ଆକର୍ଷଣ ହରାଉଛି ଡଗରା ବେଳାଭୂମି

ବାଲିଆପାଳ,୧ା୩-ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏହା ଧୀରେ ଧୀରେ ଆକର୍ଷଣ ହରାଇବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବେଳାଭୂମିରେ ଅମାନିଆ ପର୍ଯ୍ୟଟକଙ୍କ ଅବାଧ ବାଇକଚାଳନା ଯୋଗୁ ବିରଳ ପ୍ରଜାତିର ନାଲି କଙ୍କଡା ଓ ଅଲିଭ ରିଡଲେଙ୍କ ଶାବକଙ୍କ ମନୋରମ ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ।
ଦୀର୍ଘ ୨୪ କି.ମି. ପରିବ୍ୟାପ୍ତ ଅଗଭୀର ସମତଳ ବେଳାଭୂମି ଚଉମୁଖଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ଲମ୍ବିଛି। ବେଳାଭୂମିର ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ଓଡ଼ିଶା ସମେତ ପଡୋଶୀ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଏଠାକୁ ଛୁଟି ଆସିଥାନ୍ତି। ଝାଉଁବଣ, ପ୍ରାକୃତିକ ମନୋରମ ପରିବେଶ ସହିତ ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ବୁଲି ବୁଲି ସେଲଫି ଉଠାଇବାର ମଜା ନେଇଥାନ୍ତି। ଏହାଛଡା ବର୍ଷରେ ଏଠାରେ ୩ଥର ସାମୂହିକ ମେଳା ଅନୁଷ୍ଠିତ ହୋଇଥାଏ। ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳାଭୂମି ମହୋତ୍ସବରେ ଖୋଳା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନ୍ୟ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଭିଡ଼ ଜମାଇଥାନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ୨୦୧୬ ଜାନୁୟାରୀ ୨୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଗରା ବେଳାଭୂମିର ବିକାଶ ପାଇଁ ୧.୬୬ କୋଟି ଟଙ୍କାର ଟୁରିଷ୍ଟ କମ୍ପ୍ଲେକ୍ସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଏଯାଏ କାମ ଆରମ୍ଭ ହୋଇପାରିନାହିଁ। ରାସ୍ତା ସମ୍ପ୍ରସାରଣ, ବେଳାଭୂମି ଆଲୋକୀକରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣୀ ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥଶାଳାର ଆବଶ୍ୟକତା ରହିଛି। ସ୍ଥାନୀୟ ନେତୃମଣ୍ଡଳୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ପାଇଁ ବେଳାଭୂମିର ଉନ୍ନତୀକରଣ ହୋଇପାରିନାହିଁ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁ କହିଛନ୍ତି ଏହି ବେଳାଭୂମି କୋଷ୍ଟାଲ ଜୋନ ଅଧୀନ ଜଙ୍ଗଲ ଜମି ହୋଇଥିବାରୁ ଉନ୍ନତୀମୂଳକ କାର୍ଯ୍ୟ ହୋଇ ନ ପାରି ଅର୍ଥ ଫେରିଯାଇଛି। ଏହାଛଡ ଏଠାରେ ଗାଡି ପାର୍କିଂ ଲାଗି ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଓଡ଼ିଶାର ରାଜ୍ୟପାଳ: ହରିବାବୁ କମ୍ଭମପାଟିଙ୍କ ସ୍ଥାନ ନେଲେ…

ଭୁବନେଶ୍ୱର,୧୨।୧୦: ରାଜ୍ୟପାଳ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶା ସମେତ ୬ଟି ରାଜ୍ୟରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ଅଦଳବଦଳରେ ବର୍ତ୍ତମାନର…

ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିଲା

ନୂଆଦିଲ୍ଲୀ,୧୨।୧୦: ୨୦୨୬ ମସିହାର ଅର୍ଥନୀତି କ୍ଷେତ୍ରରେ ନୋବେଲ ପୁରସ୍କାର ଆମେରିକୀୟ ଅର୍ଥନୀତିଜ୍ଞ ରବର୍ଟ ଇ. ହଲ (Robert E. Hall) ଏବଂ ମାଇକେଲ ୱୁଡଫୋର୍ଡ (Michael Woodford)ଙ୍କୁ…

ଗୃହ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଜନ୍ତରମନ୍ତରରେ ହେବନି ବିକ୍ଷୋଭ ପ୍ରଦର୍ଶନ, ଏହି ୩ ନୂଆ ସ୍ଥାନ….

ନୂଆଦିଲ୍ଲୀ,୧୨।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଆନ୍ଦୋଳନ ଜାରି ରହିଥିବା ବେଳେ ଦିଲ୍ଲୀରେ ଧାରଣା ଓ ବିରୋଧ ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନକୁ…

ଦୋମୁହାଁ ଟ୍ରମ୍ପ

ଡୋନାଲ୍ଡ ଟ୍ରମ୍ପ୍‌ ଦ୍ୱିତୀୟ ଥର ପାଇଁ ଆମେରିକା ରାଷ୍ଟ୍ରପତି ହେବା ପରେ ନେଉଥିବା ନିଷ୍ପତ୍ତି ଆମେରିକା ସମେତ ବିଶ୍ୱକୁ ବାରମ୍ବାର ଅସୁବିଧାରେ ପକାଇ ଚାଲିଛି। ଅନ୍ତର୍ଜାତୀୟ ଅର୍ଥନୈତିକ…

ଭାରତରେ ପ୍ରତି ୫ ଜଣରେ ଜଣେ ଝିଅ କରୁଛନ୍ତି ବାଲ୍ୟବିବାହ, ଜାତିସଂଘ ଓ ବିଶେଷଜ୍ଞଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ,୧୨ା୧୦(ପି.ଟି.): ୨୦୩୦ ମସିହା ସୁଦ୍ଧା ବିଶ୍ୱରୁ ବାଲ୍ୟବିବାହ ସମ୍ପୂର୍ଣ୍ଣ ନିର୍ମୂଳ କରିବା ପାଇଁ ଜାତିସଂଘ ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିବାବେଳେ ବିଶ୍ୱର ମୋଟ ବାଲ୍ୟବିବାହର ଏକ-ତୃତୀୟାଂଶ ଭାରତରେ ସଂଘଟିତ…

ଆଜି ସୁପ୍ରିମକୋର୍ଟକୁ ବିରୋଧୀଙ୍କ ପଦଯାତ୍ରା

ନୂଆଦିଲ୍ଲୀ,୧୨ା୧୦ ଭୋଟ ଚୋରି ପ୍ରସଙ୍ଗରେ ବିରୋଧୀ ନେତାମାନେ ସୋମବାର ସୁପ୍ରିମକୋର୍ଟକୁ ପଦଯାତ୍ରାରେ ଯାଇ ଦେଶର ସ୍ଥିତି ସମ୍ପର୍କରେ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କୁ ଅବଗତ…

ଦୁର୍ଗାପୂଜାରେ ହେବକି ବାତ୍ୟା? ବଡ଼ ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୨।୧୦(ବନ୍ଦନା ସେଠୀ): ଥାଇଲାଣ୍ଡ ଉପସାଗର ଅଞ୍ଚଳରେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗରକୁ ପ୍ରବେଶ କରିବ ଓ ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ…

ମାନବ ଜାତିକୁ ଶେଷ କରିଦେଇପାରେ ଏଆଇ, ପରମାଣୁ ଯୁଦ୍ଧ

ଲଣ୍ଡନ, ୧୨ା୧୦: ଆଗାମୀ ୨୧୦୦ ମସିହା ସୁଦ୍ଧା ପୃଥିବୀରୁ ମାନବ ସଭ୍ୟତା ବିଲୁପ୍ତ ହୋଇଯିବାର ଆଶଙ୍କା ପ୍ରକାଶ ପାଇଛି। ବିଶ୍ୱପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ପତ୍ରିକା ‘ଦି ଲାନ୍‌ସେଟ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?