ଦୁର୍ଘଟଣାରେ ଶିଶୁ ମୃତ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ବାଲିଗୁଡା,୨୬ା୧୦(ଡି.ଏନ.ଏ.): ବାଲିଗୁଡ଼ା ଉପଖଣ୍ଡ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟରେ ରବିବାର ସନ୍ଧ୍ୟାରେ ଏକ ବୋଲେରୋ ଧକ୍କାରେ ଜଣେ ୫ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ମୃତକ ହେଲେ ସୁଶୀଳ ପ୍ରଧାନଙ୍କ ପୁଅ ଯାଦବ। ଦୁର୍ଘଟଣା ପରେ ଚାଳକ ଫେରାର୍‌ ହୋଇଯାଇଥିଲେ। ସୋମବାର ପରିବାର ଲୋକେ ଓ ସ୍ଥାନୀୟବାସୀ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଗାଡ଼ି ଚାଳକଙ୍କୁ ଗିରଫ ଦାବିରେ ମୃତଦେହ ରଖି ବାଲିଗୁଡ଼ା-ରାଇକିଆ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଲିଗୁଡ଼ାରୁ ବ୍ରହ୍ମପୁର, ଭୁବନେଶ୍ୱର ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଜି.ଉଦୟଗିରି ଏସ୍‌ଡିପିଓ, କ.ନୂଆଗାଁ ତହସିଲଦାର ଓ ସାରଙ୍ଗଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିଥିଲେ। ପରେ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ସହ ଗାଡ଼ି ଚାଳକଙ୍କୁ ଗିରଫ କରିବା ପରେ ରାସ୍ତାରୋକୋ ହଟିଥିଲା।
ପ୍ରକାଶ ଯେ, ଜିଡୁବାଡ଼ି ଛକ ନିକଟରେ ଥିବା ଘର ସାମ୍ନାରେ ଯାଦବ ଠିଆ ହୋଇଥିବା ସମୟରେ ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁଟିକୁ ଉଦ୍ଧାର କରି ବାଲିଗୁଡ଼ା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ: ସିଟି କଲେଜ ଚାମ୍ପିୟନ

ବ୍ରହ୍ମପୁର ଅଫିସ୍‌,୧୪ା୧୨-ବ୍ରହ୍ମପୁର ଉପଖଣ୍ଡ ଭଲିବଲ୍‌ ଟୁର୍ନାମେଣ୍ଟ ଶୁକ୍ରବାର ବ୍ରହ୍ମପୁର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଯାଇଛି। ଟୁର୍ନାମେଣ୍ଟର ଫାଇନାଲ୍‌ ମ୍ୟାଚ୍‌ ବ୍ରହ୍ମପୁର କ୍ରୀଡ଼ା ଛାତ୍ରାବାସ ଏବଂ ସିଟି କଲେଜ...

ଫାଇଦା ଉଠାଉଛନ୍ତି ଅସାଧୁ ବ୍ୟବସାୟୀ

ଖଇରା, ୨୮ା୩(ଡି.ଏନ.ଏ.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଖଇରା ତଥା ବ୍ଲକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାଶନ ସାମଗ୍ରୀ ଭଳି ଅତ୍ୟାବଶ୍ୟକ...

ଆତଙ୍କ ଖେଳାଇଛନ୍ତି କୁଲଡ଼ିହା ହାତୀ: ଜଣଙ୍କୁ କଚାଡ଼ି ମାରିଲେ

ନୀଳଗିରି/ସଜନାଗଡ଼, ୨୯।୪(ଡି.ଏନ.ଏ.)-କିଛିମାସ ହେଲା ନୀଳଗିରି ବ୍ଲକ ଅଧୀନ କୁଲଡ଼ିହା ଅଭୟାରଣ୍ୟର ହାତୀପଲ ବନାଞ୍ଚଳ ନିକଟସ୍ଥ ଗ୍ରାମରେ ପଶି ବହୁ ଘର, ବିଭିନ୍ନ ପ୍ରକାର ଫସଲ ନଷ୍ଟ...

ଟଙ୍କା ଭାଗବଣ୍ଟାକୁ ନେଇ ଭାଇକୁ ହତ୍ୟା କଲା ଭାଇ

ବଇଣ୍ଡା,୨୨।୧(ଡି.ଏନ.ଏ.): ଅନୁଗୋଳ ଜିଲା କିଶୋରନଗର ଥାନା ଅଙ୍ଗପଡା ନିକଟସ୍ଥ ଦଳିତ ସାହିରେ ବୁଧବାର ମଝିଆଁ ଭାଇ ଗୁଣନିଧି ବେହେରା (୨୬)ଙ୍କୁ ତାଙ୍କ ସାନ ଭାଇ ଜେନାମଣି...

କଡ଼ମାରେ ଜଳ ସଙ୍କଟ ଉତ୍କଟ

କୋରେଇ,୫।୩(ଡି.ଏନ୍‌.ଏ): ଗ୍ରୀଷ୍ମ ପ୍ରବାହ ବଢ଼ିବା ସହ କୋରେଇ ବ୍ଲକ ଅଧୀନ ଏକାଧିକ ପଞ୍ଚାୟତରେ ଜଳ ସମସ୍ୟା ଚିନ୍ତା ବଢ଼ାଇଛି। ୨୦ ବର୍ଷ ପଛ ତଥା ପୂର୍ବଭଳି...

୨୨ ଓଏଏସ୍‌ ଅଧିକାରୀଙ୍କ ବଦଳି

ଯାଜପୁର ଅଫିସ,୭ା୪: ଓଡ଼ିଶା ପ୍ରଶାସନିକ ସେବା(ଓଏଏସ-ଏ)(ଜେବି) ପାହ୍ୟାର ୨୨ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶ ହୋଇଛି। ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ମନୋଜ...

କେନ୍ଦୁଝରରେ ଚିହ୍ନଟ ହେଲେ ଆଉ ୫ କରୋନା ଆକ୍ରାନ୍ତ, ସବୁ ହାଟଡିହୀ ବ୍ଲକ ଅଞ୍ଚଳର

କେନ୍ଦୁଝର/ହାଟଡିହୀ,୧୨।୬(ସ୍ବ.ପ୍ର./ଡି.ଏନ.ଏ. ): କେନ୍ଦୁଝର ଜିଲାରେ ଶୁକ୍ରବାର ଆଉ ପାଞ୍ଚଟି କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଦୁଇ ଦିନରେ ୧୩ ରୋଗୀ ଚିହ୍ନଟ ହୋଇଛନ୍ତି।...

ଶିମିଳିପାଳ ବଫର ଅଞ୍ଚଳରେ ପଶିଲା କରୋନା: ଖଡ଼ିଆ ସମ୍ପ୍ରଦାୟର ୧୬ ସଂକ୍ରମିତ

ବାରିପଦା ଅଫିସ,୧୯ା୫- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ଥିବା ବଫର ଇଲାକାରେ ରହୁଥିବା ଖଡ଼ିଆ ଜନଜାତି ସମ୍ପ୍ରଦାୟର ଲୋକେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କୁଇକ୍‌...

Advertisement
Archives

Model This Week