Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୭ ତାରିଖ – Daily Horoscope

ମେଷ
ଆଜିର ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । ଅବଶ୍ୟ ବହୁପୂର୍ବରୁ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ, କିନ୍ତୁ ଏଥିପାଇଁ ଅର୍ଥଶ୍ରାଦ୍ଧ ଓ ବୁଦ୍ଧି ଖର୍ଚ୍ଚ କରିବାକୁ ପଡିବ । ବନ୍ଧୁମାନଙ୍କ ସଙ୍ଗ ଲାଭରୁ ଧର୍ମକାର୍ଯ୍ୟ ପାଇଁ ପ୍ରେରଣା ମିଳିପାରେ । ବ୍ୟବସାୟରେ ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ ।
ବୃଷ
ବୃଷ

ପାରିବାରିକ ଅସ୍ଥିରତା ସଙ୍ଗକୁ କର୍ମକ୍ଷେତ୍ର ମଧ୍ୟ ସମସ୍ୟା ବହୁଳ ରହିବ । ଘରର କେତେକ ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି । ପ୍ରିୟ ଲୋକଟି ସକାଶେ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ । ମାଲିକ ସହ ଛୋଟ କଥାରୁ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିପାରେ ।

ମିଥୁନ
ମିଥୁନ
ନିଜର ଆତ୍ମୀୟସ୍ବଜନଙ୍କ ସହ ଭୁଲ୍ ବୁଝାମଣାରୁ କଳହ ସୃଷ୍ଟିର ସମ୍ଭାବନା ରହିଛି । ରାଜନୀତି,ସଭାସମିତି ଓ ଆନୁଷ୍ଟାନିକ କାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି । ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍ ଆରମ୍ଭକରିବାକୁ ମନ ବଳାଇବେ ।
କର୍କଟ
କର୍କଟ
ବ୍ୟୟବହୁଳ ଖର୍ଚ୍ଚ ମାନସିକ ସ୍ଥିତିକୁ ପ୍ରଭାବିତ କରିବ । ନିଜର ସ୍ବାର୍ଥସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିବେ । ବାଣିଜ୍ୟ, ଶିଳ୍ପ ଓ ବ୍ୟବସାୟରେ ଦ୍ୱନ୍ଦ୍ୱର ଅବସାନ ଘଟିବ । କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିବେ ।
ସି˚ହ
ସି˚ହ
କୌଣସି କାମ ସକାଶେ ବାରମ୍ବାର ଅସଫଳତା ହେତୁ ନିଜ ଲୋକମାନଙ୍କ ଉପରୁ ଭରସା ତୁଟି ଯାଇପାରେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ । ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକ ସମ୍ପର୍କ ବଢ଼ିବ । ଅନିୟମିତ ଆହାର ଗ୍ରହଣ ଫଳରେ ଅସୁସ୍ଥତା ଅନୁଭବ କରିବେ ।
କନ୍ୟା
ଆପଣଙ୍କ ସୁଚିନ୍ତିତ ଯୋଜନା ଅନୁଯାୟୀ କାର୍ଯ୍ୟ ହାସଲ କରିବାରେ କୌଣସି ଅସୁବିଧା ରହିବ ନାହିଁ । ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ । ରପ୍ତାନି ବାଣିଜ୍ୟ, ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବେ ।
ତୁଳା
ତୁଳା
ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ଓ ଅକାରଣ ଜିଦ୍ ମନକୁ ବିଭ୍ରାନ୍ତ କରିପାରେ । କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉସତ୍।ହିତ ହେବେ । ହଠାତ୍ ବିରୋଧୀ ପକ୍ଷ ସକ୍ରିୟ ହୋଇ ସ୍ବର ଉତ୍ତୋଳନ କରିପାରନ୍ତି । ଆର୍ଥିକ ସ୍ଥିତି ପୂର୍ବପରି ରହିବା କାରଣରୁ ମନରେ ସରସତା ରହିବ ନାହିଁ ।
ବିଛା
ବିଛା
କୌଣସି ନୂତନ ବନ୍ଧୁତ୍ୱ ସଙ୍ଗକୁ କର୍ମକ୍ଷେତ୍ର ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେବ । ବୃଥା ସନ୍ଦେହ ଜନିତ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗଁୁ ମନରେ ସରସତା ରହିବ ନାହିଁ । କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବେ ।
ଧନୁ
ଧନୁ
ପ୍ରିୟ ବନ୍ଧୁଙ୍କର ସାନ୍ନିଧ୍ୟ ଲାଭ କିମ୍ବା ଦର୍ଶନଜନିତ ଆନନ୍ଦ ଅନୁଭବ କରିବେ । ଆଜିର କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି । ପ୍ରଶାସନିକ ଆଲୋଚନା କ୍ଷେତ୍ରରେ ଅପରାହ୍ନ ସମୟରେ ଟେନସନ୍ କିିଛି ମାତ୍ରାରେ କମିଯିବ । ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇପାରେ ।
ମକର
ମକର

କୌଣସି କାମ ନ ଅଟକିଲେ ମଧ୍ୟ କାମ ହାସଲର ଦୀର୍ଘତା ମନକୁ ଭାରାକ୍ରାନ୍ତ କରି ରଖିବ । ଏହା ସଙ୍ଗକୁ ସଦାସର୍ବଦା ରୋଗ, ଋଣ ଓ ଶତ୍ରୁତା ଲାଗି ରହିବା କାରଣରୁ ମନ ଭଲ ରହିବ ନାହିଁ । ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ମିଥ୍ୟା ଗୁଜବରେ ଆତଙ୍କିତ ହେବା ଠିକ୍ ହେବ ନାହିଁ ।

କୁମ୍ଭ
କୁମ୍ଭ
ପ୍ରତ୍ୟେକ କାମ ବିଳମ୍ବିତ ସମୟରେ ସମ୍ପନ୍ନ ହେଉଥିବାରୁ ଧୈର୍ଯ୍ୟଚ୍ୟୁତି ଘଟିପାରେ । ସାମ୍ବାଦିକତା, ପ୍ରଶାସନ, ପ୍ରକାଶ, ବାଣିଜ୍ୟ,ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ । କୌଣସି ସମସ୍ୟା ଓ ବିବାଦୀୟ ପରିସ୍ଥିତିରେ ମନଭୁଲାଣିଆ କଥା କହି ପରିବେଶକୁ ସ୍ବାଭାବିକ କରିପାରିବେ ।
ମୀନମୀନ

ସମସ୍ୟାରେ ସୁଧାର ଆସିବ ଓ ବିଦେଶଯାତ୍ରା, ମାଲିମକଦ୍ଦମା, ରାଜନୈତିକ ଆଲୋଚନା କ୍ଷେତ୍ରରେ ଶୁଭଫଳ ପାଇବେ । କୌଣସି ସୂତ୍ରରୁ ଶୁଣା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

ରାଶିଫଳ: ଗୁରୁବାର, ଅକ୍ଟୋବର ୧ ତାରିଖ – Daily Horoscope

ମେଷ ଆଜି ମୁଖଭାବସ୍ଥ ଚନ୍ଦ୍ରଙ୍କ ଯୋଗୁ କୋମଳ ବଚନ ମାଧ୍ୟମରେ ପାରିବାରିକ ଅଶାନ୍ତିକୁ ବଦଳାଇଦେଇ ପାରିବେ। ମଙ୍ଗଳଙ୍କ ଦୁର୍ବଳତା ଯୋଗୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ସେପ୍ଟେମ୍ବର ୩୦ ତାରିଖ – Daily Horoscope

ମେଷ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ ହେବ। କର୍ମକ୍ଷେତ୍ର, ବ୍ୟବସାୟ, ପରିବହନ, ସଭାସମିତିରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ସମ୍ପର୍କୀୟଙ୍କ ମିଥ୍ୟା ଅଭିଯୋଗ…

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?