କେସିଙ୍ଗା,୨୭ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍ଏସିର ବଗାଡ଼ ଓ୍ବାର୍ଡ ନଂ ୨ରେ ନବନିର୍ମିତ ଗୋଷ୍ଠୀ କେନ୍ଦ୍ରକୁ ନଗରପାଳ ନୃପରାଜ ଯାଦବଙ୍କ କରକମଳରେ ଶନିବାର ଉଦ୍ଘାଟିତ ହୋଇଛି। ଏହି ଗୋଷ୍ଠୀ କେନ୍ଦ୍ର ୧ କୋଟି ୨୬ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହୋଇଥିଲା। ନିର୍ମାଣ ହୋଇ ଏକ ବର୍ଷ ବିତିଯାଇଥିଲା। କାରଣ ମୁଖ୍ୟ ଅତିଥି ଖୋଜିବାରେ ସମୟ ଚାଲି ଯାଇଥିଲା। ଏନ୍ଏସିର ଅଧ୍ୟକ୍ଷ ନୃପରାଜ ଯାଦବ ଭାଜପାର ଏମ୍ପିଙ୍କୁ ମୁଖ୍ୟ ଅତିଥି କରିବା ପାଇଁ ଗତ ୨୨ ତାରିଖରେ ଏମ୍ପିଙ୍କ ସହ କଥା ହୋଇ ଥିଲେ। କିନ୍ତୁ ଏମ୍ପିଙ୍କ କହିବା ଅନୁସାରେ ୨୭ ତାରିଖରେ ଗୋଷ୍ଠୀକେନ୍ଦ୍ର ଉଦ୍ଘାଟିତ କରିବା ପାଇଁ ସହମତି ଦେଇଥିଲେ। କିନ୍ତୁ ଏହି କାର୍ଯ୍ୟକ୍ରମରେ ଏମ୍ପିଙ୍କୁ ମୁଖ୍ୟ ଅତିଥି ଭାବେ ରହିବା ପାଇଁ ନିଷ୍ପତ୍ତି ହୋଇଥିଲା। ସମ୍ମାନିତ ଅତିଥି ଭାବେ ରାଜ୍ୟ ସଭା ଏମ୍ପି ସୁଜିତ କୁମାର, ସଦର ବିଧାୟକ ସାଗର ଚରଣ ଦାଶ, ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କୁ ନିମନ୍ତ୍ରଣ କରାଯାଇ ଥିଲା କାରଣ ଏନ୍ଏସିର ଅଧ୍ୟକ୍ଷ ବିଜେଡି ହୋଇଥିବାରୁ ଏହି ଗୋଷ୍ଠୀ କେନ୍ଦ୍ର ନିର୍ମାଣରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବଦାନ ଥିବାରୁ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଓ ଜୁନାଗଡ଼ର ବିଧାୟକ ହୋଇ ଥିବାରୁ ନିମନ୍ତ୍ରଣ କରାଯାଇଥିଲା। ଏହି କଥା ଭାଜପା କର୍ମୀମାନେ ଜାଣିଲା ପରେ ଗତକାଲି ଏହି ଉଦ୍ଘାଟନ କାର୍ଯ୍ୟକ୍ରମ ବାତିଲ କରିବାକୁ ଏନ୍ଏସିର କର୍ମଚାରୀଙ୍କୁ ଧମକ ଦେଇଥିଲେ। ବିଜେଡି ବିଧାୟକ କାହିଁକି ଆସିବେ ବୋଲି ବିରୋଧ କରି ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଜିଲାପାଳ କେସିଙ୍ଗା ଏନ୍ଏସିର ନିର୍ବାହୀ ଅଧିକାରୀଙ୍କୁ ଉଦ୍ଘାଟନ କରିବାକୁ ମନା କରିବାକୁ କହିଥିଲେ। ଶନିବାର ପୂର୍ବାହ୍ନରେ ଉଦ୍ଘାଟନ କରିବାକୁ ଅଧ୍ୟକ୍ଷ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ଜିଲାପାଳ ମନା କରିଛନ୍ତି। କାରଣ ଭାଜପାର ଅଭିଯୋଗ ଅଛ, ଉଦ୍ଘାଟନ ହୋଇପାରିବ ନାହିଁ ବୋଲି କହିବାରୁ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର ବୃନ୍ଦ ବିଚାର କରି ଗୋଷ୍ଠୀ କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ। ଏହି ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟନ ହେବାଦ୍ୱାରା ଓ୍ବାର୍ଡବାସୀଙ୍କ ସଭା ସମିତି, ବିବାହ, ଜନ୍ମ ବାର୍ଷିକ ଆଦି ଉତ୍ସବରେ ଉପକାର ହେବା ସହ ଓ୍ବାର୍ଡବାସୀ ସୂଚାରୁରୂପେ କାର୍ଯ୍ୟ କରିବେ। ଏହି ଗୋଷ୍ଠୀ କେନ୍ଦ୍ର ଉଦ୍ଘାଟିତ ପରେ ଓ୍ବାର୍ଡବାସୀ ଅଧ୍ୟକ୍ଷ ଙ୍କୁ ଧନ୍ୟବାଦ ଦେଇଛନ୍ତି। ଏ ସଂକ୍ରାନ୍ତରେ ଅଧ୍ୟକ୍ଷ ନୃପରାଜ ଯାଦବଙ୍କୁ ପଚାରିବାରୁ ମୁଁ ଆମ ଦଳର ବରିଷ୍ଠ ନେତା ଦିବ୍ୟ ଶଙ୍କର ମିଶ୍ରଙ୍କୁ ନିମନ୍ତ୍ରଣ କରିବାରୁ ଭାଜପା ଅତିଥି ଆସିଲେ ନାହିଁ ବୋଲି ପ୍ରକାଶ କରିଥିଲେ।

