Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୧୬ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟରେ ଆଂଶିକ ଉନ୍ନତି ଦେଖାଦେବ ଓ ବନ୍ଧୁ ମିଳନରୁ ଖୁସି ରହିବେ। କିନ୍ତୁ ସନ୍ଧ୍ୟାରେ ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ରାଜନୀତିରେ, ସାଙ୍ଗଠନିକ କ୍ଷେତ୍ରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ବନ୍ଧୁଙ୍କ ପକ୍ଷପାତିତା ଓ ବ୍ୟବହାରିକ ବ୍ୟତିକ୍ରମ ସକାଶେ ମନ ଭାରାକ୍ରାନ୍ତ ରହିବ।
ବୃଷ
ବୃଷ
ଆଜିର କାମଗୁଡ଼ିକ ସମ୍ପନ୍ନ କରିବାରେ ବହୁତ କଷ୍ଟ ଭୋଗ କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ ଲାଭବାନ ହେବେ। ପୂର୍ବ ସ୍ଥିରୀକୃତ ଯୋଜନା ଅନୁଯାୟୀ ବନ୍ଧୁଦ୍ୱାରକୁ ଗମନ କରିପାରନ୍ତି। ଶତ୍ରୁତା କରୁଥିବା ଲୋକମାନଙ୍କ ନିକଟରୁ ଯଥା ସମ୍ଭବ ଦୂରେଇ ରହିବା ଭଲ ହେବ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ପ୍ରଶାସନିକ, ପରିବହନ, ବ୍ୟବସାୟ, ନିର୍ମାଣ ଓ ଆଲୋଚନା କ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇପାରନ୍ତି। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ବାଦବିବାଦ କ୍ରମେ ଜଟିଳ ହୋଇପାରେ।
କର୍କଟ
କର୍କଟ
ଉନ୍ନତ ଚିନ୍ତାଧାରା ସହିତ ବିଶିଷ୍ଟ ବ୍ୟକ୍ତିଙ୍କ ସହ ଯୋଗସୂତ୍ର ସ୍ଥାପନ କରି କାର୍ଯ୍ୟ ହାସଲ କରିବେ। କିନ୍ତୁ ଈର୍ଷାପରାୟଣ ଶତ୍ରୁମାନଙ୍କର ସମସ୍ୟା ସୃଷ୍ଟି ମନକୁ ଭାରାକ୍ରାନ୍ତ କରିବ। ପରିବାରରେ ସମସ୍ୟା ସମାଧାନ ଦିଗରେ ଚେଷ୍ଟା କଲେ ସଫଳତା ପାଇବେ। ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ଦୂରଯାତ୍ରା କରିପାରନ୍ତି।
ସି˚ହ
ସି˚ହ
ପାରିପାର୍ଶ୍ୱିକ କ୍ଷେତ୍ରରେ କେତେକ ବ୍ୟତିକ୍ରମ ଦେଖିବା ପରେ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା ହ୍ରାସ ପାଇପାରେ। ଆର୍ଥିକ ସ୍ଥିତି ପୂର୍ବପରି ରହିବ ଓ ବିଭିନ୍ନ ଯୋଜନାରେ ସଫଳ ହେବେ। କେତେକ କାମର ପରିକଳ୍ପନା କରି ତାହାକୁ ଆରମ୍ଭ କରିବାର ମନସ୍ଥ କରିପାରନ୍ତି। ଘରୋଇ କାମରେ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କନ୍ୟା
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ସମସ୍ୟା ରହିଥିଲେ ମଧ୍ୟ ବୁଝିବିଚାରି କାମ କରିବା ସାଙ୍ଗକୁ ଅବସ୍ଥା ଦେଖି ବ୍ୟବସ୍ଥା କରନ୍ତୁ। ପରିବାରରେ ସାଧାରଣ କଥାକୁ ଗୁରୁତର ସହ ବିଚାର କରି କାମ କରିବା ଭଲ ହେବ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବନ୍ଧୁ କେହି ଈର୍ଷାପରାୟଣ ହୋଇ ସମସ୍ୟା ସୃଷ୍ଟି କରିପାରନ୍ତି।
ତୁଳା
ତୁଳା
ଆଜି ନିଜ ଲୋକଙ୍କ ବିରୁଦ୍ଧାଚରଣ ପରିବେଶକୁ ସରଗରମ କରିରଖିବ। ବ୍ୟବସାୟିକ, ସାମାଜିକ, ଅଭିବୃଦ୍ଧି ବୃଦ୍ଧି ପାଇବାରୁ ସାମୟିକ ଖୁସି ରହିବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ଶିଳ୍ପ ଓ ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିବ। କର୍ମକ୍ଷେତ୍ରରେ ସାଧାରଣ କଥାରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ।
ବିଛା
ବିଛା
କେତେକ ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଥିବା କାରଣରୁ କର୍ମକ୍ଷେତ୍ର ସମସ୍ୟାବହୁଳ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀ ସମସ୍ୟା ସୃଷ୍ଟି କଲେ ମଧ୍ୟ କିଛି ଅସୁବିଧା ହେବନି। ବନ୍ଧୁଙ୍କ ବିପରୀତ ଆଚରଣରେ ଦୁଃଖୀ ହେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତିରେ ପ୍ରତିବନ୍ଧକଜନିତ କେତେକ ପରିସ୍ଥିତିରୁ ଚିନ୍ତିତ ରହିପାରନ୍ତି।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା, ଅସଜଡ଼ା ପାରିବାରିକ ପରିସ୍ଥିତି ସହ କର୍ମକ୍ଷେତ୍ରରେ କଳହକୁ ନେଇ ଅଶାନ୍ତି ଲାଗିରହିପାରେ। ବ୍ୟବସାୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିବେ। ଜମିଜମା, କଚେରି ମାମଲା, ରାଜନୈତିକ କ୍ଷେତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
ଦୀର୍ଘଦିନରୁ ପ୍ରତୀକ୍ଷିତ ଖବର ପାଇବା ସାଙ୍ଗକୁ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ନିଜର ଲକ୍ଷ୍ୟ ହାସଲ କରିପାରିବେ। ପାରିବାରିକ ଦୃଷ୍ଟିକୋଣରୁ ପର କଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
କୁମ୍ଭ
କୁମ୍ଭ
ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ ଓ ଲକ୍ଷ୍ୟ ହାସଲ କରିବେ। ଗତକାଲିର ଯୋଜନା ମୁତାବକ ଆବଶ୍ୟକ ସୁବିଧା ସୁଯୋଗ ଆପଣାଛାଏଁ ଜୁଟିଯିବ। ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ। କର୍ମକ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସାହାଯ୍ୟ, ସହଯୋଗ ଆଶାକରି ନିରାଶ ହେବେ। ଗବେଷଣା, ଅଧ୍ୟୟନ ଓ ଅଧ୍ୟାପନ, କଳା, ସାହିତ୍ୟ କ୍ଷେତ୍ରରୁ ସମ୍ମାନ ମିଳିବ। ପାରିବାରିକ କ୍ଷେତ୍ରରେ ଧୀରେ ଧୀରେ ସମସ୍ୟା ସମାଧାନ ଦିଗକୁ ମୁହଁାଇପାରେ। ନିଜ ପରିସରରେ ଏକ ଛୋଟ ଘଟଣା ଧୀରେ ଧୀରେ ଭିନ୍ନ ଆକାର ଧାରଣ କରିବାର ଆଶଙ୍କା ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅକ୍ଟୋବର ୫ ତାରିଖ – Daily Horoscope

ମେଷ ଆଜି ଯେକୌଣସି କ୍ଷେତ୍ରରେ ମଧ୍ୟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦେଲେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହେବ। ସାମାଜିକ ଜୀବନରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ…

ରାଶିଫଳ: ରବିବାର, ଅକ୍ଟୋବର ୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ରାହୁଙ୍କ ଦ୍ୱାରା କବଳିତ ହୋଇ ପାରିବାରିକ ଜୀବନରେ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରନ୍ତି। ଭୁଲ୍‌ ନିଷ୍ପତ୍ତିଜନିତ ସମସ୍ୟା ସୃଷ୍ଟି ସାମାଜିକ ଜୀବନକୁ ମଧ୍ୟ…

ରାଶିଫଳ: ଶନିବାର, ଅକ୍ଟୋବର ୩ ତାରିଖ – Daily Horoscope

ମେଷ ଗତକାଲିର ଯୋଜନା ମୁତାବକ କାମରେ ଲାଗିପଡ଼ନ୍ତୁ ଟେନସନ୍‍ କିଛି ମାତ୍ରାରେ କମିଯିବ। ନିଜ ଲୋକଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ସୂଚନା ପାଇପାରନ୍ତି। କର୍ମକ୍ଷେତ୍ରରେ ଅର୍ଥ…

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିହେବ। ସମ୍ପର୍କୀୟଙ୍କ ସହାୟତାରେ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?