ଜିଲା ସ୍ତରୀୟ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜର ଅଷ୍ଟମ ସାମାଜିକ ମହୋତ୍ସବ

କେସିଙ୍ଗା, ୫।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ଗ୍ରାମ ସ୍ଥିତ ଗୋବର୍ଦ୍ଧନ ପୀଠ ପରିସରରେ ତୈଲିକ ବୈଶ୍ୟ ହଳଦିଆ ସାହୁ ସମାଜ ପକ୍ଷରୁ ଜିଲା ସ୍ତରୀୟ ଅଷ୍ଟମ ସାମାଜିକ ମହୋତ୍ସବ ଜିଲା ସଭାପତି ନୀଳମଣି ସାହୁଙ୍କ ସଭାପତିତ୍ୱରେ ରବିବାର ଅନୁଷ୍ଠିତ ହୋଇଛି।

ପ୍ରଥମେ ବାଲସି ଜଗନ୍ନାଥ ମନ୍ଦିରରୁ ମାଶାଲ ଯାତ୍ରା କରାଯାଇ ଗୋବର୍ଦ୍ଧନ ପୀଠ ସଭା ମଞ୍ଚରେ ମଶାଲ ସ୍ଥାପନ କରାଯାଇଥିଲା। ସାହୁ ସାମାଜିକ ପତାକାକୁ ସଭାପତି ଉତ୍ତୋଳନ କରିଥିଲେ। ଜିଲା ସାଧାରଣ ସଂପାଦକ ନବୀନ କିଶୋର ସାହୁ ବିବରଣୀ ପଠନ କରିଥିଲେ। ଗ୍ରାମ୍ୟ କମିଟି, ମଣ୍ଡଳ କମିଟି, ବ୍ଲକ କମିଟି, ଜିଲା କମିଟି ର ସଦସ୍ୟ ଙ୍କୁ ସମାଜ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା କରା ଯାଇଥିଲା।

ଏହି ସଭାରେ ଉପସ୍ଥିତ ସମସ୍ତ ସାହୁ ସମାଜର ଲୋକଙ୍କୁ ସଚେତନତା ପାଇଁ ସଭାପତି ଶ୍ରୀ ସାହୁ ସମାଜରେ ରିଙ୍ଗ ସେରେମୋନି ଉଚ୍ଛେଦ, ଝିଅର ନଡ଼ିଆ ଧରାବାବଦକୁ ଦୁଇ ହାଜରରୁ ଉର୍ଦ୍ଧ୍ବ ଧରାଇ ପାରିବେ ନାହିଁ, ସମାଜର ବାଇ-ଲ,ଯୌତୁକ ନିଷେଧ, ନାରୀ ନିର୍ଯ୍ୟାତନା ଆଦି ବିଷୟରେ ଆବଗତ କରାଯାଇ ଥିଲା।

ପୁଅ ଝିଅଙ୍କୁ ଶିକ୍ଷିତ କରିବା ସହ ସ୍ୱାସ୍ଥ୍ୟ କ୍ଷେତ୍ରରେ ଧ୍ୟାନ ଦେବା ପାଇଁ ଆଲୋଚନା କରାଯାଇଥିଲା। ସମାଜର ବିଭିନ୍ନ ସମସ୍ୟା ଓ ଯୌତୁକ ,ନିଶା ନିବାରଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା ଉପସଭାପତି ଯୁବରାଜ ସାହୁ, ଯୁଗ୍ମ ସମ୍ପାଦକ ସୁଲପାଣି ସାହୁ, କାର୍ଜି ବିରଞ୍ଚି ସାହୁ,କିଶନ ସାହୁଙ୍କ ସମେତ ମଣ୍ଡଳ ସଭାପତି ମନୋହର ସାହୁ, ଗ୍ରାମ୍ୟ କମିଟି ସଭାପତି ନକୁଳ ସାହୁ, ସମ୍ପାଦକ ଫକୀର ସାହୁ ପ୍ରମୁଖ ଉପସ୍ଥିତ ରହି ସାହୁ ସମାଜର ଉତ୍ତୋରୋତ୍ତର ଶୁଭ କାମନା ଜଣାଇଥିଲେ। ମଞ୍ଚ ପରିଚାଳନା କରିଥିଲେ ବାଲସି ମଣ୍ଡଳ ସମ୍ପାଦକ ଅଶ୍ୱନୀ କୁମାର ସାହୁ,ଲିଙ୍ଗରାଜ ସାହୁ,ଖୁସିରାମ ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ। ପରିଶେଷରେ ବିଭିନ୍ନ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରିହାତିରେ ବିଜୁଳି ବିଲ୍‌…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୨୨।୧: ରାଜ୍ୟ କ୍ୟାବିନେଟକୁ ନେଇ ଆସିଛି ବଡ ଖବର । ମୁଖ୍ୟମନ୍ତ୍ରୀ ମୋହନ ମାଝୀ କରିଛନ୍ତି ବଡ ଘୋଷଣା । କ୍ୟାବିନେଟରେ ୧୦ ବଡ ପ୍ରସ୍ତାବକୁ...

ନବୀନ ନବୀନ ଗୀତ ପାଇଁ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କଲେ ଯାତ୍ରା ପାର୍ଟି ପରିଚାଳକ

ଚାନ୍ଦବାଲି,୨୨ା୧(ଅଶୋକ ପଣ୍ଡା): ୧୯ ତାରିଖ ମକର ମେଳା ସମୟରେ ଭଦ୍ରକ ଜିଲା ଧାମରା ଗଙ୍ଗା ମାତା ପଡ଼ିଆରେ ଯାତ୍ରା ସ୍ବର୍ଣ୍ଣମହଲ ନିଜର ଅପେରା ଶୋ’ କରିବା...

ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସି ଜଙ୍ଗଲରୁ ଯୁବତୀ ଉଦ୍ଧାର ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଧରି ସିନ୍‌ ରିକ୍ରିଏଶନ କଲା ପୋଲିସ

ବରଗଡ଼,୨୨ା୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ଦେଖିବାକୁ ଆସିଥିବା ନିଖୋଜ ଯୁବତୀଙ୍କୁ ଅପହରଣ, ବଳାତ୍କାର ଏବଂ ହତ୍ୟା ଉଦ୍ୟମ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।...

ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ, କହିଲେ ସରେଣ୍ଡର କର ନ ହେଲେ…

ଭୁବନେଶ୍ୱର,୨୨।୧:ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ୍‌ କଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ ।...

ଦୁଇ ହାତୀଦାନ୍ତ ଜବତ, ୪ ଅଭିଯୁକ୍ତ ଅଟକ

ବାରିପଦା,୨୨ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଜଙ୍ଗଲରେ ହାତୀମାନେ ଅସୁରକ୍ଷିତ ହୋଇପଡ଼ିଲେଣି। ଶିକାରୀମାନେ ଜଙ୍ଗଲ ଭିତରେ ପଶି ହାତୀଙ୍କୁ ମାରି ସେମାନଙ୍କ ଦାନ୍ତ ଚୋରାଚାଲାଣ କରୁଛନ୍ତି। ବୁଧବାର ଧରାପଡ଼ିଛନ୍ତି...

ଖୋଲିବ ଗୁମର, ଫସିବେ ବବି !

ଭୁବନେଶ୍ୱର,୨୨ା୧: ଖୋଲିବ ଗୁମର। ପୁଣି ଫସିବେ ବିଜେଡି ନେତା ବବି ଦାସ। ଭାଜପା ସରକାର ବବିଙ୍କ ଉପରେ କଡ଼ା ଆକ୍ସନ ନେବେ ବୋଲି ରାଜନୈତିକ ମହଲରେ...

ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି-୨୦୨୦: ଲାଗୁ ହେଲେ ବନ୍ଦ ହୋଇଯିବ ଅଙ୍ଗନବାଡି!

ଭୁବନେଶ୍ୱର,୨୨।୧: ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି (NEP) କାର୍ଯ୍ୟକାରୀ କରିବା ପାଇଁ ପ୍ରକ୍ରିୟାକୁ ତ୍ୱରାନ୍ବିତ କରି, ରାଜ୍ୟ ସରକାର ପ୍ରଥମ ଶ୍ରେଣୀରୁ ୬ ବର୍ଷରୁ ଅଧିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri