ଦୈନିକ ମୃତ୍ୟୁ ସଂଖ୍ୟା ୩୩…

ନୂଆଦିଲ୍ଲୀ, ୧୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌ ଲାଗି ଏହା ୧ ହଜାର ୮୨୯ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ତଳେ ରହିଛି। ଏହା ୩୩ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ୧୬ ହଜାର ତଳେ ରହିଛି। ଏହା ୧୫ ହଜାର ୬୪୭ ରହିଛି।

ସେହିପରି ୨୪ ଘଣ୍ଟାରେ ୨ ହଜାର ୫୪୯ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୪ ହଜାର ୨୯୩ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୧ ଲକ୍ଷ ୨୭ ହଜାର ୧୯୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୨୫ ଲକ୍ଷ ୮୭ ହଜାର ୨୫୯ ଜଣ ସୁସ୍ଥ ହୋଇ ସାରିଛନ୍ତି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୧ କୋଟି ୭୦ ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୬୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୨ କୋଟି ୧୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି।

ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ସର୍ବାଧିକ ୩୯୩ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି କେରଳରେ ୩୨୪ ଜଣ, ହରିୟାଣାରେ ୨୭୩ ଜଣ, ମହାରାଷ୍ଟ୍ରରେ ୨୬୬ ଜଣ, ଉତ୍ତରପ୍ରଦେଶରେ ୧୨୯ ଜଣ ଏବଂ କର୍ନାଟକରେ ୧୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ପାଲଟିଲା ସିନେମା ହଲ୍‌

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ପାଇଁ ଏବେ ସବୁ ସିନେମା ହଲ୍‌କୁ ବନ୍ଦ କରି ଦିଆଯାଇଛି। ସେଥିପାଇଁ ଘର ବାହାରେ ମନୋରଞ୍ଜନର କୌଣସି ସୁବିଧା ନାହିଁ। କିନ୍ତୁ ଏଭଳି...

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଶହ ଟପିଲା

ଭୁବନେଶ୍ୱର, ୨୦।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪ଜଣ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ରହିଥିବା ବେଳେ...

ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଦେଖିବାକୁ ମିଳିଛି ଭାଜପାର ବିଜୟ

ନୂଆଦିଲ୍ଲୀ,୧୧ ।୩: ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଫଳଫଳ ଉପରେ କେବଳ ଦେଶ ନୁହେଁ ବରଂ ବିଶ୍ୱର ନଜର ରହିଥିଲା । ରାଜନୈତିକ...

ମଧ୍ୟପ୍ରଦେଶ: ପିକ୍‌ଅପ୍‌ ଭ୍ୟାନ ଓଲିଟି ୧୦ ଶ୍ରମିକ ମୃତ

ଶିବପୁରୀ,୧୪।୧୧-ଦୀପାବଳି ପୂର୍ବରୁ ମଧ୍ୟପ୍ରଦେଶରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶିବପୁରୀ ଜିଲାର ତେହେରୀ ମୁଖ୍ୟାଳୟ ପୋହରୀ ନିକଟରେ ଏକ ପିକ୍‌ଅପ ଭ୍ୟାନ ଓଲଟି ପଡ଼ିବାରୁ ୧୦...

ସ୍କୁଲ ବନ୍ଦ କରିବାକୁ ଅପିଲ୍‌

ନୂଆଦିଲ୍ଲୀ,୪।୧୧: ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି। ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ଆମ ଆଦମୀ ପାର୍ଟିକୁ ଘେରି ରହି ସ୍କୁଲ...

ରେକର୍ଡ ଭାଙ୍ଗିଲା ବର୍ଷା: ୧୯୬୪ ମସିହା ପରେ ସର୍ବାଧିକ ବୃଷ୍ଟି

ନୂଆଦିଲ୍ଲୀ,୧୭ ।୯: ରାଜଧାନୀ ଦିଲ୍ଲୀରେ ହେଉଥିବା ଲଗାଣ ବର୍ଷା ଏବେ ରେକର୍ଡ କରିଛି । ଗୁରୁବାର ସୁଦ୍ଧା ଦିଲ୍ଲୀରେ ଏଥର ମୌସୁମୀରେ ପ୍ରାୟ ମୋଟ ୧୧୭୦.୭...

ପ୍ରବଳ ବର୍ଷା: ବନ୍ୟା ଜଳରେ ଭାସିଗଲା ଗାଡ଼ି

ମୁମ୍ବାଇ,୨୬।୯: ମହାରାଷ୍ଟ୍ର ପୁଣେରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। କେତେକ ଅଞ୍ଚଳରେ ଘର ଭିତରେ ଛାତିଏ ପାଣି ଠିଆ ହୋଇ ରହିଛି।...

ଭାରତ-ତିବ୍ଦତୀୟ ସୀମାରେ ଅନୁପ୍ରବେଶ ପାଇଁ ଚାଇନା ଦାୟୀ…

ନୂଆଦିଲ୍ଲୀ,୪।୧ : ତିବ୍ଦତର ନିର୍ବାସିତ ସରକାରଙ୍କ ମୁଖ୍ୟ ୟା ସିକିୟୋଙ୍ଗ, ପେନପା ଶେରିଙ୍ଗ ଭାରତ-ତିବ୍ଦତୀୟ ସୀମାରେ ଅନୁପ୍ରବେଶ ପାଇଁ ଚାଇନାକୁ ଦାୟୀ କରିଛନ୍ତି। ସେ କହିଛନ୍ତି,...

Advertisement
Archives

Model This Week