ ସମ୍ପାଦକ ଅଶ୍ୱନୀ କୁମାର ସାହୁ,ଲିଙ୍ଗରାଜ ସାହୁ,ଖୁସିରାମ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

କର୍ଲାମୁଣ୍ଡା ବ୍ଲକ ପାଇଁ ଗୌରବ: ପ୍ରଥମ ମହିଳା ଭାବେ ପିଏଚ୍‌ଡି ଡିଗ୍ରୀ ହାସଲ କଲେ ସୀମନ୍ତିନୀ ସେଠ

ରିଷିଡ଼ା, ୧୯।୯ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଗ୍ରାମର ସୀମନ୍ତିନୀ ସେଠ ସଂସ୍କୃତ ବିଷୟରେ ଗବେଷଣା କରି ପିଏଚ୍‌ଡି (PhD) ଡିଗ୍ରୀ ହାସଲ…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?