ମେଷ

ଅନୁକୂଳ ଗ୍ରହ ସମ୍ପର୍କରୁ ଶାରୀରିକ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୈାଣସି କଥା ବନ୍ଧୁଙ୍କ ନିକଟରୁ ଶୁଣିବାକୁ ପାଇ ଉଲ୍ଲସିତ ହୋଇପାରନ୍ତି। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ସମସ୍ୟାରେ ଛନ୍ଦି ହୋଇଯିବେ। ସତର୍କତାର ସହ କାମ ନ କଲେ ଫସିଯିବେ।
ବୃଷ

ତିନୋଟି ଗ୍ରହ ଭାଗ୍ୟସ୍ଥାନକୁ ଦେଖୁଥିବାରୁ ଏକାଧାରରେ ଅର୍ଥଲାଭ ସାଙ୍ଗକୁ ସନ୍ତାନମାନଙ୍କ ଗୈାରବରେ ଗୈାରବାନ୍ବିତ ହୋଇପାରନ୍ତି। କୈାଣସି ପଡୋଶିନୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତରଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାମାଜିକ ସ୍ତରରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବାର ଆଶା ରହିଛି।
ମିଥୁନ

କର୍ମଭାବକୁ ବୃହସ୍ପତିଙ୍କ ଶୁଭ ଦୃଷ୍ଟିରୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବାର ମାର୍ଗ ଉନ୍ମୁକ୍ତ କରିବ। ଆକସ୍ମିକ ଭାବରେ ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଚତୁର୍ଥସ୍ଥାନରେ କେତୁଙ୍କ ସ୍ଥିତିଜନିତ ପାରିବାରିକ କ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ।
କର୍କଟ

ବୃହସ୍ପତି ଓ ଶୁକ୍ରଙ୍କ ସହ ବୁଧ ସଂଯୋଗରୁ ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହୋଇ ପ୍ରଶଂସିତ ହେବେ। ତଥାପି ପାରିବାରିକ କ୍ଷେତ୍ରରେ ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ କରିପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବାର ଆଶଙ୍କା ରହିଛି ।
ସି˚ହ

ମଙ୍ଗଳ ଭାଗ୍ୟସ୍ଥାନରେ ଥିବାରୁ ପ୍ରତ୍ୟେକ କାମକୁ ଦକ୍ଷତାର ସହ ସମ୍ପାଦନ କରିବାରେ ପ୍ରେରଣା ଯୋଗାଇବ। ଆବଶ୍ୟକତା ପୂରଣ ସକାଶେ କରଜ କରିପାରନ୍ତି। ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଆଣିବାର ସୂଚନା ରହିଛି। ସାମାଜିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।
କନ୍ୟା

ଶନି ଦୃଷ୍ଟ ଚନ୍ଦ୍ରଜନିତ ମନ ଭିତରର ଅକୁହା କଥାକୁ ପ୍ରକାଶ ନ କରି ଅନ୍ୟମାନଙ୍କ କାମରେ ନିଜକୁ ମଜ୍ଜାଇ ରଖିପାରନ୍ତି। ପରିବାରର ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତି ସୃଷ୍ଟି ହେବ । ଅନ୍ୟମାନଙ୍କୁ ଖୁସିରେ ରଖିବାକୁ ଚେଷ୍ଟାକରି ପ୍ରଶଂସିତ ହେବେ। ପ୍ଲଟିଙ୍ଗ୍ କାରବାରର ଝମେଲା ସାଙ୍ଗକୁ ସ୍ବାସ୍ଥ୍ୟସମସ୍ୟା ଅଶାନ୍ତିକୁ ବୃଦ୍ଧି କରିବ।
ତୁଳା

ଆଜି କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି ପାଇବାରୁ ମନ ଅଶାନ୍ତ ରହିବ। କର୍ମଭାବସ୍ଥ ଶୁଭଗ୍ରହଜନିତ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସୁଯୋଗ ଆପଣା ଛାଏଁ ପାଖରେ ଆସି ଜୁଟିବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ। ନିଜ ଲୋକମାନଙ୍କ ଅନାଦର ଭାବ ମନକୁ ସାମୟିକ ବ୍ୟଥିତ କରିପାରେ।
ବିଛା

ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବାରୁ ଠିକ୍ ନିଷ୍ପତ୍ତି ନେବା ସହଜସାଧ୍ୟ ହେବନାହିଁ। ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ଚନ୍ଦ୍ର ଏବଂ ଭାଗ୍ୟସ୍ଥ ଗ୍ରହ ପ୍ରଭାବରୁ ସାହିତ୍ୟ, ସାମ୍ବାଦିକତା ଏବଂ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ

ପାରିବାରିକ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତା କାରଣରୁ ଅଫିସ୍ରେ ଭୁଲ୍ ବୁଝାମଣା ହେତୁ ସମସ୍ୟା ବଢିପାରେ। କାମ ହାସଲ ସକାଶେ ବନ୍ଧୁଙ୍କ ପ୍ରତିଶ୍ରୁତି ଉପରେ ଭରସା କରିପାରିବେ ନାହିଁ। ଚନ୍ଦ୍ର ଏବଂ ବୃହସ୍ପତିଙ୍କ କ୍ଷେତ୍ର ବିନିମୟ ହେତୁ ସ୍ବାସ୍ଥ୍ୟ ସମସ୍ୟା ମନକୁ ଆନ୍ଦୋଳିତ କରିପାରେ।
ମକର

ଗୁରୁକ୍ଷେତ୍ରସ୍ଥ ତୃତୀୟ ଶନିଙ୍କ ସ୍ଥିତିଜନିତ ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଂଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ବ୍ୟବସାୟିକ ସଫଳତା ପୂର୍ଣ୍ଣ ସନ୍ତୋଷଜନକ ହେବନାହିଁ।
କୁମ୍ଭ

ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। ଅସୁବିଧା ନ ହେଲେ ମଧ୍ୟ କେତେକ କାମ ଅଧାରେ ଅଟକି ଯିବା କାରଣରୁ ମାନସିକ ସ୍ତରରେ ଅଶାନ୍ତି ଅନୁଭବ କରିବେ। କର୍ମାଧିପ ନିଜ ଭାବକୁ ଅବଲୋକନ କରୁଥିବାରୁ ଆଜି ଆପଣଙ୍କର କୈାଣସି କାମ ଅଟକି ରହିବନାହିଁ।
ମୀନ
ସମସ୍ୟା ରହିଥିଲେ ମଧ୍ୟ ଦଶମଭାବସ୍ଥ ଚନ୍ଦ୍ର ପ୍ରତ୍ୟେକ ପରିସ୍ଥିତିକୁ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢିବା କାରଣରୁ ବ୍ୟସ୍ତତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି। ଶୁକ୍ରଙ୍କ ସୁପ୍ରଭାବରୁ ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ ଆଦୃତ ହେବେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.