ଦୈନିକ ମୃତ୍ୟୁ ସଂଖ୍ୟା ଶୂନ,ଦୈନିକ ସଂକ୍ରମଣ ୯ ଶହ ତଳେ…

ନୂଆଦିଲ୍ଲୀ, ୨୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୨ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ପୁଣି କମି ୯ ଶହ ତଳେ ରହିଛି। ଏହା ୮୨୯ ରହିଛି। ଗୋଟିଏ ଦିନ ତଳେ ଏହା ୮୬୦ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରହିଛି ଗୋଟିଏ ଦିନ ତଳେ ଏହା ୧ ଥିଲା। ଏହି ସମୟରେ ସକ୍ରିୟ ମାମଲା ୨୧ ହଜାର ୬୦୭ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୨ ହଜାର ୫୪୯ ଥିଲା। ସେହିପରି ୨୪ ଘଣ୍ଟାରେ ୧ ହଜାର ୭୭୧ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧ ହଜାର ୫୦୩ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୯୮୧ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୪୫ ହଜାର ୭୬୮ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୯୫ ହଜାର ୧୮୦ ଜଣ ସୁସ୍ଥ ହୋଇ ସାରିଛନ୍ତି। ତେବେ ଓମିକ୍ରନ୍‌ର ନୂଆ ସବ୍‌ ଭାରିଆଣ୍ଟ୍‌ ବିଏଫ.୭ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏହି ସବ୍‌ ଭାରିଆଣ୍ଟ୍‌ ଚାଇନାରେ ଦ୍ରୁତ ବେଗରେ ସଂକ୍ରମଣ ହେଉଛି। ଏହା ଭାରତର ଚିନ୍ତା ବଢ଼ାଇବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ମାସ୍କ୍‌ ପିନ୍ଧିବା ଉପରେ ଗୁରୁତ୍ୱାରୋପ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୫ : ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଜନତା ପାର୍ଟି (ଭାଜପା)ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକ କରିଛନ୍ତି। ଏହି...

ନୋଏଡା, ଗାଜିଆବାଦ, ଗୁରୁଗ୍ରାମ ଓ ଫରିଦାବାଦରେ ଆରମ୍ଭ ହେଲା ଜିଓ ୫ଜି

ନୂଆଦିଲ୍ଲୀ,୧୮ ।୧୧: ରିଲାଏନ୍ସ ଜିଓ ଦିଲ୍ଲୀ ପରେ ଏବେ ଗୁରୁଗ୍ରାମ, ନୋଏଡା, ଗାଜିଆବାଦ, ଫରିଦାବଦ ଓ ଦିଲ୍ଲୀ-ଏନସିଆରରେ ୫ଜି ସେବା ଆରମ୍ଭ କରିଛି । କମ୍ପାନୀ...

ଆଜି ହୋଇଥିଲା ଦେଶରେ ପ୍ରଥମ ମୋବାଇଲ କଲ୍‌, ଜାଣନ୍ତୁ କିଏ କାହାକୁ କରିଥିଲେ ଫୋନ୍‌

ଆଜିର ସମୟରେ, ମୋବାଇଲ ଫୋନ ବିନା ଜୀବନ କଳ୍ପନା କରାଯାଇପାରିବ ନାହିଁ। କିନ୍ତୁ ୨୫ ବର୍ଷ ପୂର୍ବେ, ଲୋକମାନେ ମୋବାଇଲ ଫୋନ ବିନା ନିଜ କାମ...

ନୌସେରାରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ଆତଙ୍କବାଦୀ ନିହତ

ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ରାଜୌରୀରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ମଙ୍ଗଳବାର ନୌସେରା ସେକ୍ଟରର ଏଲ୍‌ଓସି ନିକଟରେ କେତେକ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ। ସେମାନଙ୍କ...

ପୁଣି ଭାରତ-ଚାଇନା ମୁହାଁମୁହିଁ: ୩୦ରୁ ଊର୍ଦ୍ଧ୍ୱ ଯବାନ ଆହତ

ଇଟାନଗର,୧୨।୧୨: ଅରୁଣାଚଳପ୍ରଦେଶ ଏଲ୍‌ଏସିରେ ଭାରତ ଓ ଚାଇନା ସୈନ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଘଟଣାରେ ଉଭୟ ପକ୍ଷର ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଏହି...

ଲାଲ ରଙ୍ଗର ଅତି ଦୁର୍ଲଭ ସାପ ଉଦ୍ଧାର

ଡେରାଡୁନ, ୮।୮: ଉତ୍ତରାଖଣ୍ଡର ନୈନିତାଲ ଜିଲାରୁ ଜଙ୍ଗଲ ବିଭାଗ ପକ୍ଷରୁ ଏକ ଅତି ଦୁର୍ଲଭ ଲାଲ ରଙ୍ଗର କୋରାଲ୍‌ କୁକ୍‌ରି ସାପ ଉଦ୍ଧାର କରାଯାଇଛି। ନୈନିତାଲର...

୧୦ ଜୁଲାଇରୁ ମାଗଣା ଚାଉଳ: ଏବେ ହିତାଧିକାରୀଙ୍କୁ ମିଳିବ ଟଙ୍କା…

ବେଙ୍ଗାଲୁରୁ,୧।୭ : ଶନିବାର କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା କହିଛନ୍ତି ସେ ଜୁଲାଇ ୧୦ ରୁ ଅନ୍ନ ଭାଗ୍ୟ ଯୋଜନା ଅନ୍ତର୍ଗତ ମାଗଣା ଚାଉଳ ବଦଳରେ ଟଙ୍କା...

‘ଯଦି ମୁଁ ଅପରାଧ କରିଛି, ଗିରଫ କର’

ରାଞ୍ଚି,୩।୧୧: ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗୁରୁବାର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ରେ ହାଜର ହୋଇନାହାଁନ୍ତି। ସେ ଇଡିକୁ ଏକ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି। ବେଆଇନ...

Advertisement
Archives

Model This Week