ଆକର୍ଷଣ ହରାଉଛି ଡଗରା ବେଳାଭୂମି

ବାଲିଆପାଳ,୧ା୩-ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକର ଡଗରା ବେଳାଭୂମିର ବିକାଶ ଲାଗି ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଏହା ଧୀରେ ଧୀରେ ଆକର୍ଷଣ ହରାଇବାରେ ଲାଗିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବେଳାଭୂମିରେ ଅମାନିଆ ପର୍ଯ୍ୟଟକଙ୍କ ଅବାଧ ବାଇକଚାଳନା ଯୋଗୁ ବିରଳ ପ୍ରଜାତିର ନାଲି କଙ୍କଡା ଓ ଅଲିଭ ରିଡଲେଙ୍କ ଶାବକଙ୍କ ମନୋରମ ଦୃଶ୍ୟ ଆଉ ଦେଖିବାକୁ ମିଳିବ ନାହିଁ।
ଦୀର୍ଘ ୨୪ କି.ମି. ପରିବ୍ୟାପ୍ତ ଅଗଭୀର ସମତଳ ବେଳାଭୂମି ଚଉମୁଖଠାରୁ ହଂସକରା ମୁହାଣ ପର୍ଯ୍ୟନ୍ତ ଲମ୍ବିଛି। ବେଳାଭୂମିର ଦୃଶ୍ୟ ଉପଭୋଗ କରିବା ପାଇଁ ପ୍ରତ୍ୟେକ ଦିନ ଓଡ଼ିଶା ସମେତ ପଡୋଶୀ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଏଠାକୁ ଛୁଟି ଆସିଥାନ୍ତି। ଝାଉଁବଣ, ପ୍ରାକୃତିକ ମନୋରମ ପରିବେଶ ସହିତ ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ବୁଲି ବୁଲି ସେଲଫି ଉଠାଇବାର ମଜା ନେଇଥାନ୍ତି। ଏହାଛଡା ବର୍ଷରେ ଏଠାରେ ୩ଥର ସାମୂହିକ ମେଳା ଅନୁଷ୍ଠିତ ହୋଇଥାଏ। ମକର ସଂକ୍ରାନ୍ତିରେ ମକର ମେଳା, ବାରୁଣୀ ସ୍ନାନ ଏବଂ ବେଳାଭୂମି ମହୋତ୍ସବରେ ଖୋଳା ଆକାଶ ତଳେ ପାରମ୍ପରିକ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ଅନ୍ୟ ରାଜ୍ୟରୁ ଶହ ଶହ ପର୍ଯ୍ୟଟକ ଭିଡ଼ ଜମାଇଥାନ୍ତି। ପର୍ଯ୍ୟଟକଙ୍କ ଗହଳିକୁ ଦୃଷ୍ଟିରେ ରଖି ୨୦୧୬ ଜାନୁୟାରୀ ୨୯ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡଗରା ବେଳାଭୂମିର ବିକାଶ ପାଇଁ ୧.୬୬ କୋଟି ଟଙ୍କାର ଟୁରିଷ୍ଟ କମ୍ପ୍ଲେକ୍ସ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ହେଲେ ଏଯାଏ କାମ ଆରମ୍ଭ ହୋଇପାରିନାହିଁ। ରାସ୍ତା ସମ୍ପ୍ରସାରଣ, ବେଳାଭୂମି ଆଲୋକୀକରଣ, ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଲାଇଫ ଗାର୍ଡ, ସୁରକ୍ଷା ପାଇଁ ପାୱାର ବୋଟ, ରାତ୍ରି ରହଣୀ ପାଇଁ ପର୍ଯ୍ୟାପ୍ତ ପରିମାଣର ପାନ୍ଥଶାଳାର ଆବଶ୍ୟକତା ରହିଛି। ସ୍ଥାନୀୟ ନେତୃମଣ୍ଡଳୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ପାଇଁ ବେଳାଭୂମିର ଉନ୍ନତୀକରଣ ହୋଇପାରିନାହିଁ। ଏ ସମ୍ପର୍କରେ ଜିଲା ପର୍ଯ୍ୟଟନ ଅଧିକାରୀ ଗଗନ ସାହୁ କହିଛନ୍ତି ଏହି ବେଳାଭୂମି କୋଷ୍ଟାଲ ଜୋନ ଅଧୀନ ଜଙ୍ଗଲ ଜମି ହୋଇଥିବାରୁ ଉନ୍ନତୀମୂଳକ କାର୍ଯ୍ୟ ହୋଇ ନ ପାରି ଅର୍ଥ ଫେରିଯାଇଛି। ଏହାଛଡ ଏଠାରେ ଗାଡି ପାର୍କିଂ ଲାଗି ଖୁବ୍‌ଶୀଘ୍ର ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲିଫ ପାଣ୍ଠିକୁ ଦାନ କଲେ ଏସ୍‌ଏଚଜି

ବାଲେଶ୍ୱର ଅଫିସ, ୮।୪: କରୋନା ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି।...

ଲଗାଣ ବର୍ଷାରେ ମହିଳାଙ୍କ ଘର ଭାଙ୍ଗିଲା

ସୋର, ୨୭ା୧୦(ଡି.ଏନ.ଏ.)-ସୋର ବ୍ଲକ ଅନ୍ତର୍ଗତ ସବିରା ପଞ୍ଚାୟତ ଅଧୀନ ବଣପାରିଆ ଗ୍ରାମର ଜଣେ ବିଧବାଙ୍କ ଘର ଲଗାଣ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି। ସ୍ବର୍ଗତ ଶମ୍ବୁନାଥ ବାରିକଙ୍କ...

ହେଭିୱେଟ୍‌ ନେତାଙ୍କୁ ବାଦ୍‌ ଦେବା ଚକ୍ରାନ୍ତ

ବାଲେଶ୍ୱର ଅଫିସ,୨୧।୨: ବାଲେଶ୍ୱର ପୌରପାଳିକା ନିର୍ବାଚନ ପାଇଁ ୩୧ଟି ୱାଡର୍ର୍କୁ ନେଇ ସୀମା ନିର୍ଦ୍ଧାରଣ ସାଙ୍ଗକୁ ଆସନ ସରଂକ୍ଷଣ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନଗର ଉନ୍ନୟନ ବିଭାଗ...

ଛେନାପଦୀ ରାସ୍ତାରେ ଜମୁଛି ପାଣି

ହାଟଡିହୀ, ୧୪ା୬ (ଡି.ଏନ.ଏ.)-ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥର କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀ ରାସ୍ତାରେ ଅସରାଏ ବର୍ଷା ହେଲେ ପାଣି ଜମୁଛି ା ବିଭିନ୍ନ...

ନାବାଳିକା ଗଣବଳାତ୍କାର ମାମଲା: ଆଉ ଜଣେ ଗିରଫ

ଯୋଡ଼ା, ୨୮।୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ଘଟିଥିବା ନାବାଳିକା ବଳତ୍କାର ଘଟଣାରେ ପୋଲିସ ଗୁରୁବାର ଆଉ ଜଣଙ୍କୁ ଗିରଫ କରିଛି। ତାଙ୍କ ନାମ ଅଜିତ କୁମାର...

ଜୀବନ ସହ ସଂଗ୍ରାମ କରୁଛି ୮ ଦିନର ଶିଶୁକନ୍ୟା

ବାଲେଶ୍ୱର ଅଫିସ, ୩ା୨: ବାଲେଶ୍ୱର ସହରସ୍ଥିତ କରଞ୍ଜିଆ ଅଞ୍ଚଳର ମୂରଲୀଧର ପାଣିଗ୍ରାହୀଙ୍କ ସ୍ତ୍ରୀ ସୁଚିସ୍ମିତା ଗତ ଜାନୁୟାରୀ ୨୬ତାରିଖରେ ଏକ ଘରୋଇ ଡାକ୍ତରଖାନାରେ ଏକ ଶିଶୁକନ୍ୟାକୁ...

ଗଣପର୍ବ ମକର ପାଇଁ ଗାଁଠୁ ସହର ଚଳଚଞ୍ଚଳ

ଗଣପର୍ବ ମକର ପାଇଁ ଆଦିବାସୀ ବହୁଳ କେନ୍ଦୁଝର ଜିଲାର ଗାଁଠୁ ସହର ହୋଇଉଠିଛି ଚଳଚଞ୍ଚଳ। ଜିଲା ଓ ରାଜ୍ୟ ବାହାରେ କର୍ମକ୍ଷେତ୍ରରେ ରହୁଥିବା ଲୋକେ ଘରକୁ...

ଡାକ୍ତର,ନର୍ସଙ୍କ ଅବହେଳାରୁ ଶିଶୁ ମୃତ, ହସ୍ପିଟାଲ ସାମ୍ନାରେ ଧାରଣା

ବାଲେଶର ଅଫିସ,୧୧।୧: ବାଲେଶ୍ୱର ସହର ଚିଡ଼ିଆ ପୋଲ ସ୍ଥିତ ଦୁର୍ଗା ନର୍ସିଂହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳା ଯୋଗୁ ଶିଶୁ ମୃତ୍ୟୁ ଘଟିଥିବା ନେଇ ପରିବାର...

Advertisement
Archives

Model This Week